IBN ଓଡ଼ିଶା ବ୍ୟୁରୋ

ଯେତେ ଖାଇଲେ ବି ଦେହରେ ଲାଗୁନି କି, ତା’ହେଲେ ଆଜିଠୁ ଆରମ୍ଭ କରନ୍ତୁ ଏହି ୪ଟି ଖାଦ୍ୟର ସେବନ

କିଛି ଲୋକ ନିଜ ମୋଟାପଣକୁ ନେଇ ଚିନ୍ତିତ ଥାନ୍ତି ତ କିଛି ଲୋକ ନିଜ ଦୁର୍ବଳ ସ୍ୱାସ୍ଥ୍ୟକୁ ନେଇ ଚିନ୍ତାଗ୍ରସ୍ତ ରହିଥାନ୍ତି। କେବେ କେବେ ଏହି ଦୁର୍ବଳ ସ୍ୱାସ୍ଥ୍ୟ ଦେଖିଲେ ଲୋକେ ମଜା ମଧ୍ୟ ଉଡ଼ାନ୍ତି। ତେବେ ଅନେକ ସମୟରେ ଦେଖାଯାଏ କି, ଆମେ ଅଧିକ ପରିମାଣରେ ଖିଆପିଆ କରୁଥିଲେ ମଧ୍ୟ ଆମ ସ୍ୱାସ୍ଥ୍ୟରେ କୌଣସି ପରିବର୍ତ୍ତନ ଆସେନାହିଁ।

eee

ଆଜି ଆମେ ଆପଣଙ୍କୁ କହିବୁ, ଓଜନ ବଢ଼ାଇବା ପାଇଁ କେବଳ ଅଧିକ ଖାଦ୍ୟପେୟ ଜରୁରୀ ନୁହେଁ, ବରଂ ଆପଣଙ୍କର ଡାଏଟ ବହୁତ ଗୁରୁତ୍ୱ ରଖିଥାଏ। ଯଦି ଆପଣ ବି ଦୁର୍ବଳପଣର ଶିକାର ହୋଇଛନ୍ତି, ତେବେ ନିଜ ଡାଏଟରେ ସାମିଲ କରନ୍ତୁ ଏହି ସବୁ ଖାଦ୍ୟ।

ddd

୧. ଘିଅ ଏବଂ ପିନଟ ବଟର ଆପଣଙ୍କ ଡାଏଟରେ ନିଶ୍ଚିତ ସାମିଲ କରନ୍ତୁ। ଏହା ଆପଣଙ୍କ ସ୍ୱାସ୍ଥ୍ୟ ପାଇଁ ବହୁତ ଫଳପ୍ରଦ। ଏହାକୁ ନିୟମିତ ରୂପେ ଖାଇଲେ କିଛିଦିନ ଭିତରେ ଆପଣ ଫରକ ଅନୁଭବ କରିପାରିବେ।

୨. ଅଣ୍ଡାରେ ପ୍ରୋଟିନ ସହିତ ଫ୍ୟାଟ ଏବଂ କ୍ୟାଲୋରୀ ଅଧିକ ପରିମାଣରେ ରହିଛି। ଯଦି ଆପଣ ଦୁର୍ବଳପଣରୁ ଛୁଟକାରା ପାଇବାକୁ ଚାହାଁନ୍ତି, ତେବେ ଏହାକୁ ଡାଏଟରେ ସାମିଲ କରନ୍ତୁ।

de

୩. ପ୍ରତିଦିନ ୩ଟି କଦଳୀ ଖାଆନ୍ତୁ। ଏହାକୁ ଆପଣ କ୍ଷୀର ସହିତ ମିଶାଇ ଖାଇପାରିବେ। ଏହାଦ୍ୱାରା କେବଳ ଓଜନ ବଢି ନ ଥାଏ, ବରଂ ହାଲିଆପଣ ଦୂର ହୋଇଥାଏ। କଦଳୀରେ କ୍ୟାଲୋରୀ ଭରି ରହିଛି।

୪. ଯଦି ଆପଣ ଓଜନ ବଢ଼ାଇବାକୁ ଚାହୁଁଛନ୍ତି, ତେବେ ଡ୍ରାଇ ଫୁଡ୍ସ ଖାଆନ୍ତୁ। କିସମିଶ, ବାଦାମକୁ କ୍ଷୀରରେ ବତୁରାଇ ଖାଆନ୍ତୁ। ପ୍ରତିଦିନ ରାତିରେ ଡ୍ରାଇ ଫୁଡ୍ସ କ୍ଷୀରରେ ବତୁରାଇ ରଖନ୍ତୁ ଏବଂ ସକାଳେ ଏହାକୁ ଖାଆନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button