IBN ଓଡ଼ିଶା ବ୍ୟୁରୋ

ଯେଉଁଠି ମିଳିବ ଛାଡ଼ିବେ ନାହିଁ,7ଜନ୍ମ ଯାଏଁ ଧନ ଶେଷ ହେବ ନାହିଁ, ଆପଣଙ୍କ ଇଶାରା ରେ ଦୁନିଆ ନାଚିବ..

କିଛି ଏମିତି ଜଡିବୁଟି ଥାଏ ଯାହା ଜୀବନ ରେ ପରିବର୍ତ୍ତନ ଆଣିଦିଏ,କାରଣ ଏହି ଜଡ଼ିବୁଟି ମା ଲକ୍ଷ୍ମୀଙ୍କର ବହୁତ ପ୍ରିୟ ହୋଇଥାଏ | ଆପଣ ମଧ୍ୟ ଜାଣିଥିବେ କିଛି ଏମିତି ଜଡିବୁଟି ଅଛି ଯାହାକୁ ଗ୍ରହ ସହ ତୁଳନା କରାଯାଇଥାଏ | କାରଣ ସେଥିରେ ଗୁଣ ସେହିପରିଥାଏ ଆଉ ସେହି ଗ୍ରହ କୁ ଠିକ କରେ ଏବଂ ନାକାରାତ୍ମକ ଉର୍ଜା କୁ ଦୂର କରିଥାଏ | ପ୍ରକୃତି ଆମକୁ କିଛି ଏମିତି ବୃକ୍ଷ ଦେଇଛି ଯାହାର ଚେର ଯଦି ଆମେ ରଖିଦେବା ତ ଚମତ୍କାର ହୋଇଯିବ | ତେବେ ଚାଲନ୍ତୁ ଜାଣିବା ସେହି ପରି ଜଡିବୁଟି ଗଛ ବିଷୟରେ..

ଗଙ୍ଗଶିଉଳି – ଆପଣ ତ ନିଶ୍ଚୟ ଜାଣିଥିବେ ଗଙ୍ଗଶିଉଳି ଭଗବାନ କୃଷ୍ଣ ଆଉ ଶିବ ଙ୍କର କେତେ ପ୍ରିୟ ଅଟେ | ଏହି ଗଛର ଚେର କୁ ଆଣି ନାଲି କପଡା ରେ ଗୁଡେଇ ଯଦି ଧନ ରଖିବା ଜାଗା ରେ ରଖିଦିଅନ୍ତି ତେବେ ବହୁତ ଧନ ଆସିଥାଏ |

ଅପରାଜିତା – ଏହି ଫୁଲ ଦୁଇଟି ରଙ୍ଗର ହୋଇଥାଏ ସବୁଜ ଏବଂ ଧଳା, ତେବେ ଯଦି ଏହି ଗଛର ଚେର ଆପଣଙ୍କୁ ମିଳି ଯାଉଛି ତେବେ ଏହାକୁ ଚାନ୍ଦିର ଏକ ପାତ୍ର ରେ ଶୁଖେଇକି ଧନ ଥିବା ଜାଗାରେ ରଖିଦିଅନ୍ତୁ | ଆପଣଙ୍କର ଧନ ବୃଦ୍ଧି ଘଟିବ |

 

ବାହାଡା – ପୁଷ୍ୟ ନକ୍ଷତ୍ର ରେ ଏହି ଗଛର ପତ୍ର କିମ୍ବା ଚେର ଯଦି ଆପଣ ରଖୁଛନ୍ତି ତେବେ ଆପଣଙ୍କୁ କେବେ ଧନର ଅଭାବ ହେବ ହିଁ ନାହିଁ |

ଅରଖ – ଏହାର ଚେର ଯଦି ଆପଣ ରଖଛନ୍ତି ତେବେ କୌଣସି ବି ବାଧା ବିଘ୍ନ ଆପଣଙ୍କ ଉପରେ ଆସିବ ନାହିଁ | ଏଥିସହିତ ଆପଣଙ୍କର ଧନ ରେ ବୃଦ୍ଧି ଘଟିବ |

ଲାଉ – ଏହି ଗଛର ଚେର ଯଦି ଆପଣ ଆଣି ପାଖରେ ରଖୁଛନ୍ତି ତେବେ କେବେ ବି ଆପଣଙ୍କୁ ଧନର କୌଣସି ଅଭାବ ରହିବ ନାହିଁ |

ବରଗଛ – ଯେମିତି ବରଗଛ ର ଚେର ବହୁତ ହୋଇଥାଏ ଠିକ ସେହିପରି ଯଦି ଏହି ଚେର କୁ ଆଣି ଆପଣ ନିଜ ପାଖରେ ରଖୁଛନ୍ତି ତେବେ ଏହା ଆପଣଙ୍କ ଧନ ସମ୍ପତ୍ତି କୁ ବଢ଼େଇଥାଏ |

 

ଅଁଳା – ଏହି ଗଛ ଶନିଦେବଙ୍କର ପ୍ରିୟ ଅଟେ ତେବେ ଏହାକୁ ଶନିବାର ଦିନ ଆଣନ୍ତୁ, ଏହାର ଚେର ବହୁତ ଲାଭଦାୟକ ହୋଇଥାଏ |

ଲାଜକୁଳୀ – ଏହି ଗଛର ଚେର କୁ ଯଦି ଧନ ରଖିବା ଜାଗାରେ ରଖୁଛନ୍ତି ତେବେ ଏହା ଆପଣଙ୍କ ଧନ କୁ ବହୁତ ବଢ଼େଇ ଥାଏ |

ଦୁଦୁରା – ଏହି ଗଛ ମହାଦେବଙ୍କର ବହୁତ ପ୍ରିୟ, ଏହି ଗଛର ଚେର ଯାହା ପାଖରେ ଥାଏ ତାହା ପାଖରେ ସ୍ୱୟଂ ଭଗବାନ ଶିବ ରହିଥାନ୍ତି |

ସହଦେବୀ – ପ୍ରତିଦିନ ସହଦେବୀ ଗଛର ଚେର କୁ ଘୋରି ଚନ୍ଦନ କରି ମଥାରେ ଲଗାନ୍ତୁ | ଯଦି ଆପଣ ବ୍ୟାପାର କରୁଛନ୍ତି ତେବେ ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ହୋଇଥାଏ | ଧନ ବହୁତ ବଢିଥାଏ |

 

Related Articles

Leave a Reply

Your email address will not be published. Required fields are marked *

Back to top button