IBN ଓଡ଼ିଶା ଏକ୍ସକ୍ଲୁସିଭ୍

ପ୍ରାଇଭେଟ୍‌ ପାର୍ଟରେ ପିମ୍ପଲ ଉଠୁଛି କି, ଜାଣନ୍ତୁ କେମିତି କରିବେ ଏହାର ଚିକିତ୍ସା

ଖରା, ଗରମ, ଧୂଳି, ଧୂଆଁ ଯୋଗୁ ମୁହଁରେ ବ୍ରଣ ଉଠିବା ଏକ ସାଧାରଣ କଥା। ମାତ୍ର ବେଳେବେଳେ ପ୍ରାଇଭେଟ୍‌ ପାର୍ଟରେ ବି ପିମ୍ପଲ ଉଠେ। ଯୋନିରେ ଉଠୁଥିବା ଏହି ବ୍ରଣ ଯୋଗୁ ବସାଉଠା କରିବା ବେଳେ ବହୁ ସମସ୍ୟା ଦେଖାଦିଏ। ଆପଣ ବି ଯଦି ଏହି ସମସ୍ୟା ଭୋଗୁଛନ୍ତି ତେବେ ଆଉ ଚିନ୍ତା କରନ୍ତୁନି। କାରଣ ଶରୀରର ଯେଉଁ ଅଂଶରେ ତୈଳ ଗ୍ରନ୍ଥି ରହିଥାଏ, ସେଠାରେ ପ୍ରାୟତଃ ପିମ୍ପଲ ଉଠେ। ତେବେ ଆଜି ଆସନ୍ତୁ ଜାଣିବା ଯୋନିରେ ଉଠୁଥିବା ବ୍ରଣର ଘରୋଇ ଉପଚାର…

pimple3

  • ପ୍ରାଇଭେଟ ପାର୍ଟରେ ବ୍ରଣ ଉଠିଲେ ପ୍ରବଳ ପୋଡ଼ା ହେବା ସହ ଦରଜ ହୋଇଯାଏ। ଏହି ସ୍ଥାନରେ ନଡ଼ିଆ ତେଲ ଲଗାଇଲେ ଆରାମ ଲାଗେ। ନଡ଼ିଆ ତେଲରେ, ଆଣ୍ଟିସେପ୍ଟିକ୍‌ କ୍ରିମ, ତୁଳସୀ କିମ୍ବା ନିମ ରସ ମିଶାଇ ଧୀରେ ଧୀରେ ବ୍ରଣ ଉପରେ ଲଗାନ୍ତୁ। ବ୍ରଣ ସମସ୍ୟା ଦୂର ହେବ।
  • ୧ ଲିଟର ପାଣିରେ ୩ ବଡ଼ ଚାମଚ ଆପଲ ସାଇଡର ଭିନେଗାଇ ମିଶାଇ ପ୍ରାଇଭେଟ ପାର୍ଟକୁ ଧୁଅନ୍ତୁ। ଆଉ କୁଣ୍ଡେଇ ହେବ ନାହିଁ।
  • ବ୍ରଣରେ ଟି ଟ୍ରି ଅଏଲ ଲଗାଇ ୪ ଘଣ୍ଟା ପରେ ଧୋଇ ଦିଅନ୍ତୁ। ବ୍ରଣ ଭଲ ହୋଇଯିବ।
  • ଏଥିସହ ନିଜ ପର୍ସନାଲ ହାଇଜିନ୍‌ର ବି ଧ୍ୟାନ ରଖନ୍ତୁ। ପ୍ରାଇଭେଟ୍‌ ପାର୍ଟକୁ ପରିଷ୍କାର ଓ ଶୁଖିଲା ରଖନ୍ତୁ।
  • ଅଣ୍ଡର ୱେୟାରକୁ ସଫା କରି ଖରାରେ ଶୁଖାନ୍ତୁ। ଏହା ଦ୍ୱାରା ଇନ୍‌ଫେକସନ୍‌ର ଆଶଙ୍କା କମ୍‌ ରହିବ ଓ ବ୍ରଣରୁ ବି ମୁକ୍ତି ମିଳିବ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button