ରାଜ୍ୟ

ରୁକ୍ଷ ତ୍ୱଚା ପାଇଁ ବିଶେଷ ଲାଭକାରୀ ଆଭାକାଡୋ, ଏଥିରେ କରନ୍ତୁ ଏମିତି ଘରୋଇ ଫେସପ୍ୟାକ୍‌

ତ୍ୱଚାରେ ସୁନ୍ଦରତା ପାଇଁ ମହିଳାମାନେ ଅନେକ ପ୍ରକାର ଯତ୍ନ ନିଅନ୍ତି। ସୁନ୍ଦର ତ୍ୱଚା ପାଇଁ ମହଙ୍ଗା ପ୍ରଡକ୍ଟସର ବ୍ୟବହାର ମଧ୍ୟ କରନ୍ତି। କିନ୍ତୁ ଏହି ମହଙ୍ଗା ପ୍ରଡକ୍ଟସ ଚେହେରାରେ ସେତିକି ପ୍ରଭାବ ପକାଇପାରେ ନାହିଁ ଯେପରି ପ୍ରାକୃତିକ ଜିନିଷ ତ୍ୱଚାରେ କରିଥାଏ। ଭିଟାମିନ, ମିନେରାଲ୍ସରେ ଭରଭୂର ଆଭାକାଡୋ ତ୍ୱଚା ପାଇଁ ବେଶ୍‌ କାମ କରିଥାଏ। ଖାସ୍‌ କରି ରୁକ୍ଷ ତ୍ୱଚା ପାଇଁ ବେଶ ଲାଭକାରୀ ହୋଇଥାଏ ଆଭାକାଡୋ। ତେବେ ଆସନ୍ତୁ ଜାଣିବା, ଏମିତି କିଛି ଆଭାକାଡୋ ଫେସପ୍ୟାକ୍‌ ରହିଛି, ଯାହା ବହୁତ ତ୍ୱଚା ପାଇଁ ବହୁତ ଭଲ।

ଆଭାକାଡୋ, ଦହି ଏବଂ ମହୁ ପ୍ୟାକ୍‌ : ଏହି ପ୍ୟାକ୍‌ କରିବା ପାଇଁ ଏକ ଚାମଚ ପାଚିଲା ଆଭାକାଡୋକୁ ନେଇ ସ୍ମଦ ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏଥିରେ ଦୁଇ ବଡ ଚାମଚ କ୍ଷୀର ଏବଂ ଏକ ଚାମଚ ମହୁ ମିଶାଇ ମୁହଁରେ ଲଗାଇ ଦିଅନ୍ତୁ। ଏହାକୁ ଅଧ ଘଣ୍ଟା ରଖିବା ପରେ ସଫା କରିଦିଅନ୍ତୁ। ଏହି ପ୍ୟାକ୍‌କୁ ଲଗାତାର ଲଗାଇବା ପରେ ସ୍କିନ କମ୍ପ୍ଲେକସନ୍‌ରେ ସୁଧାର ଆସିଥାଏ।

pack

ଆଭାକୋଡୋ, ଲେମ୍ବୁ ଏବଂ ମହୁ ପ୍ୟାକ୍‌; ଏହି ଫେସ ପ୍ୟାକ୍‌କୁ ପ୍ରସ୍ତୁତ କରିବା ପାଇଁ ପ୍ରଥମେ ଆଭାକାଡୋର ପେଷ୍ଟ ପ୍ରସ୍ତୁତ କରିଦିଅନ୍ତୁ। ଏହାପରେ ଏକ ବଡ ଚାମଚ ମହୁ ଏବଂ ଅଧା ଚାମଚ ଲେମ୍ବୁ ରସ ମିଶାଇ ଭଲ ଭାବେ ପେଷ୍ଟ ପ୍ରସ୍ତୁତ କରଦିଅନ୍ତୁ। ଏହାକୁ ଚେହେରାରେ ୧୫୦୨୦ ମିନିଟ ଲଗାଇପରେ ଚେହେରାକୁ ଭଲ ଭାବେ ପାଣିରେ ଧୋଇଦିଅନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button