ସମସ୍ତଙ୍କୁ ପସନ୍ଦ ଆସିବ ଖଟାମିଠା ପାମ୍ପଡ କଟୋରୀ ଚାଟ

ଲକଡାଉନରେ ସମସ୍ତେ ଘରେ ରହି ବିଭିନ୍ନ ପ୍ରକାର ଖାଦ୍ୟ ପ୍ରସ୍ତୁତ କରି ସୋସିଆଲ ମିଡିଆରେ ପୋଷ୍ଟ କରୁଛନ୍ତି। ପ୍ରତିଦିନ କିଛି ନା କିଛି ଲୋକ ନୂଆ ଖାଦ୍ୟ କରିବାକୁ ଚେଷ୍ଟା କରୁଛନ୍ତି। ଏମିତିରେ ଆପଣଙ୍କ ପାଇ ଆଜି ଆମେ ଆଣିଛୁ, ନୂଆ ଚଟପଟା ଖାଦ୍ୟ ପାମ୍ପଡ କଟୋରୀ ଚାଟ୍।

ଆବଶ୍ୟକ ସାମଗ୍ରୀ :
୫ଟି ପାମ୍ପଡ
୨ କପ୍ କାବୁଲ ଚଣା
୧ ବଡ ପିଆଜ ଏବଂ ଟମାଟର(ଛୋଟ କଟା ହୋଇଥିବା)
ଅଧା କପ୍ ବୁନ୍ଦୀ (ଲୁଣିଆ)
୨ଟା କଞ୍ଚାଲଙ୍କା
୧ ଚାମଚ ଚାଟ୍ ମସଲା
ଭଜା ଜିରା ପାଉଡର/ଲଙ୍କା ପାଉଡର
ଧନିଆପତ୍ର ( ଛୋଟ ଛୋଟ କଟା ହୋଇଥିବା)
ସ୍ୱାଦନୁସାରେ ଲୁଣ, ଲେମ୍ବୁ ରସ

ପ୍ରସ୍ତୁତି ପ୍ରଣାଳୀ :
ପାଣିରେ ପାମ୍ପଡକୁ ବୁଡାଇ ସୂତା କପଡାରେ ରଖିବା ପରେ ଏକ ତାଟିଆରେ ତେଲ ଲଗାଇ ପାମ୍ପଡକୁ ସେଟ କରିଦିଅନ୍ତୁ। ଏହାକୁ ଦୁଇ ମିନିଟ ପର୍ଯ୍ୟନ୍ତ ମାଇକ୍ରୋୱେଭରେ ରଖିଦିଅନ୍ତୁ। ଏବେ ଏହାକୁ ବାହାର କରି ଥଣ୍ଡା ହେବାକୁ ରଖିଦିଅନ୍ତୁ। ଏବେ ତାଟିଆରୁ ପାମ୍ପଡ କାଢିଦିଅନ୍ତୁ। ପରେ ଏକ ପାତ୍ରରେ କାବୁଲୀ ଚଣା, ଟମାଟର, ପିଆଜ, ଧନିଆପତ୍ର, ଲୁଣି ବୁନ୍ଦୀ, ଲେମ୍ବୁ ରସ ଏବଂ କଞ୍ଚାଲଙ୍କା ମିଶାଇ ଦିଅନ୍ତୁ। ଏବେ ଏହି ମିଶ୍ରଣକୁ ପାମ୍ପଡ କଟୋରୀ ରଖି ଦିଅନ୍ତୁ। ତା’ ପରେ ଚାଟ୍ ମସଲା, ଲଙ୍କା ଗୁଣ୍ଡା, ଜିରା ପାଉଡର ଏବଂ ଲୁଣ ଛିଞ୍ଚି ଦିଅନ୍ତୁ। ପ୍ରସ୍ତୁତ ହୋଇଗଲା ଚଟାପଟ ପାମ୍ପଡ କଟୋରୀ ଚାଟ୍।




