IBN ଓଡ଼ିଶା ବ୍ୟୁରୋ
ଆଜି କିଛି ନୂଆ ଟ୍ରାଏ କରନ୍ତୁ, ମାତ୍ର ୧୦ ମିନିଟ୍ରେ ଘରେ ବନାନ୍ତୁ ଚଟ୍ପଟା ବ୍ରେଡ୍ ପୋହା

ଘରେ ସାଧାରଣତଃ ଜଳଖିଆରେ ସମସ୍ତେ ପୋହା କରିଥାନ୍ତି। ଏହା ଖାଇବାକୁ ତଥା ବନାଇବାକୁ ସହଜ ହୋଇଥିବାରୁ ମା’ମାନେ ଛୁଆଙ୍କୁ ଟିଫିନ୍ରେ ବି ପୋହା ଦେଇଥାନ୍ତି। କେବଳ ଚୁଡାରେ ନୁହେଁ ଆପଣ ଚାହିଁଲେ ବ୍ରେଡ୍ ବା ପାଉରୁଟିରେ ବି ପୋହା ତିଆରି କରିପାରିବେ। ପାଉରୁଟି ଓ କିଛି ମସାଲା ବ୍ୟବହାର କରି ଏହି ପୋହା ତିଆରି ହୋଇଥାଏ। ଆସନ୍ତୁ ଜାଣିବା ବ୍ରେଡ୍ ପୋହାର ପ୍ରସ୍ତୁତି ପ୍ରଣାଳୀ…
ଆବଶ୍ୟକୀୟ ସାମଗ୍ରୀ:
ପାଉରୁଟି, ଧନିଆ ପତ୍ର, ଶୁଖିଲା ଲଙ୍କା, ବାଦାମ, ମଟର ଓ ଲେମ୍ବୁ ରସ

ପ୍ରସ୍ତୁତି ପ୍ରଣାଳୀ:
ପ୍ରଥମେ ପ୍ୟାନ୍ରେ କିଛି ତେଲ ଗରମ କରନ୍ତୁ। ତେଲ ଗରମ ହୋଇଯିବା ପରେ ଅଳ୍ପ ହେଙ୍ଗୁ ପକାନ୍ତୁ। ଏବେ ଏଥିରେ ସୋରିଷ, ଧନିଆପତ୍ର ଓ ଶୁଖିଲା ଲଙ୍କା ପକାଇ ଭାଜନ୍ତୁ। ଏବେ ସେଥିରେ ମଟର ଓ ବାଦାମ ପକାଇ ଭାଜନ୍ତୁ। ମଟର ଓ ବାଦାମ ହାଲକା ଲାଲ୍ ହୋଇଗଲେ ସେଥିରେ ବ୍ରେଡ୍କୁ ଛୋଟ ଛୋଟ ଖଣ୍ଡ କରି କାଟନ୍ତୁ। ଏବେ ଏଥିରେ ଅଳ୍ପ ପାଣି ଛିଞ୍ଚି କଞ୍ଚା ଲଙ୍କା, ଲେମ୍ବୁ ରସ ଓ ଧନିଆ ପତ୍ର ପକାଇ ସର୍ଭ କରନ୍ତୁ ବ୍ରେଡ୍ ପୋହା। ଆପଣ ଚାହିଁଲେ ଏଥିରେ କଟା ପିଆଜ ବି ପକାଇ ପାରିବେ।




