IBN ଓଡ଼ିଶା ବ୍ୟୁରୋ

ଏହି ୩ ଫେସପ୍ୟାକ ସାହାଯ୍ୟରେ ଚମକାନ୍ତୁ ତ୍ୱଚା, କିଛି ଦିନରେ ଚମକିବେ ଆପଣ

ତ୍ୱଚାର ସୁନ୍ଦରତା ବଜାୟ ରଖିବାକୁ ହେଲେ ତାର ଯତ୍ନ ନେବା ମଧ୍ୟ ବହୁତ ଜରୁରୀ। ନଚେତ ବ୍ରଣ, ଦାଗ, ଚିହ୍ନ ଏବଂ ଡାର୍କ ସର୍କଲ୍ସ ଭଳି ସମସ୍ୟା ସାମ୍ନା କରିବାକୁ ପଡିଥାଏ। ବଜାରରେ ଅନେକ ବିୟୁଟି ପ୍ରଡକ୍ଟସ ଦ୍ୱାରା ଏହି ସମସ୍ୟାରୁ ମୁକ୍ତି ମିଳିପାରିବ କିନ୍ତୁ ସେନସିଟିଭ ତ୍ୱଚାରେ ଏହା ଭୟାନକ ପରିଣାମ ଦେଇଥାଏ। ତେଣୁ ଆଜି ଆମେ ଆପଣଙ୍କ ପାଇଁ କିଛି ଘରୋଇ ଫେସପ୍ୟାକ ନେଇ ଆସିଛୁ ଯାହା ବିନା କୌଣସି ସମସ୍ୟାରେ ଆପଣଙ୍କ ତ୍ୱଚାକୁ ଚମକାଇବ। ଆସନ୍ତୁ ସେହି ପ୍ୟାକ୍‌ ବିଷୟୟରେ ଜାଣିବା।

ମହୁ ଫେସପ୍ୟାକ

ଗାଜର –୧, ମହୁ – ୧ ଚାମଚ

ସର୍ବପ୍ରଥମେ ଏକ ପ୍ୟାନରେ ଗାଜର ପକାଇ ହାଲକା ଫ୍ରାଏ କରନ୍ତୁ। ଗାଜରରୁ ପାଣି ଅଲଗା କରି ସେଥିରେ ମହୁ ମିକ୍ସ କରି ଏକ ସ୍ମଥ୍‌ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏବେ ଏହାକୁ ହାଲକା ହାତରେ ବେକ ଏବଂ ମୁହାଁରେ ମସାଜ୍‌ କରନ୍ତୁ। ୧୫ ମିନିଟ୍‌ ସୁଖିବା ପଯ୍ୟର୍ନ୍ତ ଏହାକୁ ଚେହେରାରେ ରଖି ଧୋଇ ଦିଅନ୍ତୁ। ଏହି ଫେସପ୍ୟାକ ଦ୍ୱାରା ଚେହେରାରେ ଜମା ଡେଡ୍‌ ସ୍କିନ ସେଲ୍ସ ରିମୁଭ୍‌ ହୋଇ ଗଭୀର ପୋଷଣ ମିଳିବ। ଏଥିସହିତ ତ୍ୱଚା ଗ୍ଲୋ କରିବ।

skinକଦଳୀ ଫେସପ୍ୟାକ

କଦଳୀ – ୧, ଅଣ୍ଡାର ଧଳା ଅଂଶ-୧ ଚାମଚ, ଦହି – ୧ ଚାମଚ

ଏକ ପାତ୍ରରେ ସବୁ ସାମଗ୍ରୀକୁ ପକାଇ ଭଲଭାବେ ମିକ୍ସ କରିଦିଅନ୍ତୁ। ପ୍ରସ୍ତୁତ ଫେସପ୍ୟାକକୁ ଚେହେରା ଏବଂ ବେକରେ ମସାଜ୍‌ କରନ୍ତୁ। ଏହାକୁ ଚେହେରାରେ ୨୦ ମିନିଟ ପଯ୍ୟର୍ନ୍ତ ଲଗାଇ ରଖନ୍ତୁ। ପରେ ଥଣ୍ଡା ପାଣିରେ ଧୋଇ ଦିଅନ୍ତୁ।

ଆଲୋଭେରା ଜେଲ ଫେସପ୍ୟାକ

କାକୁଡି – ୧, ଆଲୋଭେରା ଜେଲ – ୧ ଚାମଚ
ଏକ ପାତ୍ରରେ ଉଭୟ ଜିନିଷକୁ ମିଶାଇ ଏକ ପେଷ୍ଟ ପ୍ରସ୍ତୁତ କରନ୍ତୁ। ଏହି ଫେସପ୍ୟାକକୁ ଚେହେରା ଏବଂ ବେକରେ ଲଗାଇ ଦିଅନ୍ତୁ। ୧୫-୨୦ ମିନିଟ ପରେ ପାଣିରେ ଧୋଇ ଦିଅନ୍ତୁ। ଏହି ପ୍ୟାକ ଦ୍ୱାରା ଆପଣଙ୍କ ତ୍ୱଚା ଏକଦମ୍‌ ଗ୍ଲୋ କରିବା ସହିତ ତ୍ୱଚା ଚମକିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button