ରାଜ୍ୟ

ଫେଷ୍ଟିଭ ସିଜନରେ ଘର ରଙ୍ଗ କରିବାକୁ ଚାହୁଁଛନ୍ତି କି, ଏହି ବାସ୍ତୁ ନିୟମକୁ ନିଶ୍ଚୟ କରନ୍ତୁ ପାଳନ

ଦଶହରା ଓ ଦୀପାବଳି ପର୍ବ ପାଖେଇ ଆସିଲେ ଲୋକେ ନିଜ ଘର ସଫାସୁତରା କରିବାରେ ଲାଗିଯାଆନ୍ତି। ଏହି ସମୟରେ ଘର ନୂଆ ରଙ୍ଗ ମଧ୍ୟ କରାଯାଏ। ତେବେ ରଙ୍ଗ କରିବା ସମୟରେ ଅନେକ ଲୋକ ବାସ୍ତୁ ନିୟମକୁ ଅଣଦେଖା କରିଥାନ୍ତି। ଯଦି ଆମେ ଆମ ଘରକୁ ବାସ୍ତୁ ନିୟମ ମୁତାବକ ରଙ୍ଗ କରାଇବୁ, ତା’ହେଲେ ଘରେ ସୁଖ, ସମୃଦ୍ଧି ସହ ସକାରାତ୍ମକ ଶକ୍ତି ଉତ୍ପନ ହେବ। ଆଜି ଆମେ ଆପଣଙ୍କୁ ବାସ୍ତୁ ନିୟମ ଅନୁସାରେ ଘର ରଙ୍ଗ କରିବା ବିଷୟରେ କହିବାକୁ ଯାଉଛୁ।

aa

୧. ହଳଦିଆ ରଙ୍ଗ ମନକୁ ଶାନ୍ତି ରଖିଥାଏ। ଘରର ଡ୍ରଇଂ ରୁମ, ଅଫିସ ଆଦି କାନ୍ଥକୁ ହଳଦିଆ ରଙ୍ଗ ପେଣ୍ଟ କରାଇଲେ ଶୁଭ ହୋଇଥାଏ।

୨. ଯଦି ଆପଣ ଆପଣଙ୍କ ଆର୍ଥିକ ସ୍ଥିତି ସୁଧାରିବାକୁ ଚାହାଁନ୍ତି, ତା’ହେଲେ ଉତ୍ତର କାନ୍ଥରେ ସବୁଜ ରଙ୍ଗ ରଙ୍ଗେଇବା ଉଚିତ। ଘରର ଉତ୍ତର ଦିଗ ଆର୍ଥିକ ସମ୍ପନ୍ନତାର ପ୍ରତୀକ ହୋଇଥାଏ।

dd

୩. ଘରର କବାଟ, ଝରକା ଆଦିରେ ଗାଢ଼ ରଙ୍ଗ ଦେବା ଉଚିତ। ଡାର୍କ ବ୍ରାଉନ ସବୁଠାରୁ ଭଲ ବିକଳ୍ପ।

୪. ଘରେ ଅଧିକତର ହାଲୁକା ରଙ୍ଗ ଦେବା ଉଚିତ। ଗାଢ଼ ରଙ୍ଗ ସମସ୍ତଙ୍କୁ ସୁଟ କରି ନ ଥାଏ।

ccc

ccx

୫. ଡ୍ରଇଂ ରୁମରେ ଆକାଶୀ, ହାଲୁକା ସବୁଜ କିମ୍ବା ଗୋଲାପୀ ରଙ୍ଗ କରାଇବା ଉଚିତ। ରୋଷେଇ ଘରେ ଧଳା ରଙ୍ଗ କରିବା ବହୁତ ଶୁଭ ହୋଇଥାଏ। ବେଡରୁମରେ ହାଲୁକା ସବୁଜ, ଆକାଶୀ, ଗୋଲାପୀ ଭଳି ରଙ୍ଗ ବ୍ୟବହାର କରିପାରିବେ। ଡାଇନିଂ ରୁମରେ ଗୋଲାପୀ, ଧଳା ଏବଂ କ୍ରିମ ରଙ୍ଗ ସବୁଠାରୁ ଭଲ ମାନିଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button