IBN ଓଡ଼ିଶା ଏକ୍ସକ୍ଲୁସିଭ୍

ମସ୍ତିଷ୍କକୁ ମଜବୁତ କରିଥାଏ ଏହିସବୁ ସୁପରଫୁଡ, ପାଖ ମାଡିବନି ଚିନ୍ତା

ବର୍ତ୍ତମାନ ସମୟରେ କାମ ଛଡା ଶରୀରର ଯତ୍ନ ନେବା ମଧ୍ୟ ବେଶ୍‌ ଆବଶ୍ୟକ। ଆଜିକାଲି ସମସ୍ତେ କାମ ବ୍ୟସ୍ତ ଯୋୁଁ ଟେନସନରେ ରହୁଛନ୍ତି, ଯାହାର ପ୍ରଭାବ ମାନସିକ ସ୍ୱାସ୍ଥ୍ୟ ଉପରେ ପ୍ରଭାବ ପଡିଥାଏ। ଏମିତିରେ ମସ୍ତିଷ୍କକୁ ମଜବୁତ କରିବା ଏବଂ ଶାନ୍ତ ରଖିବା ଉଚିତ। ସମସ୍ତ ଅସୁବିଧାକୁ ଦୂର କରିବା ଦରକାର। ଏଥିପାଇଁ ଆଜି ଆମେ ଆପଣଙ୍କୁ ଏମିତି ସୁପରଫୁଡ ବିଷୟରେ କହିବୁ, ଯାହା ସାହାଯ୍ୟରେ ମସ୍ତିଷ୍କକୁ ମଜବୁତ କରିବା ସହିତ ଚିନ୍ତାରୁ ଦୂରେଇ ରହିପାରିବେ। ଆସନ୍ତୁ ଜାଣିବା ସେହି ସୁପରଫୁଡ ବିଷୟରେ…

ଫଳ :ଫଳରେ ଅଧିକ ମାତ୍ରାର ପୋଷକ ତତ୍ତ୍ୱ ରହିଥାଏ। ସେଓରେ ଫାଇବର ସହିତ ଆଇରନ ଏବଂ ଆଣ୍ଟିଅକ୍ସିଡାଣ୍ଟ ମଧ୍ୟ ରହିଥାଏ। ଡାଇବେଟିସ ରୋଗୀ ପ୍ରତିଦିନ ଗୋଟେ ସେଓ ଖାଇଲେ ସ୍ୱାସ୍ଥ୍ୟ ପାଇଁ ଲାଭକାରୀ ହୋଇଥାଏ। ଏହାଛଡା ବାକି ସମସ୍ତେ ଅନ୍ୟ ଫଳ ଆରାମରେ ଖାଇପାରିବେ।

food

ମାଂସ : ଖାଦ୍ୟରେ ନିରାମିଷ ସହିତ ଆମିଷ ଖାଦ୍ୟ ମଧ୍ୟ ଖାଇପାରିବେ। ମାଂସରେ ଥିବା ପ୍ରୋଟିକ ମସ୍ତିଷ୍କୁ ସୁସ୍ଥ ରଖିବାରେ ସହାୟକ ହୋଇଥାଏ। ମାଂସ ଖାଇବା ଦ୍ୱାରା ଷ୍ଟ୍ରେସ ଦୂର ହୋଇଥାଏ। ଏଥିରେ ଓମେଗା ୩ ଫ୍ୟାଟି ଏସିଡ ପ୍ରଚୁରମାତ୍ରାରେ ରହିଥାଏ। ଏଥିରେ ଥିବା ଗୁଡ ଫ୍ୟାଟ ଅଲଜାଇମର ଏବଂ ଡିମେସିଆ ଭଳି ରୋଗରୁ ମସ୍ତିଷ୍କକୁ ରକ୍ଷା କରିଥାଏ।

brain

ଅଖରୋଟ : ଅଖରୋଟ ଦେଖିବାକୁ ମସ୍ତିଷ୍କ ଭଳି। ତେଣୁ ପିଲା ହୁଅନ୍ତୁ ଅବା ବଡ ସକାଳ ଜଳଖିଆରେ ଅଖରୋଟକୁ ସାମିଲ କରିପାରିବେ। ଏହା ମସ୍ତିଷ୍କକୁ ସୁସ୍ଥ ରଖିଥାଏ।

ସବୁଜ ପନିପରିବା : ପାଳକ, ମେଥି, ପତ୍ରକୋବି କୋଷିକାରେ ଥିବା ବିଷାକ୍ତ ଏବଂ ଟକ୍ସିନ ହେବାରୁ ରକ୍ଷା କରିଥାଏ। ଏହାର ସେବନ ମସ୍ତିଷ୍କକୁ ଦ୍ରୁତ କରିଥାଏ। ଏଥିରେ ଥିବା ଭିଟାମିନଏ, ସି, ଇ ଏବଂ କେ ଛଡା ଆୟୋଡିନ ଏବଂ ମ୍ୟାଗ୍ନେସିୟମ ସମସ୍ତଷ୍କକୁ ସୁରକ୍ଷା ଦେଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button