IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଆପଣଙ୍କ ପାଖ ମାଡିବନି ଅଶୁଭ ପ୍ରଭାବ, ଗ୍ରହ ଅନୁଯାୟୀ କରନ୍ତୁ ମନ୍ତ୍ର ଜପ

ଜ୍ୟୋତିଷ ଏବଂ ଶାସ୍ତ୍ର ଅନୁଯାୟୀ ବ୍ୟକ୍ତିଙ୍କ ଜାତକରେ ଗ୍ରହର ବହୁତ ମହତ୍ତ୍ୱ ରହିଛି। ଯାହାର ସ୍ଥିତି ଆପଣଙ୍କୁ ଶୁଭ-ଅଶୁଭର ନିର୍ଦ୍ଧାରଣ କରିଥାଏ। ଏମିତିରେ ସବୁବେଳେ ଆବଶ୍ୟକ ହୋଇଥାଏ ଯେ ଗ୍ରହ ମାନଙ୍କୁ ଶାନ୍ତିରେ ରଖିବା, ଯାହା ଦ୍ୱାରା ଗ୍ରହରୁ ଅଶୁଭ ପ୍ରଭାବ ଦୂରେଇଯିବ। ଆଜି ଆମେ ଆପଣଙ୍କ ପାଇଁ ସମସ୍ତ ୯ ଗ୍ରହ ସହ ଜଡିତ ବିଶେଷ ମନ୍ତ୍ର ବିଷୟରେ ଜଣାଇବୁ ଯାହାକୁ ଜପ କରି ଅଶୁଭ ପ୍ରଭାବରୁ ମୁକ୍ତି ପାଇବେ ଏବଂ ଜୀବନରେ ସୁଖ ଶାନ୍ତି ସବୁବେଳେ ଭରି ରହିବ। ତାହେଲେ ଆସନ୍ତୁ ଜାଣିବା ଏହି ମନ୍ତ୍ର ବିଷୟରେ।

ସୂର୍ଯ୍ୟଙ୍କ ମନ୍ତ୍ର

“ऊँ सूर्याय नम:।” ସୂର୍ଯ୍ୟଙ୍କୁ ଜଳ ଅର୍ପଣ କରିବା ସମୟରେ ମଧ୍ୟ ଆପଣ ଏହି ମନ୍ତ୍ର ଜପ କରିପାରିବେ। ନିତ୍ୟ ସୂର୍ଯ୍ୟଦେବଙ୍କୁ ଜଳ ଅର୍ପଣ କରିବା ପରେ ଏହି ମନ୍ତ୍ରକୁ ୧୦୮ ଥର ଜପ କରନ୍ତୁ।

ଚନ୍ଦ୍ରଙ୍କ ମନ୍ତ୍ର

“ऊँ सोमाय नम:।” ଚନ୍ଦ୍ର ଦେବଙ୍କ ଏହି ମନ୍ତ୍ରର ଜପ କରିବା ଦ୍ୱାରା ମାନସିକ ଶାନ୍ତି ଅନୁଭବ ହୋଇଥାଏ।

japaମଙ୍ଗଳ ଗ୍ରହ ପାଇଁ ମନ୍ତ୍ର

“ऊँ भौमाय नम:।” ଯଦି ଆପଣଙ୍କର ଭୂମି ସମ୍ୱନ୍ଧୀୟ ସମସ୍ୟା ହେଉଛି ବତେବେ ମଙ୍ଗଳ ଦେବଙ୍କର ଏହି ମନ୍ତ୍ର ବହୁତ ଲାଭକାରୀ ପ୍ରମାଣିତ ହେବ। ଏହି ମନ୍ତ୍ରକୁ ଜପ କରିବା ଦ୍ୱାରା ଭୂମି ସମ୍ବନ୍ଧିତ ସମସ୍ୟା ଦୂର ହୋଇଥାଏ।

ବୁଧଙ୍କ ମନ୍ତ୍ର

“ऊँ बुधाय नम:।” ବୁଧ ଦେବଙ୍କ ଏହି ମନ୍ତ୍ର ଜପ କରିବା ଦ୍ୱାରା ଶିକ୍ଷା ସମ୍ବନ୍ଧୀୟ ସଫଳତା ହାସଲ ହୋଇଥାଏ।

ଗୁରୁଙ୍କ ମନ୍ତ୍ର

“ऊँ बृहस्पतये नम:।” ବୃହସ୍ପତି ଦେବଙ୍କ ଏହି ମନ୍ତ୍ର ଜପ କରିବା ଦ୍ୱାରା ବୈବାହିକ ଜୀବନରେ ସୁଖ ଶାନ୍ତି ସବୁବେଳେ ରହିଥାଏ।

ଶୁକ୍ର ମନ୍ତ୍ର

“ऊँ शुक्राय नम:।” ଶୁକ୍ର ଦେବଙ୍କ ଏହି ମନ୍ତ୍ରର ଜପ କରିବା ଦ୍ୱାରା ସ୍ୱାମୀ-ସ୍ତ୍ରୀ ମଧ୍ୟରେ ଚିନ୍ତା କମ ହୋଇଥାଏ ଏବଂ ପ୍ରେମ ବଢିଥାଏ।

ଶନି ଦେବଙ୍କ ଏହି ମନ୍ତ୍ର

“ऊँ शनैश्चराय नम:।” ଶନି ଦେବଙ୍କ ଏହି ମନ୍ତ୍ରର ଜପ କରିବା ଦ୍ୱାରା ଶନି ଦେବା ପ୍ରସନ୍ନ ହୋଇଥାଏ। ଶନି ଦୋଷରୁ ମୁକ୍ତି ମିଳିଥାଏ ଏବଂ ଜୀବନରେ ସମସ୍ତ ବାଧା ଦୂର ହୋଇଯାଇଥାଏ।

ରାହୁଙ୍କ ମନ୍ତ୍ର

“ऊँ राहवे नम:।” ରାହୁଙ୍କର ଏହି ମନ୍ତ୍ର ଜପ କରିବା ଦ୍ୱାରା ଜୀବନରେ ଚିନ୍ତା ରହିଥାଏ।

କେତୁଙ୍କ ମନ୍ତ୍ର

“ऊँ केतवे नम:।” କେତୁଙ୍କ ଏହି ମନ୍ତ୍ର ଜପ କରିବା ଦ୍ୱାରା ଜୀବନରେ ସୁଖ ଶାନ୍ତି ସବୁବେଳେ ରହିଥାଏ ଏବଂ ପାରିବାରିକ କଳହ ମଧ୍ୟ ହୋଇନଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button