IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଯାହାଙ୍କ ଠାକୁର ଘରେ ଏହି 4 ଟି ଜିନିଷ ସର୍ବଦା ରହିଥାଏ, ସେହି ଘରେ ସୁଖ ଓ ସମୃଦ୍ଧି ମଧ୍ୟ ରହିଥାଏ

ଭାରତୀୟ ସଂସ୍କୃତିରେ ପୂଜା ପାଠ କରିବାର ଅନେକ କିଛି ବିଧି ରହିଥାଏ । ଯେଉଁ ବିଧି ମାନି କରି ଆମକୁ ଠାକୁରଙ୍କୁ ପୂଜା ଅର୍ଚନା କରିବା ଶୁଭ ହୋଇଥାଏ । ଅଯଥା ପୂଜା ପାଠ କରି ମଧ୍ୟ ସେହି ପୂଜା ବ୍ୟର୍ଥ ହୋଇଯାଇଥାଏ । ତେବେ ବନ୍ଧୁଗଣ ଆଜି ଆମେ ଠାକୁର ପୂଜା ସହ ଜଡିତ କିଛି ନୀତି ନିୟମ ବିଷୟରେ କହିବାକୁ ଯାଉଛୁ । ଏଥିସହ ଠାକୁର ଘରେ ଏହି 4 ଟି ଜିନିଷ ବିଷୟରେ କହିବାକୁ ଯାଉଛୁ । ଯାହା ଆପଣଙ୍କ ଘରକୁ ସୁଖ ଓ ସମୃଦ୍ଧି ନେଇକରି ଆସିଥାଏ ।

1- ପତିଦିନ ପ୍ରାତଃ ଉଠି ଯାଇ ସ୍ନାନାଦି କାର୍ଯ୍ୟ ସାରି ସ୍ବଚ୍ଛ ବସ୍ତ୍ର ପରିଧାନ କରି ପୂଜା କରିବା ଉଚିତ । ଠାକୁର ପୂଜା କରିବା ସମୟରେ ସକାଳେ ଓ ସନ୍ଧ୍ଯା ସମୟରେ ଦୀପ ଅବଶ୍ୟ ଜଳାଇବା ଉଚିତ । ଠାକୁର ଘର ଘରର ଐଶାନ୍ୟ କୋଣରେ ରହିବା ଉଚିତ । ଠାକୁର ଘରେ ଗୋଟିଏ ଭଗବାନଙ୍କର କେବଳ ଗୋଟିଏ ଫୋଟ ରଖି ପୂଜା କରିବା ଉଚିତ । କାରଣ ଠାକୁର ଘରେ ଗୋଟିଏ ଭଗବାନଙ୍କର 2 ଟି ଫୋଟ ବା ମୂର୍ତ୍ତି ରଖି ପୂଜା କରାଯାଇନଥାଏ ।

2- ଠାକୁର ଘରେ ଠାକୁରଙ୍କ ଫୋଟ ବ୍ଯତୀତ ପୂର୍ବଜ ବା କୌଣସି ଗୁରୁଙ୍କର ଫୋଟ ଆଦି ରଖିବା ଅନୁଚିତ । କାରଣ ଏହାଦ୍ବାରା ଘରେ ନକରାତ୍ମକ ଊର୍ଜାର ବାସ ହୋଇଥାଏ । 3- ଭଗବାନଙ୍କୁ ଚଢାଇବାକୁ ଥିବା ଫୁଲ, ଫଳ ଆଦି କୌଣସି ସାମଗ୍ରୀକୁ ଶୁଙ୍ଘିକି ଚଢାଇବା ଉଚିତ ନୁହେଁ । 4- କୌଣସି ଠାକୁରଙ୍କର ଛିଡା ହୋଇଥିବା ବା କ୍ରୋଧିତ ମୂର୍ତ୍ତି ଠାକୁର ଘରେ ରଖିବା ଉଚିତ ନୁହେଁ । ଏହା ଦ୍ଵାରା ଠାକୁର ଘରର ପରିବେଶ ଉଗ୍ର ବଢିବା ସହ ଘରେ ଅଶାନ୍ତିମୟ ପରିବେଶ ସୃଷ୍ଟି ହୋଇଥାଏ ।

5- ଶୋଇବା ଘର ବେଡ୍ ରୁମ୍ ରେ ଠାକୁର ଘର ବନାଇବା ଅନୁଚିତ । ଯଦିଓ କୌଣସି କାରଣ ବଶତଃ ବେଡ୍ ରୁମ୍ ରେ ଠାକୁର ଘର ବନାଇବାକୁ ପଡିଥାଏ । ତେବେ ଠାକୁର ଘର ସମ୍ମୁଖରେ ଲାଲ ରଙ୍ଗର ପରଦା ଶୋଇବା ସମୟରେ ଢାଙ୍କିକି ରଖନ୍ତୁ ।

6- ଠାକୁର ଘରକୁ ସର୍ବଦା ସ୍ବଚ୍ଛ ଓ ପରିଷ୍କାର ରଖନ୍ତୁ । ନଚେତ ଠାକୁର ଘର ଅପରିଷ୍କାର ରହିବା ଦ୍ଵାରା ଘରେ ଦରିଦ୍ରତା ଦେଖାଯାଇଥାଏ । ଏହା ବ୍ଯତୀତ ଠାକୁର ଘରେ ଏହି 4 ଟି ଜିନିଷ ରଖିବା ଅବଶ୍ୟ ଉଚିତ ।

ଗଙ୍ଗା ଜଳ, ଶଙ୍ଖ, କଳଶ ଓ ଘଣ୍ଟି ଆଦି ପୂଜା ସାମଗ୍ରୀ ଠାକୁର ଘରେ ନିହାତି ରଖନ୍ତୁ । ଏହା ଦ୍ଵାରା ପୂଜା ଘର ସଂପୂର୍ଣ୍ଣ ରହିବା ସହ ଘରର ମଧ୍ୟ ଉନ୍ନତି ହୋଇଥାଏ । ପୋଷ୍ଟଟି ଆପଣ ମାନଙ୍କୁ ଭଲ ଲାଗିଥିଲେ ।

Related Articles

Leave a Reply

Your email address will not be published. Required fields are marked *

Back to top button