IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେବେ ଖାଇଛନ୍ତି କି ଟେଷ୍ଟି ବାଦାମ ଟମାଟର ଚଟଣୀ, ଜାଣନ୍ତୁ କେମିତି କରିବେ ପ୍ରସ୍ତୁତ

ଆପଣ ଅନେକ ପ୍ରକାର ଚଟଣୀ ପ୍ରସ୍ତୁତ କରି ଖାଇଥିବେ କିମ୍ବା ଖାଇବାକୁ ଦେଇଥିବେ। ଟମାଟର ଚଟଣୀ, ବାଦାମ ଚଟଣୀ, ପୁଦିନା ଚଟଣୀ, କଇଁଆ ଚଟଣୀ କିନ୍ତୁ କେବେ ବାଦାମ ଏବଂ ଟମାଟର ଚଟଣୀ କରି ଖାଇଛନ୍ତି କି ? ଯଦି ଖାଇନାହାନ୍ତି, ତେବେ ଆସନ୍ତୁ ଜାଣିବା କିପରି କରିବେ ଏହାକୁ ପ୍ରସ୍ତୁତ…

ଆବଶ୍ୟକ ସାମଗ୍ରୀ: ୧ କପ୍‌ କଞ୍ଚା ବାଦାମ, ୧ ଟମାଟର, ଶୁଖିଲା ଲଙ୍କା, କଞ୍ଚାଳଙ୍କା, ରସୁଣ, ଲୁଣ ସ୍ୱାଦନୁସାରେ ଏବଂ ପାଣି ଆବଶ୍ୟକ ଅନୁଯାୟୀ..।

tamator

ପ୍ରସ୍ତୁତି ପ୍ରଣାଳୀ: ପ୍ରଥମେ ମିଡିଅନ ଆଞ୍ଚରେ ଏକ ପ୍ୟାନରେ ବାଦାମକୁ ଅଳ୍ପ ଭାଜି ଦିଅନ୍ତୁ। ଏହା ପରେ ଥଣ୍ଡା କରି ସେଥିରୁ ଚୋପା ଛଡାଇ ଦିଅନ୍ତୁ। ଏବେ ଗ୍ରାଇଣ୍ଡରରେ ଭଜା ବାଦାମ, ଟମାଟର, ଶୁଖିଲା ଲଙ୍କା, କଞ୍ଚାଲଙ୍କା, ରସୁଣ ପକାଇ ଭଲ ଭାବେ ଗ୍ରାଇଣ୍ଡିଂ କରିଦିଅନ୍ତୁ। ଏଥିରେ ଆବଶ୍ୟକ ଅନୁଯାୟୀ ପାଣି ଦେଇ ପେଷ୍ଟ କରନ୍ତୁ। ପ୍ରସ୍ତୁତ ହୋଇଗଲା ବାଦାମ ଟମାଟର ଚଟଣୀ। ଏବେ ଦରକାର ଅନୁଯାୟୀ ଲୁଣ ମିଶାଇ ସ୍ନାକ୍ସ ସହିତ ଖାଇପାରିବେ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button