ମନୋରଞ୍ଜନ

ବଜାର ଭଳି ପିଜୁଳି ଜାମ ବନାନ୍ତୁ ଘରେ, ପ୍ରସ୍ତୁତ କରିବା ବି ପୂରା ସହଜ

ସକାଳ ଏବଂ ସଂଧ୍ୟାର ଟିଫିନରେ ବ୍ରେଡ-ଜାମ ଖାଇବା ଅନେକ ଲୋକଙ୍କୁ ବହୁତ ପସନ୍ଦ। କିନ୍ତୁ କଣ ଆପଣ ଜାଣନ୍ତି ଏହି ଜାମକୁ ଆପଣ ଘରେ ବି ସହଜ ଉପାୟରେ ବନାଇପାରିବେ। ଆଜି ଆମେ ଆପଣଙ୍କୁ ପିଜୁଳି ବା ଗୁଆଭା ଜାମ ବିଷୟରେ ଜଣାଇବାକୁ ଯାଉଛୁ। ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ପିଜୁଳି – ୪ରୁ୫ଟି

ଗୁଡ – ଦେଢ଼ କପ୍‌

ଅଦା – ୧ ଇଞ୍ଚ

ପାଣି – ୨ କପ୍‌

ଲେମ୍ବୁ ରସ – ୧ ଟେବୁଲ ଚାମଚ

ଲୁଣ – ସ୍ୱାଦାନୁସାରେ

ଫୁଡ୍‌ କଲର – ଚିମୁଟାଏ

କେସର – ଅଳ୍ପ

ପ୍ରସ୍ତୁତି ପ୍ରଣାଳୀ

guavaପିଜୁଳିକୁ ଭଲଭାବେ ସଫା କରି ଏହାକୁ ଛୋଟ ଛୋଟ ଖଣ୍ଡରେ କାଟି ଦିଅନ୍ତୁ। ଏହାପରେ ଏକ ପ୍ୟାନରେ ପିଜୁଳି, ଅଦା ଏବଂ ୨ କପ୍‌ ପାଣି ପକାଇ ୧୫ରୁ୨୦ ମିନିଟ୍‌ ଫ୍ରାଏ କରନ୍ତୁ। ଏହାପରେ ପିଜୁଳିକୁ ଭଲଭାବେ ଚକଟି ଦେଇ ଛଙ୍କାରେ ଛାଣି ଦିଅନ୍ତୁ। ଯାହାଦ୍ୱାରା ପିଜୁଳିର ମଞ୍ଜି ବାହାରକୁ ବାହାରଯିବ।

ଏହାପରେ ପିଜୁଳିକୁ ପୁଣି ଥରେ ପ୍ୟାନରେ ପକାଇ ଲଗାତର ଚଲାନ୍ତୁ। ଦୁଇ ମିନିଟ୍‌ ପର୍ଯ୍ୟନ୍ତ ଏହାକୁ ଫ୍ରାଏ କରନ୍ତୁ। ଏହାପରେ ଏଥିରେ ଲେମ୍ବୁ ରସ ଏବଂ ଗୁଡ ପକାଇ ୨୦-୨୫ ମିନିଟ୍‌ ପର୍ଯ୍ୟନ୍ତ ଧୀମା ଆଞ୍ଚରେ ଲଗାତର ଚଲାଇ ଗାଢ଼ା ହେବା ପଯ୍ୟର୍ନ୍ତ ଫ୍ରାଏ କରନ୍ତୁ। ଏହାପରେ ଏଥିରେ ଫୁଡ୍‌ କଲର ଏବଂ କେସର ପକାଇ ଭଲଭାବେ ମିକ୍ସ କରନ୍ତୁ।

ଏହାପରେ ଏକ ପ୍ଲେଟରେ ସେଥିରୁ ଅଳ୍ପ ନେଇ ଚେକ୍‌ କରନ୍ତୁ ଜାମ୍‌ ହୋଇଛି ନା ନାହିଁ। ଯଦି ପ୍ଲେଟକୁ ହଲଚଲ କଲେ ଚାରିଆଡେ ବ୍ୟାପୁନାହିଁ ତାହେଲେ ଜାଣନ୍ତୁ ଆପଣଙ୍କ ଜାମ୍‌ ପ୍ରସ୍ତୁତ ହୋଇଯାଇଛି। ଗ୍ୟାସ ବନ୍ଦ କରି ଥଣ୍ଡା ହେବା ପରେ ସର୍ଭ କରନ୍ତୁ। ଆପଣ ଏହାକୁ ଏୟାର ଟାଇଟ ବୋତଲରେ ଷ୍ଟୋର କରି ରଖିପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button