ମନୋରଞ୍ଜନ

ଚଟପଟା ସ୍ୱାଦରେ ଏକଦମ୍‌ ଜବରଦସ୍ତ ମସଲା ବାଦାମ ଚାଟ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ବର୍ଷା ଋତୁରେ କିଛି ଚଟପଟା ଖାଇବାକୁ ଇଚ୍ଛା ହୋଇଥାଏ। ଏମିତିରେ ଆପଣ ଘରେ କିଛି ଟେଷ୍ଟି ଆଉ ଚଟପଟା ରେସିପି ବନାଇପାରିବେ। ଆଜି ଆମେ ଆପଣଙ୍କ ପାଇଁ ମସଲା ବାଦାମ ଚାଟ ରେସିପି ନେଇ ଆସିଛୁ। ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

୨୫୦ ଗ୍ରାମ ବାଦାମ, ୧୦୦ ଗ୍ରାମ ଟମାଟୋ, ୧୦୦ ଗ୍ରାମ ପିଆଜ, ୫୦ ଗ୍ରାମ ଗାଜର, ଦୁଇ ଚାମଚ ପୁଦିନା, ଏକ ଚାମଚ କଞ୍ଚା ଲଙ୍କା, ଏକ ଚାମଚ ଲେମ୍ବୁ ରସ ଏବଂ ସ୍ୱାଦାନୁସାରେ ଲୁଣ।

ପ୍ରସ୍ତୁତି ପ୍ରଣାଳୀ

ପ୍ରଥମେ ଅଧା ଘଣ୍ଟା ପାଇଁ ବାଦାମକୁ ପାଣିରେ ଭିଜାଇ ଦିଅନ୍ତୁ। ଏବେ ବାଦାମକୁ ପାଣିରେ ଛାଣି ସାମାନ୍ୟ ସିଝାଇ ଦିଅନ୍ତୁ। ଏହାପରେ ଏକ ପାତ୍ରରେ ଗାଜର, ଟମାଟୋ, ପିଆଜ, ପୁଦିନା, କଞ୍ଚା ଲଙ୍କା ଏବଂ ଲୁଣ ମିଶାଇ ଭଲ ଭାବେ ମିକ୍ସ କରନ୍ତୁ। ଏହାପରେ ଏଥିରେ ସିଝା ବାଦାମ ଏବଂ ଲେମ୍ବୁ ରସ ପକାଇ ଭଲଭାବେ ମିକ୍ସ କରନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମସଲା ବାଦାମ ଚାଟ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button