IBN ଓଡ଼ିଶା ବ୍ୟୁରୋ

ଚାଣକ୍ୟ ନୀତି: କାହା ଆଗରେ କେବେ ବି ପ୍ରକାଶ କରନ୍ତୁ ନାହିଁ ଏହି ୪ଟି କଥା, ହୋଇପାରେ ବଡ କ୍ଷତି

ମହାନ ପଣ୍ଡିତ ଆଚାର୍ଯ୍ୟ ଚାଣକ୍ୟ ‘ଚାଣକ୍ୟ ନୀତି’ରେ ନିଜ ଜୀବନର ଅନୁଭବକୁ ଉଲ୍ଲେଖ କରିଛନ୍ତି। ଏଥିରେ ସେ ଜୀବନରେ ସଠିକ୍‌ ମାର୍ଗରେ ବଞ୍ଚିବା ବିଷୟରେ କହିଛନ୍ତି। ଆଚାର୍ଯ୍ୟ ଚାଣକ୍ୟଙ୍କୁ ଆଜି ଭାରତୀୟ ଇତିହାସର ମହାନ ବିଦ୍ୱାନଙ୍କ ସ୍ଥାନ ଦିଆଯାଇଛି। ଯଦି ତାଙ୍କ କଥା ଉପରେ ଧ୍ୟାନ ଦିଆଯାଏ ତେବେ ବ୍ୟକ୍ତି ଜୀବନରେ କେବେ ବି ପରାଜୟ ହୋଇପାରିବେ ନାହିଁ। ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁଯାୟୀ ଜୀବନରେ ଏହି ୪ଟି ଜିନିଷ କାହା ଆଗରେ ପ୍ରକାଶ କରିବା ଅନୁଚିତ। ତେବେ ଆସନ୍ତୁ ଜାଣବା କଣ ରହିଛି ସେହି ୪ଟି କଥା।

arthasastra-chanakya-ଅଧିକାଂଶ ଲେକାମାନେ ନତଜର ଛୋଟ ଛୋଟ ସମସ୍ୟାକୁ ପ୍ରତ୍ୟେକ ବ୍ୟକ୍ତିଙ୍କ ଆଗରେ ପ୍ରକାଶ କରିଥାନ୍ତି। ।ଣକ୍ୟ ନୀତି ଅନୁଯାୟୀ ଏପରି କରିବା ଉଚିତ୍‌ ହୋଇନଥାଏ। ନିଜର ଦୁଃଖ, ଯନ୍ତ୍ରଣା ଏବଂ ସମସ୍ୟାକୁ ଅନ୍ୟ ଆଗରେ ପ୍ରକାଶ କରି ଆମେ ନିଜର ବହୁତ ବଡ କ୍ଷତି କରିଥାଉ। ଅନ୍ୟ ଲୋକ ପାଖରେ ଏତେ ବି ସମୟ ନଥାଏ ଯେ, ସେ ଆପଣଙ୍କ ଦୁଃଖ-ଯନ୍ତ୍ରଣାକୁ ବୁଝିବେ। ଅଧିକାଂଶ ଲୋକମାନେ ଆପଣଙ୍କ ଆଗରେ ସାନ୍ତନା ଦେବେ କିନ୍ତୁ ଆପଣ ସେଠାରୁ ଯିବା ପରେ ଆପଣଙ୍କ ମଜାକ୍‌ କରିବାକୁ ଲାଗିଯିବେ। ଏହିକାରଣରୁ ନିଜ ଦୁଃଖ-ଯନ୍ତ୍ରଣା କେବଳ ସେହି ଲୋକଙ୍କ ଆଗରେ ସେୟାର କରନ୍ତୁ ଯିଏ ଆପଣଙ୍କ ଅତି ନିକଟତର ଏବଂ ଯାହାଙ୍କୁ ଆପଣ ପୁରା ବିଶ୍ୱାସ କରିଥାନ୍ତି।

-ଆଚାର୍ଯ୍ୟ ଚାଣକ୍ୟଙ୍କ କହିବାନୁଯାୟୀ ଜୀବନରେ ହୋଇଥିବା ଅପମାନକୁ କେବେ ବି କାହା ଆଗରେ କହିବା ଅନୁଚିତ। କାରଣ ଜୀବନରେ ଏପରି ଅନେକ ଘଟଣା ଘଟିଥାଏ, ଯେତେବେଳେ ଆମର ମଜାକ୍‌ ହୋଇଥାଏ। ଯଦି ଆପଣଙ୍କ ଜୀବନରେ କେବେ ବି ଅପମାନ ହୋଇଥାଏ ତେବେ ସେହି ଘଟଣାକୁ ସର୍ବଦା ନିଜ ମନ ଭିତରେ ରଖନ୍ତୁ। କାରଣ ଜୀବନରେ ଖୁବ୍‌ କମ ଆମ ଜୀବନର ମୂଲ୍ୟ ନେଇଥାନ୍ତି।

chankya-ଯେତେବେଳେ ନିଜ ଘର କଥା ଲୋକଙ୍କ ଆଗରେ ପ୍ରକାଶ କରିଥାନ୍ତି ସେତେବେଳେ ଆମ ଘରର ଛୋଟ ଛୋଟ କଥା ମଧ୍ୟ ବାହାର ଲୋକଙ୍କୁ ଜଣା ପଡିଯାଇଥାଏ। ଯାହାର ଫାଇଦା ଉଠାଇ ଲୋକମାନେ ଷଡଯନ୍ତ୍ର କରି ଘରେ କଳହ ସୃଷ୍ଟି କରିଥାନ୍ତି। ବିଶେଷରୂପେ କୌଣସି ବ୍ୟକ୍ତିଙ୍କ ଆଗରେ ନିଜ ପତ୍ନୀଙ୍କ ଚରିତ୍ର ବିଷୟରେ କୁହନ୍ତୁ ନାହିଁ। କାରଣ ପତ୍ନୀଙ୍କ ସିଧା ସମ୍ବନ୍ଧ ପତିଙ୍କ ସହ ରହିଥାଏ ଏବଂ ପତ୍ନୀଙ୍କ ଅପମାନର ଅର୍ଥ ହେଉଛଇ ପତିଙ୍କ ଅପମାନ।

-ଜୀବନରେ ଅନେକ ଥର ଆର୍ଥିକ ସ୍ଥିତି ଠିକ୍‌ ରହିନଥାଏ। କେବେ ବି ଏଭଳି ସମୟ ଆସିଥାଏ ଯେଉଁ ସମୟରେ ଆମ ପାଖରେ ଧନର ଅଭାବ ଅନେକ ରହିଥାଏ। ଚାଣକ୍ୟଙ୍କ ନୀତି ଅନୁଯାୟୀ ଆମେ ଏଭଳି ସମୟରେ ନିଜ କଥା କାହାକୁ କହିବା ଅନୁଚିତ। କାରଣ ଏଭଳି ପରିସ୍ଥିତିରେ କେହି ଭି ସାହାଯ୍ୟ କରିବାକୁ ଆଗକୁ ଆସିନଥାନ୍ତି। ଏହି ସମୟରେ ଆମେ ମଜବୁତ୍‌ର ସହ ଆଗକୁ ବଢିବା ଉଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button