ମନୋରଞ୍ଜନ

ଆଜି ଡିନରରେ ବନାନ୍ତୁ କଞ୍ଚା ଅଣ୍ଡା ଟମାଟୋ ରସା, ଅଣ୍ଡାର ଏମିତି ୟୁନିକ ଟେଷ୍ଟ ପୂର୍ବରୁ କେବେ ବି ପାଇନଥିବେ

ଆବଶ୍ୟକୀୟ ସାମଗ୍ରୀ

  • କଞ୍ଚା ଅଣ୍ଡା
  • ଟମାଟୋ ବଟା
  • ପିଆଜ
  • କଞ୍ଚାଲଙ୍କା
  • ଧନିଆପତ୍ର
  • ଭୃଷଙ୍ଗପତ୍ର
  • ଗରମ ମସଲା
  • ହଳଦୀଗୁଣ୍ଡ
  • ଲଙ୍କାଗୁଣ୍ଡ
  • ଅଦା
  • ରସୁଣ
  • ଜିରା
  • କଞ୍ଚାଲଙ୍କା
  • ତେଲ
  • ସ୍ୱାଦ ଅନୁସାରେ ଲୁଣ

Dim Posto Recipe - Egg Curry With Poppy Seeds by Archana's Kitchen

 

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଏକ ପ୍ୟାନ ବସାଇ ସେଥିରେ ଅଳ୍ପ ତେଲ ଗରମ କରନ୍ତୁ । ତାପରେ ସେଥିରେ ଜିରା ଫୁଟାଇ କଟା ପିଆଜ ପକାଇ ଭାଜନ୍ତୁ । ପିଆଜ ଟିକିଏ ଭାଜି ହୋଇଗଲା ପରେ ସେଥିରେ ଭୃସଙ୍ଗ ପତ୍ର ଧଣିଆ ପତ୍ର ପକାଇ ଦିଅନ୍ତୁ ତାପରେ ସେଥିରେ ଅଦା ରସୁଣ ଜିରା କଞ୍ଚାଲଙ୍କାକୁ ପେଷ୍ଟ କରି ପକାଇ ଦିଅନ୍ତୁ । ବର୍ତ୍ତମାନ ସେଥିରେ ଲଙ୍କାଗୁଣ୍ଡ, ହଳଦୀ ଗୁଣ୍ଡ, ଗରମ ମସଲା ଓ ଲୁଣ ପକାଇ ଭଲଭାବେ କଷନ୍ତୁ । ତାପରେ ସେଥିରେ ଟମାଟୋ ପ୍ୟୁରିକୁ ଅଧା ପକାଇ ଦିଅନ୍ତୁ । ଧ୍ୟାନ ରଖିବେ ସମ୍ପୂର୍ଣ ପକାଇବେ ନାହିଁ ଅଳ୍ପ ଶେଷ ପାଇଁ ମଧ୍ୟ ରଖିବେ । ଏହା ଭଲଭାବେ କଷି ହୋଇଗଲା ପରେ ସେଥିରେ ପାଣିଦେଇ ଫୁଟିବା ପାଇଁ ଛାଡ଼ିଦିଅନ୍ତୁ । ଏହା ଭଲଭାବେ ଫୁଟି ଆସିବା ପରେ ସେଥିରେ କଞ୍ଚାଅଣ୍ଡାକୁ ଧୀରେ ଭାଙ୍ଗି ପକାନ୍ତୁ । ସେହିପରି ଭାବେ ସମସ୍ତ ଅଣ୍ଡାକୁ ଭାଙ୍ଗି ଧୀରେ ଧୀରେ ମସଲାରେ ପକାଇ ଦିଅନ୍ତୁ । ତାପରେ କାମ ଆଁଚରେ ଏହାକୁ 10 ମିନିଟ ସିଝାନ୍ତୁ । ଏହା ଭାଲାଭବେ ସିଝିଗଲା ପରେ ସେଥିରେ ବଳକା ଟମାଟୋ ପ୍ୟୁରି ଏବଂ ଧନିଆପତ୍ର ପକାଇ ଦିଅନ୍ତୁ । ପ୍ରସ୍ତୁତ ହୋଇଗଲା ଆପଣଙ୍କର ଅଣ୍ଡା ଟମାଟୋ ରସା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button