ଶୀତ ଦିନେ ନିୟମିତ ପିଅନ୍ତୁ ଏହି ୪ଟି ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କ, ଶରୀର ଠାରୁ ଦୂରେଇ ରହିବ ସବୁ ପ୍ରକାରର ରୋଗ

ସାଧାରଣତଃ ଶୀତ ଋତୁରେ ଶରୀରର ଇମ୍ୟୁନିଟି କମି ଯାଏ । ଫଳରେ ଏହି ଦିନ ମାନଙ୍କରେ ବିଭିନ୍ନ ପ୍ରକାର ଭୁତାଣୁ ଜନିତ ରୋଗରେ ସଂକ୍ରମିତ ହେବା ଆଶଙ୍କା ଅନେକ ଗୁଣା ବଢିଯାଏ । କିନ୍ତୁ ଯଦି ଏହି ସମୟରେ ନିଜ ଦେହ ପ୍ରତି ଯତ୍ନବାନ ହେବା ସହିତ ଏହାର ରୋଗପ୍ରତିରୋଧକ ଶକ୍ତି ବଢାଇବାକୁ ନେଇ ବିଶେଷ ଧ୍ୟାନ ଦିଆଯାଏ ତେବେ ରୋଗ ଦାଉରୁ ଶରୀରକୁ ସୁରକ୍ଷା ଦେଇପାରିବା । ତେଣୁ ନିଜ ଦୈନନ୍ଦିନ ଦିନଚର୍ଯ୍ୟାରେ ଏମିତି କିଛି ଖାଦ୍ୟପେୟ ସାମିଲ କରିବା ଉଚିତ ଯାହା ଶରୀରକୁ ଉଷ୍ମ ରଖିବା ସହିତ ଏହାର ଇମ୍ୟୁନିଟି ମଧ୍ୟ ବଢାଇବ । ଆଜି ଆମେ ଆପଣଙ୍କୁ ୫ଟି ଡ୍ରିଂକ୍ସ ବିଷୟରେ କହୁଛୁ, ଯାହାକୁ ଶୀତ ଦିନରେ ନିୟମିତ ପିଇଲେ ଖୁବ ଲାଭଦାୟକ ହୋଇଥାଏ ।

୧. କାଢ଼ା:
କରୋନା ପର ଠାରୁ ଅଧିକାଂଶ ଲୋକଙ୍କ ଦୈନନ୍ଦିନ ତାଲିକାରେ କାଢ଼ା ଏକ ସ୍ୱତନ୍ତ୍ର ସ୍ଥାନ ନେଇଛି । ଅନ୍ୟ ଭାଷାରେ ଏହାକୁ ଇମ୍ୟୁନିଟି ବୁଷ୍ଟର ଡ୍ରିଙ୍କ ବି କୁହାଯାଉଛି । କରୋନା ସମେତ ବିଭିନ୍ନ ଋତୁକାଳୀନ ରୋଗ ଦାଉରୁ ବି ଏହା ସୁରକ୍ଷା ଦେଇଥାଏ । ଏଥିରେ ସମସ୍ତ ଜିନିଷ ସମ୍ପୂର୍ଣ୍ଣ ପ୍ରାକୃତିକ ହୋଇଥିବାରୁ ଶରୀର ଉପରେ କୌଣସି ସାଇଡ ଇଫେକ୍ଟ ବି ପକାଏ ନାହିଁ ।
୨. ହଳଦୀ କ୍ଷୀର:
ଶୀତ ଦିନେ ନିୟମିତ ହଳଦୀ ମିଶା କ୍ଷୀର ପିଇଲେ ରୋଗ ପ୍ରତିରୋଧକ କ୍ଷମତା ବଢିଥାଏ । ମାଂସପେଶୀ ତଥା ହାଡ ମଜବୁତ ହେବା ସହ ମାନସିକ ତଥା ଶାରୀରିକ ବିକାଶ ହୋଇଥାଏ ।

୩. ଗାଜର କାଞ୍ଜି:
ଗାଜରରୁ ତିଆରି କାଞ୍ଜି ପିଇବାକୁ ବି ଅଧିକାଂଶ ଲୋକ ପସନ୍ଦ କରିଥାନ୍ତି । ଏହାକୁ ପିଇବା ଦ୍ୱାରା ପୋଷଣ ମିଳିବା ସହ ଇମ୍ୟୁନିଟି ମଧ୍ୟ ବଢିଥାଏ । ଦିନ ଯାକର ଥକ୍କା ପଣ ବି ମାତ୍ର କିଛି ମିନିଟରେ ଦୂର ହୁଏ । ମାଂସପେଶୀ ତଥା ହାଡ଼ ମଜବୁତ କରିବାରେ ଏହି ଡ୍ରିଙ୍କ ବିଶେଷ ଲାଭଦାୟକ ହୋଇଥାଏ ।

୪. ହଟ ଚକୋଲେଟ:
ଶୀତ ଦିନରେ ଛୋଟ ପିଲାଙ୍କ ପ୍ରତି ବିଶେଷ ଧ୍ୟାନ ରଖିବା ଉଚିତ । କାରଣ ଏମାନେ ରୋଗରେ ସଂକ୍ରମିତ ହେବା ଆଶଙ୍କା ଅଧିକ ରହିଥାଏ । କିନ୍ତୁ ସେମାନେ କାଢ଼ା କିମ୍ବା ଅନ୍ୟାନ ଡ୍ରିଙ୍କ ପିଇବାକୁ ପସନ୍ଦ କରନ୍ତି ନାହିଁ । ତେଣୁ ସେମାନଙ୍କ ପାଇଁ କିଛି ସ୍ୱାଦିଷ୍ଟ ହଟ ଡ୍ରିଙ୍କ ପ୍ରସ୍ତୁତ କଲେ ସେମାନେ ପିଇବା ସହିତ ତାଙ୍କ ଶରୀରର ରୋଗ ପ୍ରତିରୋଧକ କ୍ଷମତା ବଢାଇବାରେ ମଧ୍ୟ ବିଶେଷ ଲାଭ ଦାୟକ ହେବ ।




