IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏସବୁ ସମସ୍ୟା ଥିଲେ ଆଦୌ ରସୁଣ ସେବନ କରନ୍ତୁ ନାହିଁ, ବଢ଼ିପାରେ ବିପଦ

ରସୁଣ ଏକ ଏଭଳି ପରିବା ଯାହା ସବୁ ରୋଷେଇ ଘରେ ଦେଖିବାକୁ ମିଳେ। ଏହା କେବଳ ଖାଦ୍ୟର ସ୍ୱାଦ ବଢ଼ାଏନି ବରଂ ଶରୀର ପାଇଁ ବି ଉତ୍ତମ ହୋଇଥାଏ। କଞ୍ଚା ରସୁଣ ଖାଇବା ଦ୍ୱାରା ଥଣ୍ଡା ସମେତ ଅନ୍ୟ ଦୁରାରୋଗ୍ୟରୁ ବି ମୁକ୍ତି ମିଳେ। ଆୟୁର୍ବେଦ ଅନୁସାରେ ରସୁଣ ଖାଇବା ଦ୍ୱାରା ବ୍ଲଡ୍‌ପ୍ରେସର କମ୍‌ ହେବା ସହ କୋଲୋଷ୍ଟ୍ରୋଲ ସ୍ତର ବି କମେ। କିନ୍ତୁ କେତେକ ସ୍ଥିତିରେ ରସୁଣ ସେବନ କରିବାକୁ ବାରଣ କରାଯାଇଛି। ତେବେ ଆସନ୍ତୁ ଜାଣିବା କେଉଁମାନଙ୍କୁ ରସୁଣ ଖାଇବାକୁ ବାରଣ କରାଯାଇଛି…

  • ଯେଉଁମାନଙ୍କ ଶରୀରରେ ରକ୍ତ ଅଭାବ ଥାଏ ସେମାନେ କମ୍‌ ପରିମାଣରେ କିମ୍ବା ଆଦୌ ରସୁଣ ସେବନ କରିବା ଉଚିତ। କାରଣ ରସୁଣ ଫ୍ୟାଟ୍‌ ବର୍ନ କରିବାରେ ସାହାଯ୍ୟ କରେ। ଏଣୁ ରକ୍ତ ଅଭାବ ଥିବା ଲୋକଙ୍କୁ ରସୁଣ ଖାଇବାକୁ ବାରଣ କରାଯାଇଛି।
  • ଲୋ ବ୍ଲଡ ପ୍ରେସର ସମସ୍ୟା ଥିବା ଲୋକଙ୍କୁ ରସୁଣ ଖାଇବା ମନା। କାରଣ ରସୁଣ ରକ୍ତଚାପକୁ ଆହୁରି କମାଇଦିଏ, ଯାହା ଘାତକ ସାଜିପାରେ।
  • ପେଟ ସମ୍ବନ୍ଧୀୟ ସମସ୍ୟା ଥିଲେ ରସୁଣ ଖାଆନ୍ତୁ ନାହିଁ।
  • ରକ୍ତ ପତଳା କରିବାକୁ ମେଡିସିନ୍‌ ଖାଉଥିଲେ ରସୁଣ ଖାଆନ୍ତୁ ନାହିଁ। କାରଣ ରସୁଣ ରକ୍ତକୁ ଆହୁରି ଅଧିକ ପତଳା କରିଦିଏ।
  • ମୁହଁରୁ ଦୁର୍ଗନ୍ଧ ବାହାରୁଥିଲେ ରସୁଣ ସେବନ କରନ୍ତୁ ନାହିଁ। ଅଧିକ ଦୁର୍ଗନ୍ଧ ହେବ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button