ରାଜନୀତି

ଶରଦ ପାୱାର୍‌ ବିଧାୟକଙ୍କ ବିରୋଧରେ ଅଯୋଗ୍ୟତା ପିଟିସନ୍‌ ଫାଇଲ୍‌ କଲେ ଅଜିତ ପାୱାର୍‌ ଗୋଷ୍ଠୀ – Ibnodisha

[ad_1]

ନୂଆଦିଲ୍ଲୀ: ‘ନ୍ୟାସ୍‌ନାଲିଷ୍ଟ୍‌ କଂଗ୍ରେସ ପାର୍ଟି’ର (ଏନ୍‌ସିପି) ଅଜିତ ପାୱାର୍‌ ଗୋଷ୍ଠୀ ମହାରାଷ୍ଟ୍ର ବିଧାନସଭା ବାଚସ୍ପତିଙ୍କ କାର୍ଯ୍ୟାଳୟରେ ଶରଦ ପାୱାର୍‌ ଗୋଷ୍ଠୀର ବିଧାୟକମାନଙ୍କ ବିରୋଧରେ ଅଯୋଗ୍ୟତା ପିଟିସନ୍‌ ଫାଇଲ୍‌ କରିଥିବା କଥା ବିଶେଷସୂତ୍ରରୁ ସୂଚନା ସଂଗ୍ରହ କରି ‘ଇଣ୍ଡିଆ ଟୁଡେ’ ରିପୋର୍ଟ କରିଛି।

ଶଦର ପାୱାର୍‌ ଗୋଷ୍ଠୀଙ୍କୁ ଏବେ ମଧ୍ୟ ସମର୍ଥନ କରୁଥିବା କେତେକ ବିଧାୟକମାନଙ୍କ ନାଁରେ ଏହି ପିଟିସନ୍‌ ଫାଇଲ୍‌ କରାଯାଇଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।

ଅଜିତ ପାୱାର୍‌ ଗୋଷ୍ଠୀକୁ ସମର୍ଥନ କରୁଥିବା ପ୍ରାୟ ୪୧ଜଣ ବିଧାୟକଙ୍କ ବିରୋଧରେ ଶରଦ ପାୱାର୍‌ ଗୋଷ୍ଠୀ ଅଯୋଗ୍ୟତା ପିଟିସନ୍‌ ଫାଇଲ୍‌ କରିବା ପରେ ସେମାନେ ଏଭଳି ପଦକ୍ଷେପ ଗ୍ରହଣ କରିଛନ୍ତି।

Image Courtesy of India TV

ପିଟିସନ୍‌ରେ ଜୟନ୍ତ ପଟେଲ୍‌, ଜିତେନ୍ଦ୍ର ଅୱହାଦ, ରୋହିତ ପାୱାର୍‌, ରାଜଶେ ଟୋପେ, ଅନୀଲ ଦେଶମୁଖ, ସନ୍ଦୀପ କ୍ଷୀରସାଗର, ମାନସିଂହ ନାଏକ, ପ୍ରଜାକ୍ତ ତାନପୁରେ, ରବୀନ୍ଦ୍ର ଭୁସରା ଓ ବାଲାସାହେବ ପାଟିଲ୍‌ଙ୍କ ନାଁ ରହିଛି।

ଅଯୋଗ୍ୟତା ପିଟିସନ୍‌ରୁ ନବାବ ମଲିକ, ସୁମନ ପାଟିଲ୍‌, ଅଶୋକ ପାୱାର୍‌ ଓ ଚେତନ ତୁପେଙ୍କୁ ବାଦ ଦିଆଯାଇଛି।

ସୂଚନାଯୋଗ୍ୟ, ପ୍ରାୟ ୨ ଦିନ ପୂର୍ବେ ଶରଦ ପାୱାର ଓ ଅଜିତ ପାୱାର୍‌ ନେତୃତ୍ବାଧୀନ ‘ଏନ୍‌ସିପି’ ଗୋଷ୍ଠୀର ବରିଷ୍ଠ ନେତାମାନେ କହିଥିଲେ ଯେ, ଦଳରେ ବିଭେଦ ନାହିଁ।

ଅଜିତ ପାୱାର୍‌ ଦଳର ଜାତୀୟ ଅଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଛନ୍ତି ବୋଲି ଦାବି କରି ଅଜିତ ଗୋଷ୍ଠୀ ପିଟିସନ୍ ଫାଇଲ୍‌ କରିବାରୁ ଅକ୍ଟୋବର ୬ ତାରିଖ ଦିନ ବ୍ୟକ୍ତିଗତ ଶୁଣାଣି ପାଇଁ ନିର୍ବାଚନ କମିସନ୍‌ ‘ଏନ୍‌ସିପି’ର ପ୍ରତିଦ୍ବନ୍ଦ୍ବୀ ଗୋଷ୍ଠୀଙ୍କୁ ଡାକିଛି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button