ମନୋରଞ୍ଜନ

ଆଜି ଡିନର ସ୍ପେଶାଲରେ ବନାନ୍ତୁ ମଟର ରାଇସ, ଖାଇବାକୁ ବହୁତ ଟେଷ୍ଟି

ସବୁବେଳେ ସାଧା ଚାଉଳ ଖାଇ ଖାଇ ବୋରିଂ ହୋଇଯିବେଣି। ତେଣୁ ଟିକେ ନର୍ମାଲ ଚାଉଳରେ ଟ୍ଵିଷ୍ଟ ଦେବା ପାଇଁ ଆପଣ ଅନେକ ପ୍ରକାର ଏକ୍ସପେରିମେଣ୍ଟ କରୁଥିବେ। ତେବେ ଆଜି ଘରେ ଯଦି ଭାତ ବଳିପଡିଛି, ତେବେ ଡିନରରେ ଏହି ବଳକା ଭାତରେ ପ୍ରସ୍ତୁତ କରନ୍ତୁ ମଟର ରାଇସ। କେବଳ ବଳକା ଭାତ ନୁହେଁ ବରଂ ଆପଣ ଚାଉଳରେ ଏମିତି ପ୍ରସ୍ତୁତ କରିପାରିବେ। ତେବେ ଆସନ୍ତୁ ଜାଣିବା କେମିତି କରିବେ ପ୍ରସ୍ତୁତ..

ଆବଶ୍ୟକ ସାମଗ୍ରୀ : ବଳକା ଭାତ, ୨-୩ ଲବଙ୍ଗ, ୧୦୦ ଗ୍ରାମ ମଟର, ଲୁଣ ସ୍ୱାଦନୁସାରେ, ୧ ଚାମଚ ତେଲ, ପାଣି ଆବଶ୍ୟକ ଅନୁଯାୟୀ।

rice

ପ୍ରସ୍ତୁତ ପ୍ରଣାଳୀ :ପ୍ରଥମେ ଚାଉଳକୁ ଭଲ ଭାବେ ଧୋଇଦିଅନ୍ତୁ। ତା’ପରେ ମିଡିଅମ ଆଞ୍ଚରେ ପ୍ରେସର କୁକୁର ତେଲ ଗରମ କରିବାକୁ ରଖନ୍ତୁ। ତେଲ ଗରମ ହେବା ପରେ ସେଥିରେ ତେଜପତ୍ର ଏବଂ ଲବଙ୍ଗ ପକାନ୍ତୁ। ଏହା ଟିକେ ଭାଜି ହେବା ପରେ ମଟର ଏବଂ ଚାଉଳ ପକାଇଦିଅନ୍ତୁ। ଏହା ପରେ ପାଣି ଢାଳି ପ୍ରେସର କୁକରକୁ ବନ୍ଦ କରିଦିଅନ୍ତୁ। ୨ଟି ସିଟି ଆସିବା ପର୍ଯ୍ୟନ୍ତ ଅପେକ୍ଷା କରନ୍ତୁ। ୨ଟି ସିଟି ଆସିବା ପରେ ଗ୍ୟାସ ବନ୍ଦ କରିଦିଅନ୍ତୁ। ଏବେ ପ୍ରସ୍ତୁତ ହୋଇଗଲା ମଟର ରାଇସ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button