IBN ଓଡ଼ିଶା ଏକ୍ସକ୍ଲୁସିଭ୍

କେବଳ ଅଧିକ ଖାଇଲେ ହିଁ ବଢେ ନାହିଁ ଓଜନ, ଦୈନଦିନ ଜୀବନରେ ପ୍ରାୟତଃ ଲୋକ କରନ୍ତି ଏହି 5ଟି ଭୂଲ

ମୋଟା ହେବା ଏକ ଜଟିଳ ରୋଗ ଅଟେ ଯାହାକୁ କେହି ବି ନିଜ ଶରୀରକୁ ଆସିବାକୁ ଦେବା ପାଇଁ ଚାହାଁନ୍ତି ନାହିଁ। କିନ୍ତୁ ଯେ କୌଣସି ପ୍ରକାରରେ ଏହା ବ୍ୟକ୍ତିର ଶରୀର ରେ ପ୍ରବେଶ କରି ହିଁ ଥାଏ । ବହୁତ ଲୋକମାନେ ଭାବନ୍ତି କି ବେଶୀ ଖାଇବା ଦ୍ଵାରା ଏବଂ ନିଜର ଅଳସୁଆ ଗୁଣ ଦ୍ଵାରା ଶରୀର ମୋଟା ହୋଇଥାଏ । କହିବାକୁ ଗଲେ ଏହା ପୁରାପୁରି ଭୁଲ ଅଟେ ।

କେବଳ ବେଶୀ ଖାଇବା ଦ୍ଵାରା ବଢେ ନାହିଁ

କେତେକ ଲୋକମାନେ ନିଜ ଶରୀରରେ ଓଜନ କମ କରିବା ପାଇଁ ଖାଇବା ପିଇବା ବନ୍ଦ କରି ଦିଅନ୍ତି । ଆଜି ଆମେ ଆପଣ ମାନଙ୍କୁ 5ଟି କଥା କହିବୁ, ଆପଣ ଯଦି ସେହି ଅଭ୍ୟାସ ଗୁଡିକୁ ବଦଳାଇଦେବେ ତେବେ ଆପଣଙ୍କର ଓଜନ କମି ଯିବ ।

ଆବଶ୍ୟକତା ଠାରୁ କମ ସମୟ ଶୋଇଲେ

ସବୁ ବ୍ୟକ୍ତି ପାଇଁ ୮ ଘଣ୍ଟା ଶୋଇବା ନିହାତି ଦରକାର ଏବଂ ବ୍ୟକ୍ତିକୁ ଏହା ଠାରୁ ବେଶୀ ଶୋଇବା ଦରକାର ନାହିଁ କିମ୍ବା କମ ଶୋଇବା ଦରକାର ନାହିଁ । କିନ୍ତୁ ଏହି ବ୍ୟସ୍ତ ବିବ୍ରତ ଜୀବନ ରେ ଲୋକମାନେ ଡେରି କରି ଶୁଅନ୍ତି ଏବଂ ଜଲ୍ଦି ଉଠନ୍ତି, ଯେଉଁ କାରଣରୁ ଆପଣଙ୍କ ନିଦ ପୁରା ହୁଏ ନାହିଁ। ଏବଂ ଆପଣଙ୍କ ଶରୀରରେ ଏହା ଖରାପ ପ୍ରଭାବ ପାକିଥାଏ ଓ  ଧୀରେ ଧୀରେ ଆପଣଙ୍କ ଶରୀରର ଓଜନ ବଢିବାକୁ ଲାଗେ ।

ଦରକାର ଠାରୁ ଅଧିକ ଔଷଧ ଖାଇବା

କେବେ କେବେ ସ୍ଟ୍ରେସ କାରଣରୁ ଲୋକମାନେ ବେଶୀ ଔଷଧ ଖାଇବାକୁ ଲାଗନ୍ତି ଏବଂ କିଛି ଛୋଟ ଛୋଟ ରୋଗରେ ମଧ୍ୟ ଔଷଧ ନିଅନ୍ତି । ଯାହାଦ୍ଵାରା କିଛି ସାଇଡଇଫେକ୍ଟ ବାହାରିଥାଏ ଏବଂ ବ୍ୟକ୍ତିର ଓଜନ ବଢିବାକୁ ଲାଗେ ।

ଠିକ ସମୟରେ ନ ଖାଇବା

ସକାଳେ କିଛି ଲୋକମାନେ ବ୍ରେକଫାସ୍ଟ କରି ପାରନ୍ତି ନାହିଁ । ଆପଣଙ୍କର ଏହି ଭୁଲ ଆପଣଙ୍କର ମୋଟା ହେବାର କାରଣ ଅଟେ ।

ସକାଳେ ପାଣି ନ ପିଇବା

କେତେକ ଲୋକମାନେ ସକାଳୁ ଉଠି ବେଡ – ଟୀ ନିଅନ୍ତି ଏବଂ ପାଣି ପିଅନ୍ତି ନାହିଁ । ଖାଲି ପେଟରେ ଠିକ ସେ ପାଣି ନ ପିଇଲେ ପେଟ ସଫା ହୁଏ ନାହିଁ ଏବଂ ଓଜନ ବଢିବାକୁ ଲାଗେ । ସେଥିପାଇଁ ସକାଳୁ ଗୋଟିଏ ଗ୍ଳାସ ପାଣି ପିଇବା ଜରୁରୀ ଅଟେ ।

ଏକ୍ସରସାଇଜ ପାଇଁ ଟାଇମ ନ ବାହାର କରିବା

ଏକ୍ସରସାଇଜ କରିବା ଦେହ ପାଇଁ  ଭଲ ଅଟେ । ଯଦି ଆପଣ ସବୁଦିନ ଏକ ଘଣ୍ଟା ଏକ୍ସରସାଇଜ କରିବେ ତେବେ ଆପଣଙ୍କ ଶରୀରର ଓଜନ ଧୀର ଧୀରେ କମି ଯିବ । ଆଶା କରୁଛୁ ଆପଣଙ୍କୁ ଏହି ସ୍ୱାସ୍ଥ୍ୟ ଟିପ୍ସ ଆପଣଙ୍କୁ ନିଶ୍ଚୟ ସାହାଯ୍ୟ କରିବ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button