IBN ଓଡ଼ିଶା ବ୍ୟୁରୋ

ମର୍ଣ୍ଣିଂ ଓ୍ଵାକ୍‌ରୁ ଆସିବା ପରେ ଖାଆନ୍ତୁ ଏହିସବୁ ଖାଦ୍ୟ, ଶରୀରକୁ ମିଳିବ ଫୂର୍ତ୍ତି ଏବଂ ସତେଜତା

ନିଜର ସ୍ୱାସ୍ଥ୍ୟକୁ ଭଲ ଏବଂ ମେଣ୍ଟେନ କରିବା ପାଇଁ ଅଧିକାଂଶ ଲୋକ ସକାଳୁମର୍ଣ୍ଣିଂ ଓ୍ଵାକ୍‌ରେ ଯାଆନ୍ତି। ଆଉ ମର୍ଣ୍ଣିଂ ଓ୍ଵାକ୍‌ରୁ ଆସିବା ପରେ କ’ଣ ଖାଇବେ ଏବଂ କ’ଣ ନ ଖାଇବେ ତାକୁ ନେଇ ଦ୍ୱନ୍ଦ୍ୱରେ ରୁହନ୍ତି। ଅଧିକାଂଶ ବ୍ୟକ୍ତି ଅନେକ ଭୁଲ୍‌ ଖାଦ୍ୟ ଖାଆନ୍ତି। ଫଳରେମର୍ଣ୍ଣିଂ ଓ୍ଵାକ୍‌ କରିବାର କିଛି ମୂଲ୍ୟ ନଥାଏ। ଆପଣ ସକାଳୁ ଚାଲି ଯେତିକି କ୍ୟାଲୋରୀ କିମ୍ବା ଫ୍ୟାଟ୍‌ କମ୍‌ କରିଥିବେ, ତାହା ଖାଇବା ଭୁଲ୍‌ କରି ପୁଣି ବଢାଇଦିଅନ୍ତି। କିନ୍ତୁ ଏମିତି କିଛି ଖାଦ୍ୟ ରହିଛି, ଯାହାକୁ ସକାଳୁ ମର୍ଣ୍ଣିଂ ଓ୍ଵାକ୍‌ କରି ଆସିବା ପରେ ଖାଇବା ଦ୍ୱାରା ଶରୀରକୁ ସତେଜ ଲାଗିଥାଏ। ଏହାସହିତ ଦିନତମାମ ଫୂର୍ତ୍ତି ଲାଗିଥାଏ। ତେବେ ଆସନ୍ତୁ ଜାଣିବା, ଓ୍ଵାକ କରିକି ଆସିବା ପରେ କ’ଣ ଖାଇବେ..

– ସକାଳୁ ମର୍ଣ୍ଣିଂ ଓ୍ଵାକ୍‌ କରି ଆସିବା ପରେ ଦହି ଖାଆନ୍ତୁ। ଦହିରେ ପ୍ରଚୁର ପ୍ରୋଟିନ ରହିଥାଏ। ଯାହା ମାଂସପେଶୀକୁ ମଜବୁତ କରିବା ପାଇଁ ଲାଭକାରୀ ହୋଇଥାଏ। ଏହାଦ୍ୱାରା ଶରୀରକୁ ମେଟାବୋଲଜିମ୍‌ ମଧ୍ୟ ମିଳେ।

salad

– ଫଳରେ ବିଭିନ୍ନ ପ୍ରକାର ପ୍ରୋଟିନ, ଭିଟାମିନ ଏବଂ ମିନେରାଲ୍ସ ରହିଥାଏ। ଏହାଛଡା ଆଣ୍ଟି ଅକ୍ସିଡାଣ୍ଟ ଗୁଣ ମଧ୍ୟ ଭରପୂର ରହିଥାଏ। ଯାହା ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କ୍ଷମତା ବଢାଏ। ଯେଉଁ ଲୋକଙ୍କର କୋଲେଷ୍ଟ୍ରଲ ଏବଂ ଦୃଦ୍‌ ସମ୍ବନ୍ଧୀୟ ରୋଗ ରହିଛି, ସେମାନେ ଫଳ ସାଲାଡ ଖାଇବା ଉଚିତ।

– କଦଳୀରେ କାର୍ବୋହାଇଡ୍ରେଟ ଅଧିକ ମାତ୍ରାରେ ରହିଥାଏ। ତେଣୁ ସକାଳୁ ଓ୍ଵାକ କରି ଆସିବା ପରେ କଦଳୀ ଖାଇପାରିବେ।

– ଭିଜା ହୋଇଥିବା ବାଦାମ ସକାଳୁ ୪ରୁ ୫ଟି ଖାଆନ୍ତୁ। ଭିଜା ବାଦାମ ଖାଇବା ଦ୍ୱରା ପ୍ରୋଟିନ ସହିତ ଶରୀରକୁ ଫୂର୍ତ୍ତି ଲାଗିଥାଏ।

food

– ଅଙ୍କୁରିତ ଆହାରରେ ଭରପୂର ମାତ୍ରାରେ ପ୍ରୋଟିନ ରହିଛି। ଏହାଛଡା ଭିଟାମିନ ସହିତ ଫାଇବର ମଧ୍ୟ ରହିଛି। ତେଣୁ ମର୍ଣ୍ଣି ଓ୍ଵାକ କରି ଆସିବା ପରେ ଗଜା ମୁଗ କିମ୍ବା ଗଜା ବୁଟ ଖାଆନ୍ତୁ।

– ଓଟସ୍‌ରେ ଭରପୂର ଫାଇବର ରହିଥାଏ। ଓଟସ ଖାଇବା ଦ୍ୱାରା ଅଧିକ ସମୟ ପର୍ଯ୍ୟନ୍ତ ପେଟ ଫୁଲ ଲାଗିଥାଏ। ପାଚନ ତନ୍ତ୍ରକୁ ମଜବୁତ ରଖିଥାଏ। ଏହାକୁ ଖାଇବା ଦ୍ୱାରା ମେଟାବୋଲିଜିମ ବଢିଥାଏ ଏବଂ ଓଜନ କମ୍‌ ହୋଇଥାଏ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button