ରାଜ୍ୟ

ଘରକୁ ଆଣନ୍ତୁ ପାରଦ ଶିବଲିଙ୍ଗ, ଦୂର ହେବ ସମସ୍ତ ବାସ୍ତୁ ଦୋଷ

ମହାଶିବରାତ୍ରୀର ପର୍ବ ସମଗ୍ର ଭାରତ ବର୍ଷରେ ଖୁବ୍‌ ଧୂମଧାମରେ ପାଳନ କରାଯାଏ। ଏହି ଦିନ ଲୋକମାନେ ବିଶେଷ ପୂଜାର ଆୟୋଜନ କରିଥାନ୍ତି। ଏଭଳି ଅନେକ ଲୋକ ରହିଛନ୍ତି, ଯେଉଁମାନେ ଘରେ ମଧ୍ୟ ଭଗବାନ ଶଙ୍କରଙ୍କ ପୂଜା କରିବାରେ ବିଶ୍ୱାସ ରଖିଥାନ୍ତି। କାରଣ ବାସ୍ତୁଶାସ୍ତ୍ର ଅନୁଯାୟୀ ମନ୍ଦିର ଯାଇ ପୂଜା କରିବା ସହ ଘରେ ମଧ୍ୟ ଭଗବାନଙ୍କ ପୂଜା କରିବା ଉଚିତ। ଏହି ଖାସ୍‌ ଦିନରେ ଆପଣ ପାରଦର ଶିବଲିଙ୍ଗ ଆଣି ଘରେ ସ୍ଥାପନା କରିବା ସହ ସମସ୍ତ ବିଧି-ବିଧାନର ସହ ପୂଜା କରିବା ଉଚିତ।

parad shiv lingପାରଦ ଶିବଲିଙ୍ଗ କଣ:

ପାରଦ ଶିବଲିଙ୍ଗ ତିଆରି କରିବା ପାଇଁ ୮ ରୁ ୯ ମାସ ସମୟ ଲାଗିଥାଏ। ଏହି ପବିତ୍ର ଶିବଲିଙ୍ଗ ଅଷ୍ଟ ସଂସ୍କାର ଦ୍ୱାରା ନିର୍ମାଣ କରାଯିବା ପରେ ଏହାକୁ ପୂଜା କରାଯାଇଥାଏ।

shiv lingପୂଜାର ଫଳ:

ବାସ୍ତୁଶାସ୍ତ୍ର ଅନୁଯାୟୀ ପାରଦ ଶିବଲିଙ୍ଗ ପୂଜା କରିବା ଦ୍ୱାରା ଆପଣଙ୍କୁ କୋଟି କୋଟି ଶିବଲିଙ୍ଗ ପୂଜା କରିବାର ଫଳ ପ୍ରାପ୍ତି ହୋଇଥାଏ। ଯଦି ଆପଣ ଭଲ ମନରେ ପାରଦ ଶିବଲିଙ୍ଗ ସ୍ପର୍ଶ କରିଥାନ୍ତି ତେବେ ନିଶ୍ଚିନ୍ତ ଆପଣ ସମସ୍ତ ପାପାରୁ ମୁକ୍ତି ପାଇଥାନ୍ତି।

shiva-lingamଏହି କଥା ଉପରେ ରଖନ୍ତୁ ବିଶେଷ ଧ୍ୟାନ:

ଯେତେବେଳେ ଆପଣ ପାରଦ ଶିବଲିଙ୍ଗ ଭଳି ପବିତ୍ର ଧାର୍ମିକ ବସ୍ତୁ ଘରେ ରଖୁଛନ୍ତି ତେବେ ଆପଣଙ୍କୁ କିଛି ଖାସ୍‌ କଥା ଉପରେ ଧ୍ୟାନ ରଖିବା ଉଚିତ। ଯେପରି ପ୍ରତ୍ୟେକ ଦିନ ସକାଳ ଏବଂ ସନ୍ଧ୍ୟାରେ ନିଶ୍ଚୟ ଶିବଲିଙ୍ଗ ନିକଟରେ ଦୀପ ଲଗାଇବା। ଘରେ ଯେପରି ଝଗଡା ଲାଗି ନରହେ ସେଥିପ୍ରତି ଧ୍ୟାନ ଦେବା ସହ ଶାନ୍ତ ପରିବେଶ ରଖନ୍ତୁ। ସକାଳ ଏବଂ ସନ୍ଧ୍ୟାରେ ଘରର ବଡ ଲୋକ ହୁଅନ୍ତୁ କିମ୍ବା ଛୋଟ ପିଲା ଏହି ଶିବଲିଙ୍ଗ ସମ୍ମୁଖରେ ୫ ରୁ ୧୦ ମିନିଟ୍‌ ବସି ‘ଓଁ ନମଃ ଶିବାୟ’ ମନ୍ତ୍ର ଜପ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button