IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଘରେ ଥିବା ଏହି ଦୁଇଟି ଜିନିଷରେ ପ୍ରସ୍ତୁତ କରନ୍ତୁ ଏହି ଡ୍ରିଙ୍କ, ତୁରନ୍ତ ବଢିବ ଇମ୍ୟୁନିଟି ପାୱାର

ଲକଡାଉନ ପାଇଁ ଏବେ ସବୁ ଲୋକେ ଘରେ ଅଛନ୍ତି। ଏହି ସମୟରେ ବସିବା ଠାରୁ କାଶିବା ଭଲ। ତେଣୁ ଆପଣ ଏହି ସମୟରେ କିଛି ନୂଆ ନୂଆ ରେସିପି କିମ୍ବା ଡ୍ରିଙ୍କ ବନାଇବା ଶିଖନ୍ତୁ। ଏହାସହିତ କାରୋନା ଭାଇରସ ସହ ଲଢେ଼ଇ କରିବାକୁ ନିଜର ରୋଗପ୍ରତିରୋଧକ ଶକ୍ତିକୁ ମଜବୁତ କରାନ୍ତୁ। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ ଏକ ଖାସ ରେସିପି। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଏକ ଗ୍ଲାସ ପାଇଁ
ଛୋଟ ଅଦା ଖଣ୍ଡ – ୧
ପାଣି – ୧ କପ
ଲେମ୍ବୁ – ୧

ପ୍ରସ୍ତୁତି ପ୍ରଣାଳୀ

-ସର୍ବପ୍ରଥମେ ଅଦା ଖଣ୍ଡକୁ ସଫା ପାଣିରେ ଭଲ ଭାବେ ଧୋଇ ଦିଅନ୍ତୁ।
-ଏବେ ଏହି ଖଣ୍ଡକୁ ଛେଚି ଦିଅନ୍ତୁ।
-ଏବେ ଏକ ପ୍ୟାନ ନିଅନ୍ତୁ ଏବଂ ପାଣିକୁ ଫୁଟାଇ ରଖନ୍ତୁ।
-ପ୍ରାୟ ୧୦ ମିନିଟ ପର୍ଯ୍ୟନ୍ତ ଅଦାକୁ ପାଣିରେ ଫୁଟାନ୍ତୁ।
-ଏବେ ଏହି ପାଣିକୁ ଛାଣି ଏକ କପରେ ବାହାର କରନ୍ତୁ ଏବଂ ଏଥିରେ ଏକ ବୁନ୍ଦା ଲେମ୍ବୁ ରସ ପକାଇ ସେବନ କରନ୍ତୁ।

ବିଶେଷ : ଯଦି ଆପଣ କୌଣସି ବିଶେଷ ଚିକିତ୍ସା କରୁଛନ୍ତି ତେବେ ଡାକ୍ତରଙ୍କ ସହିତ ପରାମର୍ଶ କରିବା ପରେ ହିଁ ଏହି ଡ୍ରିଙ୍କକୁ ପିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button