IBN ଓଡ଼ିଶା ବ୍ୟୁରୋ

ବଳକା ଭାତକୁ ନ ଫୋପାଡ଼ି ଏପରି ବନାନ୍ତୁ ରାଇସ ପକୋଡ଼ି, ଟେଷ୍ଟରେ ଏକଦମ ବେଷ୍ଟ

ପ୍ରାୟ ସବୁବେଳେ ଘରେ ଖାଦ୍ୟ ଖାଇ ସାରିବା ପରେ କିଛି ଭାତ ବଳି ପଡିଥାଏ। ଆଉ ଏହି ଭାତକୁ ସକାଳୁ ଖାଇବା ପାଇଁ ଲୋକେ ଏତେ ପସନ୍ଦ କରନ୍ତିନି। ଏଥିପାଇଁ ଆଜି ଆମେ ଆପଣଙ୍କୁ ବଳକା ଭାତରେ ସ୍ୱାଦିଷ୍ଟ ପକୋଡ଼ି ରେସିପି ବିଷୟରେ ଜଣାଇବୁ। ଯାହାପରେ ଆପଣ ବଳକା ଭାତକୁ ଆଉ ଫୋପାଡିବେ ନାହିଁ।

ଆବଶ୍ୟକ ସାମଗ୍ରୀ

ଭାତ – ୧ କପ, ବେସନ – ୨କପ, ପିଆଜ – ୧ କଟା ପିଆଜ, କଞ୍ଚା ଲଙ୍କା – ୧, ଅଦା- ଛୋଟ ଖଣ୍ଡ, ଧନିଆ ପାଉଡର – ଅଧା ଚାମଚ, ହଳଦି ପାଉଡର – ଅଧା ଚାମଚ, ଲାଲ ଲଙ୍କା ପାଉଡର – ଅଧା ଚାମଚ, ହେଙ୍ଗୁ – ଏକ ଚିମୁଟା, ଜୁଆଣି – ଅଧା ଚାମଚ, ଧନିଆପତ୍ର – ଅଧା କପ, ଭଜା ଜିରା ପାଉଡର – ଅଧା ଚାମଚ, ଲୁଣ – ସ୍ଵାଦନୁସାରେ, ତେଲ – ଆବଶ୍ୟକ ଅନୁଯାୟୀ।

ପ୍ରସ୍ତୁତି ପ୍ରଣାଳୀ

ଏକ ପାତ୍ରରେ ଭାତକୁ ଚକଟି ଦିଅନ୍ତୁ। ଏହାପରେ ଏଥିରେ ବେସନ, ପିଆଜ, କଞ୍ଚା ଲଙ୍କା, ଅଦା, ଧନିଆପତ୍ର, ହଳଦି, ଲାଲ ଲଙ୍କା ପାଉଡର, ଧନିଆ ପାଉଡର, ହେଙ୍ଗୁ, ଜିରା ପାଉଡର, ଜୁଆଣି ଏବଂ ଲୁଣ ପକାଇ ଭଲ ଭାବେ ମିକ୍ସ କରନ୍ତୁ ଏବଂ ଏହାକୁ ୧୦ ମିନିଟ ଘୋଡାଇ ରଖିଦିଅନ୍ତୁ। ୧୦ ମିନିଟ ପରେ ଏହି ମିଶ୍ରଣକୁ ପୁଣି ଥରେ ଫେଣ୍ଟି ଦିଅନ୍ତୁ। ଯଦି ଏହି ମିଶ୍ରଣ ଗାଢ଼ ହୋଇଥିବା ତେବେ ଏଥିରେ ଅଳ୍ପ ପାଣି ପକାଇ ମିକ୍ସ କରିପାରିବେ। ଧ୍ୟାନ ରଖନ୍ତୁ ଏହି ଘୋଳ ଯେମିତି ପତଳା ନ ହୁଏ। ଏବେ ଆପଣ ଗ୍ୟାସରେ ପ୍ୟାନ ବସାଇ ତେଲ ଗରମ କରନ୍ତୁ। ଗରମ ହେବାପରେ ମିଶ୍ରଣକୁ ଅଳ୍ପ ଅଳ୍ପ ନେଇ ତେଲରେ ଛାଣନ୍ତୁ। ଏହା ଭଲଭାବରେ ଛାଣି ହୋଇଗଲେ ପ୍ଲେଟକୁ ବାହାର କରିଦିଅନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ରାଇସ ପକୋଡ଼ି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button