IBN ଓଡ଼ିଶା ବ୍ୟୁରୋ

କେଶକୁ ଜଲଦି ଲମ୍ବା କରିବାକୁ ଚାହୁଁଛନ୍ତି, ତେଲରେ ମିଶାଇ ଲଗାନ୍ତୁ କେବଳ ଏହି ଜିନିଷ

ଲମ୍ବା ଏବଂ ଘନ କେଶ ସମସ୍ତଙ୍କର ଇଚ୍ଛା। କେଶକୁ ଲମ୍ବା କରିବା ପାଇଁ ଆଜିକାଲିର ଯୁବତୀ ବଜାରରେ ମିଳୁଥିବା ଅନେକ ମହଙ୍ଗା ପ୍ରସାଧନ ସାମଗ୍ରୀ ଉପରେ ନିର୍ଭର କରୁଛନ୍ତି। ଏହାକୁ ବ୍ୟବହାର କରିବା ଦ୍ୱାରା କେଶ ଝଡିବା ସହିତ ରୁକ୍ଷ ମଧ୍ୟ ହୋଇଯାଏ। କିନ୍ତୁ କେଶକୁ ଲମ୍ବା କରିବାରେ ବେଶ ସହାୟକ ହୋଇଥାଏ ତେଲ। ତେଲ କେଶ ମୂଳକୁ ଯାଇ ସଠିକ୍‌ ପୋଷଣ ପ୍ରଦାନ କରିଥାଏ। କେଶରେ କେବଳ ତେଲ ନୁହେଁ ତେଲ ସହିତ ଅନ୍ୟ କେତେକ ଜିନିଷ ମିଶାଇ ଲଗାଇବା ଦ୍ୱାରା କେଶ ଘନ, ଲମ୍ବା ଏବଂ ମଜବୁତ ହୋଇଥାଏ।

ନଡିଆ ତେଲ ଏବଂ ଶିକାକାଇ : ଏକ ପାତ୍ରରେ ୨ ଟେବୁଲସ୍ପୁନ ନଡିଆ ତେଲ, ୧ ଟେବୁଲସ୍ପୁନ ଶିକାକାଇ ପାଉଡର ଏବଂ ୧ ଟେବୁଲସ୍ପୁନ ଅଁଳା ଜୁସ ମିଶାଇ ଭଲ ଭାବେ ମିଶାଇ ଦିଅନ୍ତୁ। ଏହିସବୁକୁ ମିଶାଇ ଗ୍ୟାସରେ ବସାଇ ଛାଣିବା ପରେ କେଶ ମୂଳରେ ମସାଜ କରନ୍ତୁ। ଏହାକୁ ୩୦ ମିନିଟ ରଖିବା ପରେ କେଶକୁ ସାମ୍ପୁ କରିଦିଅନ୍ତୁ। ଏହି ହେୟାର ମାସ୍କ କେଶକୁ ପୋଷଣ ଦେଇଥାଏ। କେଶ ଲମ୍ବା, ଘନ ଏବଂ କଳା ହୋଇଥାଏ।

honey

ଅଲିଭ ଅଏଲ ଏବଂ ମହୁ : ଏକ ଜାଗାରେ ୪ ଟେବୁଲସ୍ପୁନ ଅଲଭି ତେଲ, ୧/୨ ମହୁ ମିଶାଇ ଦିଅନ୍ତୁ। ଏହାକୁ ମିଶାଇ କେଶ ମୂଳରେ ଲଗାନ୍ତୁ। ତା’ ପରେ ୩୦ ମିନିଟ ୍‌ପର୍ଯ୍ୟନ୍ତ ରଖି ଶାମ୍ପୁ କରିଦିଅନ୍ତୁ। ଏମିତି କଲେ କେଶକୁ ମଜବୁତି ମିଳିବ।

oil

ଅଲିଭ ତେଲ ଏବଂ ଅଣ୍ଡା: ଏକ ଜାଗାରେ ୨ ଟେବୁଲସ୍ପୁନ ଅଲିଭ ତେଲ, ୧ ଅଣ୍ଡା, ୧ ଭିଟାମିନ ଇ କ୍ୟାପସୁଏ ଏବଂ ୧ ଟେବୁଲସ୍ପୁନ ସିରକା ମିଶାଇ ଏହି ମିଶ୍ରଣକୁ ୧ ଘଣ୍ଟା ପର୍ଯ୍ୟନ୍ତ କେଶରେ ଲଗାଇ ରଖନ୍ତୁ। ତା’ ପରେ କେଶକୁ ଭଲ ଭାବେ ଶାମ୍ପୁ କରି ଦିଅନ୍ତୁ। ଏମିତି କରିବା ଦ୍ୱାରା କେଶ ଝଡିବନି ଏବଂ ରୂପି ସମସ୍ୟା ଦୂର ହେବ। ଏହାସହିତ ଲମ୍ବ କେଶ ଏବଂ ମଜବୁତ କେଶ ମିଳିବ। ଏହି ମାସ୍କକୁ ୧୫ ଦିନ ମଧ୍ୟରେ ଥରେ ନିଶ୍ଚିତ କରନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button