IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଦ୍ରୁତ ବେଗରେ ମାଡ଼ି ଆସୁଛି ବାତ୍ୟା “ତିତଲି” – ଶେୟାର କରନ୍ତୁ ସତର୍କ ରୁହନ୍ତୁ – ପାଣିପାଗ ସୂଚନା ଅନୁଯାୟୀ ଘଣ୍ଟାକୁ 80 କିଲୋମିଟର ବେଗରେ ବହିପାରେ ପବନ

ଗୋପାଳପୁରଠାରୁ ୬୫୦ କିଲୋମିଟର ଦୂରରେ ବର୍ତମାନ ଅଛି ଅବପାତ। ପାଣିପାଗ ବିଭାଗ ଅନୁଯାୟୀ ବିଶେଷ କରି ଗଂଜାମ, ଜଗତସିଂହପୁର, ପୁରୀରେ ପ୍ରବଳ ବର୍ଷା ହେବ ବୋଲି କୁହାଯାଇଛି। ବଙ୍ଗୋପସାଗରରେ ସୃଷ୍ଟ ହୋଇଥିବା ଲଘୁଚାପ ବର୍ତ୍ତମାନ ଅବପାତର ରୂପ ନେସି ସାରିଛି । ଯାହା  ଫଳରେ ଆସନ୍ତାକାଲି ସଂନ୍ଧ୍ୟାରୁ ରାଜ୍ୟରେ ବର୍ଷା ଆରମ୍ଭ ହେଇଯିବ । ୧୦ ଓ ୧୧ ତାରିଖ ଦିନ ବର୍ଷାର ପରିମାଣ ବଢିବାର ଆସା ରହିଛି । ବର୍ଷା ସମୟରେ ୭୦ ରୁ ୮୦ କିଲୋମିଟର ବେଗରେ ପବନ ବହିପାରେ ବୋଲି ପାଣିପାଗ ତରଫରୁ ସୂଚନା ଦିଆଯାଇଛି ।  ତିତଲି ଘଂଟାପ୍ରତି ୧୨ କିଲୋମିଟର ବେଗରେ ଭୂପୃଷ୍ଠ ଆଡକୁ ଗତି କରୁଛି । କିନ୍ତୁ  ସମ୍ଭାବନା ରହିଛି କି ସ୍ଥଳଭାଗ ଛୁଇଁବା ବେଳକୁ ଏହାର ଗତି ବଢିଯିବ।

ପୂର୍ବ ବର୍ଷ ପରି ଏବର୍ଷ ମଧ୍ୟ ଅକ୍ଟୋବର ମାସରେ ପୁଣି ଦେଖାଦେଇଛି ବାତ୍ୟା । ଏହା ବାତ୍ୟାର ରୂପ ନେବା ସମ୍ଭାବନା ରହିଛି ଆଗାମୀ ୪୮ ଘଂଟା ଭିତରେ। ପୂର୍ବରୁ ଫାଇଲିନ୍ ଓ ହୁଡହୁଡ ଯେପରି ବାତ୍ୟା ରୂପ ନେଇଥିଲେ ତିତଲି ଏବେ ବଙ୍ଗୋପସାଗରରେ ସେମିତି ଆକାର ନେଉଛି । ଅବପାତର ରୂପ ନେଇସାରିଛି ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ।  ତେବେ ଓଡିଶା ମୁହାଁ ରହିଛି ଏହାର ଗତି । ବାତ୍ୟାର ରୂପ ନେଲାବେଳକୁ ଅବପାତ ଅଧିକ ଘନିଭୂତ ହୋଇ ଏହାର ଗତି ଉତ୍ତର-ପଶ୍ଚିମ ଦିଗକୁ ଅର୍ଥାତ ଓଡିଶା ଏବଂ ଏହାକୁ ଲାଗି ରହିଥିବା ଉତ୍ତର ଆନ୍ଧ୍ରପ୍ରଦେଶର କେତେକ ଅଂଚଳକୁ ରହିବ ।

ତେବେ ଓଡିଶାରେ ବର୍ଷାର ପରିମାଣ ୧୦ ତାରିଖରୁ ବଢ଼ିବା ସହ ପବନର ବେଗ ମଧ୍ୟ ବଢିବା ଅନୁମାନ କରାଯାଉଛି । ଅବପାତ ପୂର୍ବ-କେନ୍ଦ୍ର ବଙ୍ଗୋପସାଗରରେ କେନ୍ଦ୍ରୀଭୂତ ହୋଇଛି ସୋମବାର ସଂଧ୍ୟା ସୁଦ୍ଧା । ଏହାର ପ୍ରଭାବରେ ୪୦ରୁ ୫୦ କିଲୋମିଟର ବେଗରେ ପବନ ବହିବ ଓ ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ- ଓଡିଶାର ବିଭିନ୍ନ ସ୍ଥାନରେ ବର୍ଷା ହେବାର ସମ୍ଭାବନା ରହିଛି ।

୧୩ ତାରିଖ ପର୍ଯ୍ୟନ୍ତ ବର୍ଷା ଲାଗି ରହିବ ଓ ଏହି ସମୟରେ ସମୁଦ୍ର ଅଶାନ୍ତ ରହିବ । ଏହି ସମୟରେ ପବନର ବେଗ ଘଂଟାପ୍ରତି ସର୍ବାଧିକ ୮୦ କିଲୋମିଟର ପର୍ଯ୍ୟନ୍ତ ଯାଇପାରେ । ତେଣୁ ସମସ୍ତ ବନ୍ଦରରେ ୧ ନମ୍ବର ବିପଦ ସଂକେତ ଜାରି କରାଯାଇଛି ।

 

ଆଗାମୀ ୯ ତାରିଖ ବେଳକୁ ଆଂଚଳିକ ପାଣିପାଗ ବିଭାଗର ସୂଚନା ଅନୁସାରେ ଗଞ୍ଜାମ, ଗଜପତି, ପୁରୀ, ଜଗତସିଂହପୁରରେ ବର୍ଷା ହେବ । ବର୍ତମାନ ଲଘୁଚାପ ଦୁର୍ବଳ ହେବାର ସମ୍ଭାବନା କମ୍ ଥିବା ପାଣିପାଗ ବିଭାଗ କହିଛି । ତେଣୁ ଦଶହରା ବେଳକୁ ବର୍ଷା, ପବନ ଲାଗି ରହିଲେ ଉତ୍ସବକୁ ଫିକା କରିଦେବା ଆଶଙ୍କା ଦେଖାଦେଇଛି ।

 

ସେହିପରି ୧୦ ତାରିଖ ବେଳକୁ ଗଜପତି, ପୁରୀ, ଗଞ୍ଜାମ, ଜଗତସିଂହପୁର ଓ କେନ୍ଦ୍ରାପଡାରେ ରେଡ ଆଲର୍ଟ ସହ ନୟାଗଡ, ଖୋର୍ଦ୍ଧ, ଯାଜପୁର, କଟକ, ଭଦ୍ରକ, ବାଲେଶ୍ୱର,  ଆଦି ଜିଲ୍ଲାରେ କେତେକ ସ୍ଥାନରେ ବର୍ଷା ହେବା ସମ୍ଭାବନା ରହିଛି । ଏପରିକି ୧୧ ତାରିଖରେ ମଧ୍ୟ ଗଞ୍ଜାମ, ଗଜପତି, ପୁରୀ, କନ୍ଧମାଳ, ନୟାଗଡ, କଟକ, ଯାଜପୁର, ଢେଙ୍କାନାଳ, ଭଦ୍ରକ, ବୌଦ୍ଧ, ଜଗତସିଂହପୁର, କେନ୍ଦ୍ରାପଡା, ଖୋର୍ଦ୍ଧା, ବାଲେଶ୍ୱର ଆଦି ଜିଲ୍ଲାରେ ପ୍ରବଳ ବର୍ଷା ନେଇ ରେଡ ଆଲର୍ଟ ଜାରି କରାଯାଇଛି ।

ସମସ୍ତ ଜିଲ୍ଲାପାଳ ମାନଙ୍କୁ ପ୍ରସ୍ତୁତ ରହିବାକୁ ଆଲର୍ଟ କରାଯାଇଛି, କେଉଁଠି ବାତ୍ୟା ସ୍ଥଳଭାଗ ଛୁଇଁବ ତାହା କାଲି ସ୍ପଷ୍ଟ ହେବ। ବଙ୍ଗୋପସାଗର ସମେତ ଆରବ ସାଗରରେ ମଧ୍ୟ ଏକ ସାମୁଦ୍ରିକ ଝଡ ସୃଷ୍ଟି ହୋଇଥିଲେ ମଧ୍ୟ ଓଡିଶା ଉପରେ ଏହାର ପ୍ରଭାବ ପଡିବ ନାହିଁ ବୋଲି ଜଣାପଡିଛି । ବାତ୍ୟା ପାଇଁ ଛୁଟି ମଧ୍ୟ ବାତିଲ ହୋଇଛି । ହେଲେ ତିତ୍ଲି ବାତ୍ୟାର ରୂପ ନେଲେ ଏହା ଓଡିଶା ଓ ଆନ୍ଧ୍ର ଉପକୂଳ ଦେଇ ବାଂଲାଦେଶ ଆଡକୁ ଚାଲିଯିବ । ଏହା ସହ କାହାରିକୁ ଛୁଟିରେ ନଯିବାକୁ ଅନୁମତି ନଦେବାକୁ ମଧ୍ୟ କୁହାଯାଇଛି । ତଥାପି ସମ୍ଭାବ୍ୟ ବାତ୍ୟାକୁ ଆଖିରେ ରଖି ସରକାର ସମସ୍ତ ସତର୍କତା ମୂଳକ ପଦକ୍ଷେପ ଗ୍ରହଣ କରିଛନ୍ତି । ଏହା ସହ ଆବଶ୍ୟକ ଅନୁସାରେ ପ୍ରସ୍ତୁତି ପାଇଁ ଜିଲ୍ଲାପାଳ ମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି । ଏସଆରସି ଅଫିସ, ଓସଡମା ଅଫିସ କର୍ମଚାରୀଙ୍କ ଛୁଟି ବାତିଲ କରାଯାଇଛି । ଡେପୁଟି ରିଲିଫ୍ କମିଶନର ପ୍ରଭାତ ମହାପାତ୍ର ଏନେଇ ସୂଚନା ଦେଇଛନ୍ତି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button