IBN ଓଡ଼ିଶା ବ୍ୟୁରୋ

ବର୍ଷା ଯୋଗୁଁ ପାଦରେ ଫଙ୍ଗଲ ଇନଫେକ୍ସନ ହେଉଥିଲେ, ଆପଣାନ୍ତୁ ଏହି ଘରୋଇ ଉପଚାର

ଲଘୁଚାପ ଯୋଗୁଁ ଗତ କିଛି ଦିନ ହେବ ସବୁଆଡ଼େ ବର୍ଷା ହେଉଛି। ପରିସ୍ଥିତି ଏମିତି ହେଲାଣି ଯେ ଲୋକେ ପାଣି ଦେଖିଲେ ଏବେ ବିରକ୍ତ ହୋଇଯାଉଛନ୍ତି। ତେବେ ବର୍ଷା ଦିନ ଯେତିକି ଲାଭ ଦିଏ ତା’ଠୁ ଅଧିକ କ୍ଷତି କରେ। ଖାସ କରି ବର୍ଷାଦିନେ ଥଣ୍ଡା, ଜ୍ୱର, କାଶ, ତଣ୍ଟି ଦରଜ ଆଦି ସମସ୍ୟା ଅଧିକ ଦେଖାଦିଏ। ଏଥିସହ ଆଉ ଏକ ସମସ୍ୟା ବି ଦେଖାଦିଏ। ତାହା ହେଉଛି ପାଦ ପାଣି ଖାଇବା। ଫଙ୍ଗଲ ଇନଫେକ୍ସନ ଯୋଗୁ ପାଦ ପାଣି ଖାଏ। ଆପଣ ବି ଯଦି ଏହି ସମସ୍ୟା ଭୋଗୁଥାନ୍ତି ତେବେ ଆମେ ଆପଣଙ୍କୁ କେତେକ ଘରୋଇ ଉପଚାର କହିବୁ ଯାହା ବ୍ୟବହାର କରି ଆପଣ ପାଣି ଖିଆ ସମସ୍ୟା ଦୂର କରିପାରିବେ।

Home remedies for fungal infection in monsoon - Window To News

  • ପାଣି ଖାଇଥିବା ସ୍ଥାନରେ ହଳଦୀ ଲଗାନ୍ତୁ। ଏଥିରେ ଆଣ୍ଟି ବ୍ୟାକ୍ଟେରିଆଲ ଗୁଣ ରହିଛି ଯାହା ଫଙ୍ଗଲ ଇନଫେକ୍ସନ ଦୂର କରିବ।
  • ତ୍ୱଚାର ମୃତ କୋଷିକାକୁ ବାହାର କରିବାରେ ମୁଲତାନୀ ମାଟି ସାହାଯ୍ୟ କରେ। ମୁଲତାନୀ ମାଟିରେ ଲିମ୍ବ ଓ ଲାଭେଣ୍ଡର ତେଲ ମିଶାଇ ଏକ ପେଷ୍ଟ ତିଆରି କରନ୍ତୁ। ଏହାକୁ ପାଣି ଖାଇଥିବା ସ୍ଥାନରେ ଲଗାନ୍ତୁ। ତୁରନ୍ତ ଲାଭ ମିଳିବ।
  • ସିରକା ପାଣିରେ ପାଦ ଧୁଅନ୍ତୁ। ଇନଫେକ୍ସନ ଦୂର ହେବ।
  • ଲେମ୍ବୁ ରସ, ସିରକା ଓ ଗ୍ଲେସରିନ ପକାଇ ସେଥିରେ କିଛି ସମୟ ପାଦ ବୁଡ଼ାନ୍ତୁ। ଫଙ୍ଗଲ ଇନଫେକ୍ସନ ସମସ୍ୟା ଦୂରେଇ ଯିବ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button