ଅପରାଧ

ଗାଳି ଦେବାରୁ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କଲା ଇଞ୍ଜିନିୟରିଂ ଛାତ୍ର – Ibnodisha

[ad_1]

ଲକ୍ଷ୍ନୌ: ଉତ୍ତରପ୍ରଦେଶର କାନପୁରରୁ ଆସିଛି ଏକ ଲୋମ ଟାଙ୍କୁରା ଖବର । ଘଟଣାଟି କାନପୁରର କାକାଦେବୀ ଅଞ୍ଚଳର, ସେଠାରେ ଜଣେ ଇଞ୍ଜିନିୟରିଂ ଛାତ୍ର ତାଙ୍କ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଭିଡିଓ ଭାଇରାଲ କରିଛି । ଘଟଣାକୁ ନେଇ ପୋଲିସ ଅଭିଯୁକ୍ତ ଇଞ୍ଜିନିୟର ଛାତ୍ରକୁ ଗିରଫ କରିଛି । ଗିରଫ ପରେ ଅଭିଯୁକ୍ତ ଛାତ୍ର ଜଣକ ପୋଲିସ ଆଗରେ ନିଜ ଦୋଷ ମାନିଥିଲା । ଆଉ କହିଥିଲା, ମୋତେ ଉକ୍ତ ଶିକ୍ଷୟତ୍ରୀ ଆଦୌ ପସନ୍ଦ ନୁହନ୍ତି । ସେ ମୋତେ ଗାଳି କରନ୍ତି । ମୁଁ ତାଙ୍କ ଗାଳିର ପ୍ରତିଶୋଧ ନେବା ପାଇଁ ତାଙ୍କର ଫଟୋକୁ ବ୍ୟବହାର କରି ଅଶ୍ଳୀଳ ଭିଡିଓ ପ୍ରସ୍ତୁତି କରିଥିଲି । ଏହାପରେ ଇନଷ୍ଟାଗ୍ରାମରେ ଅପଲୋଡ କରିଥିଲି ।

ଦେଖୁ ଦେଖୁ ଏହି ଭିଡିଓଟି ସୋସିଆଲ ମିଡିଆରେ ଭାଇରାଲ ହୋଇଯାଇଥିଲା । ପୋଲିସର କହିବା ଅନୁସାରେ,ନିଜର ଏପରି ଅଶ୍ଳୀଳ ଭିଡିଓ ଭାଇରାଲ ହେବା ଦେଖି ଶିକ୍ଷୟତ୍ରୀ ଜଣକ ଥାନାରେ ପହଞ୍ଚି ଅଭିଯୋଗ କରିଥିଲେ । ଏହାପରେ ତଦନ୍ତ ଆରମ୍ଭ ହୋଇଥିଲା । ପ୍ରଥମେ ପୋଲିସ ଇନଷ୍ଟାଗ୍ରାମର ଆଇପି ଆଡ୍ରେସ ଖୋଜିଥିଲା । ପରେ ଅଭିଯୁକ୍ତକୁ ଖୋଜାଖୋଜି ଆରମ୍ଭ କରିଦେଇ ଥିଲା । ଏହି ନକଲି ଆକାଉଣ୍ଟ ସେହି ବାଳକ ନାମରେ ଥିବା ଜଣାପଡ଼ିଥିଲା । ତାହାର ପ୍ରକୃତ ନାମ ନମନ, ସେ ଜଣେ ଇଞ୍ଜିନିୟର ଛାତ୍ର ଥିବା ବେଳେ ଶିକ୍ଷୟତ୍ରୀଙ୍କ ପୂର୍ବତନ ଛାତ୍ର ବୋଲି ଯାଞ୍ଚରୁ ଜଣାପଡ଼ିଥିଲା । ତେବେ ନକଲି ଇନଷ୍ଟାଗ୍ରାମ ଆଇଡି ସହିତ ଶିକ୍ଷୟତ୍ରୀଙ୍କ ଅଶ୍ଳୀଳ ଭିଡିଓ ଡିଲିଟ କରିବା ପାଇଁ ଏକ ଚିଠି ହୋଇଛି । ଶୀଘ୍ର ଏହି ଘଟଣାର ସମାଧାନ ହୋଇଯିବ ପୋଲିସ କହିଛି ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button