IBN ଓଡ଼ିଶା ଏକ୍ସକ୍ଲୁସିଭ୍

ବେବି ଅଏଲ୍‌ର ରହିଛି ଅନେକ ଉପକାରୀ ଗୁଣ, ଏମିତି କରନ୍ତୁ ତ୍ୱଚାରେ ବ୍ୟବହାର

ପିଲାଙ୍କ ତ୍ୱଚାର ସୁରକ୍ଷା ସହ ହାଡ଼କୁ ମଜଭୁତ କରିବା ଲାଗି ବ୍ୟବହାର କରାଯାଉଥିବା ବେବି ଅଏଲ୍ ବଡ଼ମାନଙ୍କ ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ମଧ୍ୟ ବେଶ୍ ଉପକାରୀ ।

-ତ୍ୱଚା ରୁକ୍ଷ ହେବା ଏବଂ ଫାଟିବା ଆଦି ସମସ୍ୟା ଦୂର କରିବା ଲାଗି ଅଧିକାଂଶ ବଡିଲୋସନର ସାହାଯ୍ୟ ନେଉଥିବାର ଦେଖିବାକୁ ମିଳୁଛି । ହେଲେ ଏହା ବଦଳରେ ଆପଣ ଚାହିଁଲେ ବେବି ଅଏଲ୍ ବ୍ୟବହାର କରିପାରିବେ । କାରଣ ଏହା ତ୍ୱଚାକୁ ମଶ୍ଚରାଇଜ୍ କରିବା ସହ ପିଲାଙ୍କ ଭଳି କୋମଳ ଏବଂ ସତେଜ କରିଥାଏ ।

baby

-ଆଖି ଏବଂ ଓଠର ମେକ୍‌ଅପ୍ ରିମୁଭ୍ କରିବା ଲାଗି କୌଣସି କ୍ଲିଞ୍ଜର ବଦଳରେ ବେବି ଅଏଲ୍ ବ୍ୟବହାର କରିପାରିବେ ।

– ବେଳେବେଳେ ଅଧିକ ରୁକ୍ଷ ହୋଇ କିମ୍ବା ଅନ୍ୟ କୌଣସି କାରଣରୁ ତ୍ୱଚାରୁ କାତି ଛାଡିବା ଭଳି ଲାଗିଥାଏ । ବିଶେଷକରି ହାତ, କହୁଣି, ଆଣ୍ଠୁ ଆଦି ସ୍ଥାନରେ ଏପରି ହୋଇଥାଏ । ଏହାକୁ ଦୂର କରିବା ଲାଗି ପ୍ରତିଦିନ ବେବି ଅଏଲ୍ ମସାଜ୍ କରିବା ଲାଭଦାୟକ ।

foot

-ଶିଶୁ ଜନ୍ମ ପରେ ଅଧିକାଂଶ ମହିଳାଙ୍କ ପେଟରେ ଷ୍ଟ୍ରେଚ୍‌ମାର୍କ ରହିଥିବା ଦେଖିବାକୁ ମିଳେ । ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ବେବି ଅଏଲ୍ ମସାଜ କଲେ ଏହି ସମସ୍ୟା ଦୂର ହୋଇଥାଏ ।

-କେଶର ସୌନ୍ଦର୍ଯ୍ୟ ବୃଦ୍ଧି ଲାଗି ମଧ୍ୟ ଏହା ଖୁବ୍ ଭଲ । ଯଦି କେଶକୁ କୋମଳ ଏବଂ ଉଜ୍ଜ୍ୱଳ କରିବାକୁ ଚାହୁଁଛନ୍ତି, ତେବେ ଭଲ ଭାବେ ବେବି ଅଏଲ୍ ମସାଜ କରି ଏକ ଟାୱାଲ୍‌କୁ ଗରମ ପାଣିରେ ବୁଡାଇ ଚିପୁଡି କେଶରେ ଷ୍ଟିମ୍ ଦିଅନ୍ତୁ । ୧୫ ମିନିଟ୍ ପରେ ଶ୍ୟାମ୍ପ କରିଦିଅନ୍ତୁ ।

hair

– ଯେଉଁମାନଙ୍କ ଆଇବ୍ରୋ ପତଳା, ସେମାନେ ଏହାର ସୌନ୍ଦର୍ଯ୍ୟ ବୃଦ୍ଧି ପାଇଁ ବିଭିନ୍ନ ଉପାୟ ଆପଣେଇଥାନ୍ତି । ହେଲେ ଆପଣ ଜାଣନ୍ତି କି ପ୍ରତିଦିନ ଶୋଇବା ପୂର୍ବରୁ ଆଇବ୍ରୋରେ ବେବି ଅଏଲ୍ ମସାଜ କରିବା ଦ୍ୱାରା ଏହା ଧୀରେ ଧୀରେ ଘନ ହୋଇଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button