IBN ଓଡ଼ିଶା ବ୍ୟୁରୋ

ତ୍ୱଚାରୁ ମେକଅପ୍‌ ଛଡାଇବା ଠାରୁ ଆରମ୍ଭ କରି ଡ୍ରାଏନେସ୍‌ ଦୂର କରେ ଦେଶୀ ଘିଅ, ଏପରି କରନ୍ତୁ ବ୍ୟବହାର

ଦେଶୀ ଘିଅ ଖାଇବା କେବଳ ଶରୀର ପାଇଁ ଉପକାରୀ ତାହା ଆମେ ଜାଣିଛେ। କିନ୍ତୁ ଏହା ତ୍ୱଚା ପାଇଁ ବେଶ ଉପକାରୀ କ’ଣ ଆପଣ ଜାଣନ୍ତି। ଦେଶୀ ଘିଅ ମେକ୍‌ଅପ୍‌ ଛଡାଇବା ଠାରୁ ଆରମ୍ଭ କରି ତ୍ୱଚା ସହିତ ଜଡିତ ଅନେକ ସମସ୍ୟାରୁ ମୁକ୍ତି ଦେଇଥାଏ। ଦେଶୀ ଘିଅର ବ୍ୟବହାର ତ୍ୱଚାର ସୁନ୍ଦରତା ବଢାଇଥାଏ।

ଯଦି ଆପଣଙ୍କ ଆଖିତଳ କଳା ପଡିଥାଏ, ତେବେ ରାତିରେ ଶୋଇବା ପୂର୍ବରୁ ଆଖି ତଳେ ଦେଶୀ ଘିଅ ଲଗାଇ ମସାଜ କରି ଶୁଅନ୍ତୁ। ଏହି ସମସ୍ୟାରୁ ମୁକ୍ତି ମିଳିବ।

ghee 2

ଦେଶୀ ଘିଅରେ କିଛି ବୁନ୍ଦା ମଲାଇ ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ନେଇ ମୁହଁ ଏବଂ ହାତ ଗୋଡରେ ଲଗାଇ ଦିଅନ୍ତୁ। ପାଖାପାଖି ଅଧଘଣ୍ଟା ରଖିବା ପରେ ଭଲଭାବେ ଧୋଇଦିଅନ୍ତୁ। ସପ୍ତାହକୁ ଅତିକମ୍‌ରେ ତିନି ଥର ଏପରି କରନ୍ତୁ, ଶୁଷ୍କପଣ ସବୁଦିନ ପାଇଁ ଗାଏବ ହୋଇଯିବ।

ତ୍ୱଚାର ଯେଉଁ ସ୍ଥାନରେ ଭାଙ୍ଗ ପଡିଛି, ସେହିସ୍ଥାନରେ ଘିଅର କିଛି ବୁନ୍ଦା ନେଇ ମାଲିସ କରନ୍ତୁ। ଏହାକୁ ମାଲିସ କରିବାର ୧୫ରୁ ୨୦ ମିନିଟ ପରେ ଥଣ୍ଡା ପାଣିରେ ଧୋଇଦିଅନ୍ତୁ।

ghee 3

ବଜାରରେ ମେକଅପ୍‌ ଛଡାଇବା ପାଇଁ ବିଭିନ୍ନ ପ୍ରକାର ମେକଅପ୍‌ ରିମୁଭର ମିଳୁଛି। କିନ୍ତୁ ଏହାକୁ ବ୍ୟବହାର ନ କରି ଆପଣ ଦେଶୀ ଘିଅର ବ୍ୟବହାର କରନ୍ତୁ। ଏହାକୁ ବ୍ୟବହାର କରିବା ପରେ ଟିସୁ ପେପର ସାହାଯ୍ୟରେ ସଫା କରିଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button