IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଛୋଟ ପିଲା ଠାରୁ ନେଇ ବଡ ସମସ୍ତଙ୍କୁ କଷ୍ଟ ଦିଏ କୃମି ସମସ୍ୟା, ଜାଣନ୍ତୁ ଏହାର ଲକ୍ଷଣ କାରଣ ଏବଂ ଘରୋଇ ଉପଚାର

ପେଟ ସମସ୍ୟା ଏକ ସାଧାରଣ କଥା ହୋଇଗଲାଣି। ପିଲା ମାନଙ୍କ ଠାରେ ପେଟ ସମସ୍ୟା ଅଧିକ ଦେଖିବାକୁ ମିଳିଥାଏ। କେବଳ ପିଲା ନୁହେଁ ବଡ ମାନଙ୍କର ମଧ୍ୟ ପେଟ ସମସ୍ୟା ଦେଖାଦିଏ। ତେବେ ପିଲାଙ୍କର କୃମି ସମସ୍ୟାକୁ ନେଇ ପ୍ରାୟ ବାପା ମାଆ ଚିନ୍ତାରେ ଥାଆନ୍ତି। କୃମି ସମସ୍ୟା ଥିଲେ ପିଲାମାନେ ତ କହିପାରନ୍ତିନି କିନ୍ତୁ ଭାରି ଜୋରରେ କାନ୍ଦନ୍ତି। ତେଣୁ ଆପଣଙ୍କୁ ଏହାର ଲକ୍ଷଣ, କାରଣ ବିଷୟରେ ନିହାତି ଜାଣିବା ଦରକାର। ଆଜି ଆମେ ଆପଣଙ୍କ ପାଇଁ ନେଇ ଆସିଛୁ କୃମି ସମସ୍ୟାର ଘରୋଇ ଉପଚାର।

ଶାରୀରିକ ଲକ୍ଷଣ

  1. ଯେଉଁ ପିଲାଙ୍କର ବା ବ୍ୟକ୍ତିଙ୍କର କୃମି ସମସ୍ୟା ଥାଏ ସେମାନଙ୍କ ମୁହଁ ସୁଖିଲା ସୁଖିଲା ସବୁବେଳେ ଦେଖାଯାଏ। ସେମାନଙ୍କ ତ୍ୱଚା ସୁଖା
  2. ଦେଖାଯାଉଥାଏ।
  3. ଓଠର ଦୁଇ ପାଖ ସୁଖିଯିବା ଭଳି ଦେଖାଯିବା କୃମିର ଏକ ପ୍ରଧାନ ଲକ୍ଷଣ।
  4. ପେଟରେ କୃମି ହୋଇଥିଲେ ଛୋଟ ପିଲାଙ୍କର ଏବଂ ବଡଙ୍କର ଶୋଇଲା ବେଳେ ପାଟିରୁ ଲାଳ ବାହାରିଥାଏ।

krumi

ପେଟରେ କୃମି ହେବାର କାରଣ

  • ପେଟରେ କୃମି ହେବାର କାରଣ ପିଲାଙ୍କର ଏବଂ ବଡଙ୍କର ଅଲଗା ଅଲଗା ହୋଇଥାଏ। ପିଲାଙ୍କର ମୁଖ୍ୟ ଭାବରେ ହାଇଜିନ୍‌
  • ଅଭାବରୁ ହୋଇଥାଏ। କାହିଁକିନା ସେମାନେ ପ୍ରତ୍ୟେକ ସମୟରେ ପାଟିରେ ହାତ ପୁରାଇଥାନ୍ତି।
  • ସେହିପରି ବଡମାନଙ୍କର ପାଚନ ପ୍ରକ୍ରୀୟା ଠିକ ନହେଲେ କୃମି ସମସ୍ୟା ଦେଖାଦିଏ।
  • ସଂକ୍ରମିତ ଭୋଜନର ସେବନ
  • ବହୁତ ଅଧିକ ମଇଦାରେ ପ୍ରସ୍ତୁତ ଫୁଡ୍‌ ଖାଇବା
  • ବହୁତ ଅଧିକ ମିଠା ଖାଇବା
  • ଖାଦ୍ୟ ଖାଇବା ପୂର୍ବରୁ ହାତ ନ ଧୋଇବା

କୃମି ସମସ୍ୟାର ଘରୋଇ ଉପଚାର

krumii

ଜୁଆଣୀ

ଭୋଜନ କରିବା ପୂର୍ବରୁ ଛୋଟ ଅଧା ଚାମଚ ଜୁଆଣି ମଞ୍ଜିକୁ ପାଣି ସହିତ ଖାଆନ୍ତୁ। ଏମିତି ଦିନରେ ଦୁଇ ଥର କରନ୍ତୁ ଏବଂ ଲଗାତର ତିନି ଦିନ କରନ୍ତୁ। ଏହାସହିତ ଏହି ୩ ଦିନ ଆପଣଙ୍କୁ ମିଠା ଖାଇବା ଅନୁଚିତ।

ଜିରା ଏବଂ ଗୁଡ

ଜିରାକୁ ଆପଣ ସୁଖିଲା ତାଓ୍ଵାରେ ଭାଜି ଦିଅନ୍ତୁ। ଯେତେବେଳେ ଜିରା ଥଣ୍ଡା ହୋଇଯିବ ତାହାକୁ ଅଧା ଚାମଚ ନେଇ ଗୁଡ ସହିତ ଖାଆନ୍ତୁ। ଯଦି ଏପରି ଖାଇବାରେ ଆପଣଙ୍କୁ ଅସୁବିଧା ହେଉଛି ତାହେଲେ ଭଜା ଜିରାକୁ ଗୁଣ୍ଡ କରି ଗୁଡ ସହିତ ଖାଇପାରିବେ। ଏମିତି ୫ ଦିନ କରିବା ଦ୍ୱାରା ଲାଭ ମିଳିଥାଏ।

ତୁଳସୀ ପତ୍ରର ସେବନ

ତୁଳସୀ ପତ୍ରର ସେବନ କିମ୍ବା ତୁଳସୀ ଅର୍କର ସେବନ କରିବା ଦ୍ୱାରା କୃମି ସମସ୍ୟାରୁ ମୁକ୍ତି ମିଳିଥାଏ। କିନ୍ତୁ ଏହାକୁ କେବଳ ବଡ ଲୋକମାନେ ଖାଇବା ଉଚିତ। ପିଲାମାନଙ୍କୁ ଏହାର ସେବନ କରାଇବା ଅନୁଚିତ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button