IBN ଓଡ଼ିଶା ଏକ୍ସକ୍ଲୁସିଭ୍

ହାଇ ବ୍ଳଡ ପ୍ରେସର ରୋଗୀ କେବେବି ଘରର ଏହି ଦିଗରେ କରନ୍ତୁ ନାହିଁ ବେଡରୁମ୍‌

ଆମେ ଜାଣିଛନ୍ତି ମୁଖ୍ୟ ରୂପରେ ଚାରୋଟି ଦିଗ ଥାଏ। ବୈଜ୍ଞାନିକ ମଧ୍ୟ ପ୍ରମାଣିତ କରିଛନ୍ତି ଯେ ପୃଥିବୀର ଚୁମ୍ବକୀୟ କ୍ଷେତ୍ର ଉତ୍ତର-ଦକ୍ଷିଣ ଦିଗ ଆଡକୁ ରହିଥାଏ ଏବଂ ଆମ ଦୈନିକ ଜୀବନରେ ଅନେକ କାମ ଏହି ଚୁମ୍ବକୀୟ କ୍ଷେତ୍ର ଦ୍ୱାରା ପ୍ରଭାବିତ ହୋଇଥାଏ। ଏହି କଥା ଭାରତୀୟ ବାସ୍ତୁ ଶାନ୍ତ୍ର ମଧ୍ୟ ମାନିଥାଏ, ତେଣୁ ଖାଇବା ସମୟରେ ଏବଂ ଅନ୍ୟ କାମ ପାଇଁ ଦିଗ ପ୍ରସ୍ତୁତ କରାଯାଇଛି। ଜାଣନ୍ତୁ ଦିଗ ସମ୍ବନ୍ଧୀୟ କିଛି କଥା।

ଶୋଇବା ସମୟରେ ସାବଧାନ

-ଶୋଇବା ସମୟରେ ସବୁବେଳେ ଦକ୍ଷିଣ ଏବଂ ପୂର୍ବ ଆଡକୁ ହେବା ଜରୁରୀ। ଏମିତି ନହେବା ଦ୍ୱାରା ମୁଣ୍ଡ ବ୍ୟଥା କିମ୍ବା ଅନ୍ୟ ପ୍ରକାରର ସମସ୍ୟା ହୋଇପାରେ।

-ଗର୍ଭବତୀ ମହିଳା କେବେବି ଐଶାନ୍ୟ କୋଣ ଅର୍ଥାତ ପୂର୍ବତୋତ୍ତର କରି ଶୋଇବା ଅନୁଚିତ। ଭଲ ହେବ ଯଦି ଦକ୍ଷିଣ ପଶ୍ଚିମ ଦିଗରେ ରହିବ।

-ଛୋଟ ପିଲାମାନେ ସବୁବେଳେ ପୂର୍ବ ଦିଗରେ ଶୋଇବା ଉଚିତ।

ଭୋଜନ ସମ୍ବନ୍ଧୀୟ ସାବଧାନୀ

-ହାଇ ବ୍ଲଡ ପ୍ରେସର ଥିବା ଲୋକ କେବେବି ଦକ୍ଷିଣ-ପୂର୍ବ ସ୍ଥାନରେ ବସି ଭୋଜନ କରନ୍ତୁନାହିଁ। ନଚେତ ସମସ୍ୟା ବଢ଼ିପାରେ।

-ଭୋଜନ ସବୁବେଳେ ପୂର୍ବ ଏବଂ ଉତ୍ତର ଦିଗ ଆଡକୁ ମୁହଁ କରି ଖାଆନ୍ତୁ। ଦକ୍ଷିଣ-ଦିଗ ଆଡକୁ ମୁହଁ କରି ଭୋଜନ କରିବା ଦ୍ୱାରା ପାଚନ ସମ୍ବନ୍ଧୀୟ ରୋଗ ହୋଇପାରେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button