IBN ଓଡ଼ିଶା ବ୍ୟୁରୋ

ଯଦି ଆପଣ ଡାଇବେଟିସ୍‌ ରୋଗୀ ଏହିସବୁ ଜିନିଷରୁ ଆରମ୍ଭ କରନ୍ତୁ ଦିନ, ନିୟନ୍ତ୍ରଣରେ ରହିବ ସୁଗାର

ଡାଇବେଟିସ ସମସ୍ୟା ଦିନକୁ ଦିନ ସାଧାରଣ ହୋଇଗଲାଣି । ଏହା ଏବେ ଛୋଟ ପିଲାଙ୍କ ମଧ୍ୟରେ ବି ଦେଖିବାକୁ ମିଳୁଛି। ଏହା ହେବାର ମୁଖ୍ୟ କାରଣ ହେଉଛି ସୁଗାରର ସ୍ତର ବଢ଼ିବା। ତେବେ ଯଦି ଏହାକୁ କଣ୍ଟ୍ରୋଲରେ ନ ରଖାଯାଏ ତାହେଲେ ଆଖି, କିଡନୀ ଏବଂ ହୃଦ ସମ୍ବନ୍ଧୀୟ ରୋଗର ଭୟ ରହିଥାଏ। ଏମିତିରେ ସକାଳୁ ଖାଲିପେଟରେ କିଛି ଜିନିଷ ଖାଆନ୍ତୁ, ଯାହାଦ୍ୱାରା ଆପଣଙ୍କ ସୁଗାର କଣ୍ଟ୍ରୋଲରେ ରହିବ। ତାହେଲେ ଆସନ୍ତୁ ଜାଣିବା ସେହି ସ୍ୱାସ୍ଥ୍ୟକର ଜିନିଷ ବିଷୟରେ। ଯାହାଦ୍ୱାରା ଆପଣ ନିଜ ଦିନର ଆରମ୍ଭ କରିବାର ହେବ ସବୁଠୁ ବେଷ୍ଟ ଅପସନ୍‌।

ଭିଜା ବାଦାମ

ବାଦାମରେ ପ୍ରୋଟିନ୍‌, କ୍ୟାଲସିୟମ, ଭିଟାମିନ, ଆଇରନ, ଆଣ୍ଟି-ଅକ୍ସିଡାଣ୍ଟ ଗୁଣ ରହିଥାଏ। ଏମିତିରେ ପ୍ରତିଦିନ ସକାଳୁ ଖାଲିପେଟରେ ଭିଜା ବାଦାମ ଖାଇବା ଦ୍ୱାରା ଶରୀରକୁ ସମସ୍ତ ଜରୁରୀ ତତ୍ତ୍ୱ ମିଳିବା ସହିତ ସୁଗାରର ସ୍ତର ନିୟନ୍ତ୍ରଣରେ ରଖିବାରେ ଏହା ସାହାଯ୍ୟ କରିଥାଏ।

methiମେଥି ଦାନା

ମେଥି ଦାନାର ପାଣି ସକାଳୁ ଖାଲିପେଟରେ ପିଇବା ଦ୍ୱାରା ଶରୀରକୁ ସମସ୍ତ ଜରୁରୀ ତତ୍ତ୍ୱ ମିଳିବା ସହିତ ସୁଗାର ଲେବଲ କଣ୍ଟ୍ରୋଲରେ ରହିଥାଏ। ଏହାକୁ ପ୍ରସ୍ତୁତ କରିବା ପାଇଁ ଅଳ୍ପ ମେଥି ଦାନାକୁ ପାଣିରେ ଭିଜାଇ ରାତିସାରା ରଖନ୍ତୁ। ସକାଳୁ ଖାଲି ପେଟରେ ଏହାକୁ ଛାଣି ପିଅନ୍ତୁ। ଏଥିରେ ଫାଇବର ଅଧିକ ରହିଥିବା କାରଣରୁ ଡାଇବେଟିସ କଣ୍ଟ୍ରୋଲ କରିବାରେ ଏହା ବେଶ୍‌ ସହାୟକ ହୋଇଥାଏ। ଏହାଦ୍ୱାରା ଶରୀରରେ ଥିବା ବିଷାକ୍ତ ପଦାର୍ଥ ବାହାରକୁ ବାହାରିଯାଏ।

ପ୍ରୋଟିନ୍‌ ଓ ଫାଇବରଯୁକ୍ତ ବ୍ରେକଫାଷ୍ଟ

ସକାଳୁ ଖାଲିପେଟରେ ପ୍ରୋଟିନ୍‌ ତଥା ଫାଇବରଯୁକ୍ତ ଆହାର ଖାଆନ୍ତୁ। ଏହାଦ୍ୱାରା ପେଟ ଦୀର୍ଘ ସମୟ ଧରି ଭରି ରହିବା ସହ ସୁଗାର ଲେବଲକୁ କଣ୍ଟ୍ରୋଲରେ ରଖିଥାଏ। ଶରୀରକୁ ଶକ୍ତି ମିଳିବା ସହିତ ସାରାଦିନ ସତେଜ ଅନୁଭବ ହୋଇଥାଏ। ଏଥିପାଇଁ ଆପଣ ପ୍ରତିଦିନ ଡାଏଟରେ ଓଟସ୍‌ ଇଡଲୀ, ମୁଗ ଡାଲି ଚିଲ୍ଲା, ଡାଲ ପରଟା, ସାଗୁ ଦାନା, ଚିୟା ସିଡସ୍‌, ଅଣ୍ଡା ଏବଂ ଫଳ ଇତ୍ୟାଦି ଖାଇପାରିବେ।

diabetesଲେମ୍ବୁ ଏବଂ ହର୍ବାଲ ଟି

ଶରୀରରେ ଜଳୀୟ ଅଂଶ ବରାବର ମାତ୍ରାରେ ରହିବା ବହୁତ ଜରୁରୀ। ଏଥିପାଇଁ ଆପଣ ନିଜ ଡାଏଟରେ ଲେମ୍ବୁ ପାଣି, ହର୍ବାଲ ଟି ଏବଂ ଗ୍ରୀନ ଟି କୁ ସାମିଲ କରନ୍ତୁ।

ତାଜା ଫଳ

ପ୍ରାୟ ଲୋକ ବ୍ରେକଫାଷ୍ଟରେ ଜୁସ୍‌ ପିଇବାକୁ ପସନ୍ଦ କରନ୍ତି। କିନ୍ତୁ ଏହା ବଦଳରେ ଆପଣ ଫଳ ଖାଆନ୍ତୁ।  ବଜାରରେ ମିଳୁଥିବା ପ୍ୟାକେଟ  ଜୁସରେ ଫାଇବର କମ୍‌ ଏବଂ ଚିନି ଅଧିକ ମାତ୍ରାରେ ରହିଥାଏ। ଏମିତିରେ ଏହା ମଧୁମେହ ରୋଗୀଙ୍କ ପାଇଁ ଆହୁରି ମାରାତ୍ମକ ହୋଇପାରେ। ତେଣୁ ଏହାକୁ ପିଇବା ବଦଳରେ ଆପଣ ତାଜା ଫଳ ଖାଆନ୍ତୁ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button