ରାଜ୍ୟ

ମାଣବସା ଗୁରୁବାରରେ ଘରେ ପ୍ରସ୍ତୁତ କରନ୍ତୁ ମଣ୍ଡା ପିଠା, ବନାଇବା ଏକଦମ୍‌ ସହଜ

ମାଣବସା ଗୁରୁବାରରେ ଘରେ ମଣ୍ଡା ପିଠା ପ୍ରସ୍ତୁତ କରାଯାଏ। ତେବେ ଏହା ଖାଇବାକୁ ବହୁତ ସ୍ୱାଦିଷ୍ଟ ହୋଇଥାଏ କିନ୍ତୁ ଏହାକୁ ବନାଇବା କଷ୍ଟ ଭାବିକି ପ୍ରାୟ ଲୋକ ଏହାକୁ ପ୍ରସ୍ତୁତ କରିବାକୁ ଇଚ୍ଛା କରନ୍ତିନି। କିନ୍ତୁ ଆଜି ଆମେ ଆପଣଙ୍କୁ ଏହାକୁ ବନାଇବାର ସହଜ ଉପାୟ ଜଣାଇବୁ, ଯାହାକୁ ଆପଣ ବହୁତ ସହଜରେ ପ୍ରସ୍ତୁତ କରିପାରିବେ। ତାହେଲେ ଆସନ୍ତୁ ଜାଣିବା ଏହାକୁ କେମିତି କରିବେ ପ୍ରସ୍ତୁତ।

ଆବଶ୍ୟକ ସାମଗ୍ରୀ

ଚାଉଳ ଗୁଣ୍ଡ, ନଡିଆ କୋରା, ଗୁଡ, ଘିଅ (ଅଳ୍ପ), ଅଳେଇଚ ଗୁଣ୍ଡ, ପାଣି ଏବଂ ଲୁଣ ସ୍ୱାଦାନୁସାରେ

ପ୍ରସ୍ତୁତି ପ୍ରଣାଳୀ

pithaପ୍ରଥମେ ଏକ ପ୍ୟାନ ବସାନ୍ତୁ। ସେଥିରେ ପାଣି ଗରମ କରନ୍ତୁ। ଏହି ପାଣିରେ ସାମାନ୍ୟ ଘିଅ ପକାନ୍ତୁ। ଏହାପରେ ଏହି ଘିଅକୁ ଭଲସେ ଗୋଳାଇ ସେଥିରେ ଚାଉଳ ଗୁଣ୍ଡ ମିଶାଇ ଦିଅନ୍ତୁ। ଏହାପରେ ଧୀମା ଆଞ୍ଚରେ ୧୦ ମିନିଟ୍‌ ପାଇଁ ଘୋଡାଇ ଦିଅନ୍ତୁ। ଏହାପରେ ଅନ୍ୟ ଏକ ପ୍ୟାନରେ କୋରା ନଡିଆ ପକାଇ ଫ୍ରାଏ କରନ୍ତୁ। ଏହାପରେ ଏଥିରେ ଗୁଡ ପକାଇ ଗୋଳାଇ ଦିଅନ୍ତୁ। ଏଥିରେ ଅଳେଇଚ ପାଉଡର ପକାଇ ମିଶାଇ ଦିଅନ୍ତୁ। ଏହିସବୁ ମିଶ୍ରଣକୁ ଭଲଭାବେ ଗୋଳାଇ ଆଞ୍ଚ ବନ୍ଦ କରିଦିଅନ୍ତୁ। ଥଣ୍ଡା ହେବା ପାଇଁ ଛାଡି ଦିଅନ୍ତୁ। ଏହାପରେ ଯନ୍ତି ରଖିଥିବା ଆଣକୁ ଆଣି ହାତରେ ଚକଟନ୍ତୁ। ଏହାକୁ ଏକଦମ ଅଟା ଚକଟିବା ଭଳି ନରମ ଚକଟା ହେବା ପର୍ଯ୍ୟନ୍ତ ଚକଟନ୍ତୁ।

ଏହାପରେ ଏହି ମିଶ୍ରଣରୁ ଅଳ୍ପ ଅଳ୍ପ ନେଇ ଗୋଲ ଗୋଲ ଆକାର ଦେଇ ବନାନ୍ତୁ। ତେବେ ଏହି ଗୋଲାକୁ ନେଇ ମଝିରେ ଗାତ କରି ତା ଭିତରେ ପ୍ରସ୍ତୁତ କରିଥିବା ପୂରକୁ ଭର୍ତ୍ତି କରନ୍ତୁ। ଏହାପରେ ଆସ୍ତେ ଆସ୍ତେ ତାକୁ ଗୋଲ କରିଦିଅନ୍ତୁ, ଯେପରି ପୂର ଏକଦମ ଭିତରେ ରହିଥିବ। ଏମିତି ବାକି ସମସ୍ତ ପିଠାକୁ ପ୍ରସ୍ତୁତ କରନ୍ତୁ। ଏହାପରେ ଏକ ପ୍ୟାନ ହେଉ କିମ୍ବା ହାଣ୍ଡିରେ ପାଣି ଦେଇ ଷ୍ଟିମରେ ଏହାକୁ ପ୍ରସ୍ତୁତ କରନ୍ତୁ। ଏବେ ଆପଣଙ୍କର ପ୍ରସ୍ତୁତ ହୋଇଯାଇଛି ମଣ୍ଡା ପିଠା।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button