ମନୋରଞ୍ଜନ

ଆଜି ଘରେ ପ୍ରସ୍ତୁତ କରନ୍ତୁ ଟେଷ୍ଟି ଅଟା ଗୁଡ ହାଲଓ୍ଵା, ସ୍ୱାଦ ଏମିତି ଯେ ପାଟିରୁ ଆସିଯିବ ପାଣି

ହାଲଓ୍ଵାର ନାମ ଶୁଣିଲେ ବଡ ରୁ ସାନ ସମସ୍ତଙ୍କ ପାଟିରେ ପାଣି ଆସିଯାଏ। ହାଲଓ୍ଵା ଏକ ଏମିତି ଭାରତୀୟ ବ୍ୟଞ୍ଜନ ଯାହାକୁ ଖାସ୍ କରି ପୂଜା କିମ୍ବା କୌଣସି ବିଶେଷ ଉତ୍ସବରେ ତିଆରି କରାଯାଏ। ଆଜି କିନ୍ତୁ ଆମେ ଆପଣଙ୍କୁ ହାଲଓ୍ଵାର ଏକ ବହୁତ ଖାସ ଏବଂ ବଢ଼ିଆ ରେସିପି ନେଇ ଆସିଛୁ। ଯାହାକୁ ବନାଇବା ବହୁତ ସହଜ। କେବଳ ଅଟା ଏବଂ ଗୁଡରେ ପ୍ରସ୍ତୁତ ହୋଇଥିବା ଏହି ସ୍ୱାଦିଷ୍ଟ ହାଲଓ୍ଵାର ସ୍ୱାଦ ଚାଖିଲେ ଆପଣ ବି ଏହାର ଦିଓ୍ଵାନା ହୋଇଯିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

  • ୧/୨ କପ୍ ଦେଶୀ ଘିଅ
  • ୪ ରୁ ୫ ଟି ଲବଙ୍ଗ
  • ୨୦୦ ଗ୍ରାମ ଗୁଡ
  • ୧ କପ୍ କ୍ଷୀର
  • କେସର
  • ୩୦ ଗ୍ରାମ କିସମିସ୍

ପ୍ରସ୍ତୁତି ପ୍ରଣାଳୀ

  1. ଏକ ପ୍ୟାନ୍‌ରେ କ୍ଷୀର ଏବଂ ପାଣିକୁ ବରାବର ମାତ୍ରାରେ ନେଇ ଏଥିରେ କେସର ମିଶାଇ ରଖନ୍ତୁ।
  2. ପ୍ରଥମେ ଏକ ପ୍ୟାନ୍‌ରେ ଦେଶୀ ଘିଅ ଏବଂ ଲବଙ୍ଗ ପକାନ୍ତୁ।
  3. ଏଥିରେ ଅଟା ଏବଂ ସୁଜି ପକାଇ ଦିଅନ୍ତୁ। ଏହାକୁ ଗୋଲ୍‌ଡେନ ବ୍ରାଉନ ହେବା ପର୍ଯ୍ୟନ୍ତ ଭାଜନ୍ତୁ।
  4. ଏହାପରେ ଗୁଡ଼ ପକାଇ ଫ୍ରାଏ କରନ୍ତୁ।
  5. ଯେତେବେଳେ ଅଟା ଏବଂ ସୁଜିରେ ବାସ୍ନା ଆସିବାକୁ ଲାଗିବ, ସେତେବେଳେ ପୂର୍ବରୁ ରଖିଥିବା କ୍ଷୀର ଓ କେସର ମିଶା ପାଣି ମିଶାନ୍ତୁ ।
  6. ଏହାକୁ ଭଲଭାବେ ହେବା ପାଇଁ ଗ୍ୟାସରେ ବସିବାକୁ ଦିଅନ୍ତୁ। କିଛି ସମୟ ପରେ ଏହାକୁ ଆଞ୍ଚରୁ ଓହ୍ଲାଇ ଦିଅନ୍ତୁ।
ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button