ମନୋରଞ୍ଜନ

ଏକଦମ ନୂଆ ଉପାୟରେ ଓଡ଼ିଆ ଷ୍ଟାଇଲରେ ବନାନ୍ତୁ ସିମେଇ କ୍ଷୀରି, ସ୍ୱାଦ ପୂରା ଜବରଦସ୍ତ

ଆପଣ ତ ପୂର୍ବରୁ ସିମେଇ କ୍ଷୀରି ଖାଇଥିବେ କିନ୍ତୁ ଆଜି ଆମେ ଆପଣଙ୍କୁ ଆଜି ଏକ ନୂଆ ଷ୍ଟାଇଲର ସିମେଇ କ୍ଷୀରି ରେସିପି ଜଣାଇବୁ। ଯାହାର ସ୍ୱାଦ ଆପଣଙ୍କୁ ଏକ ନୂଆ ଟେଷ୍ଟ ଦେବ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

-ସିମେଇ
-ଚିନି
-ଘିଅ
-କାଜୁ
-କିସମିସ
-କ୍ଷୀର ଏକ ଲିଟର

kheerପ୍ରସ୍ତୁତି ପ୍ରଣାଳୀ

– ସର୍ବ ପ୍ରଥମେ ପ୍ୟାନରେ ଘିଅ ଗରମ କରନ୍ତୁ ଏବଂ ସେଥିରେ ଏକ ଛୋଟ ଚାମଚ ଅଳେଇଚ ପାଉଡର ପକାନ୍ତୁ।

– ସ୍ୱାଦ ଆସିବା ପରେ ସିମେଇ ପକାଇ ଭଲ ଭାବେ ଫ୍ରାଏ କରନ୍ତୁ।

– ସିମେଇ ଭାଜି ହୋଇଗଲା ପରେ ଗ୍ୟାସ ଧୀମା କରି କ୍ଷୀର ପକାନ୍ତୁ। ଏହାକୁ ଲଗାତର ଚାମଚରେ ଚଲାନ୍ତୁ, ଯେମିତି ସିମେଇ ତଳୁ ନ ଲାଗେ।

– ଯେତେବେଳେ କ୍ଷୀର ଫୁଟି ଆସିବା ସେତେବେଳେ ଏଥିରେ ସ୍ୱାଦ ଅନୁସାରେ ଚିନି ପକାନ୍ତୁ।

– କ୍ଷୀର ଗାଢ଼ ହେବା ପର୍ଯ୍ୟନ୍ତ ଚଲାନ୍ତୁ। ଏବେ ଗ୍ୟାସର ଆଞ୍ଚ ଧୀମା କରି ସେଥିରେ କିସମିସ ଏବଂ କାଜୁ ପକାଇ ଭଲଭାବେ ମିକ୍ସ କରନ୍ତୁ।

– ଏବେ ଗ୍ୟାସ ବନ୍ଦ କରିଦିଅନ୍ତୁ ଏବଂ ଏକ ସର୍ଭିଙ୍ଗ ବାଉଲ ବା ଏକ ଛୋଟ ପାତ୍ରରେ ପରସନ୍ତୁ। ତେବେ ପରସିବା ପୂର୍ବରୁ ଏହା ଉପରେ କିଛି ଡ୍ରାଏ ଫରୁଟସ ପକାଇ ସର୍ଭ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button