ମନୋରଞ୍ଜନ
ସଲମାନଙ୍କ ପରେ ଆମିର ଖାନଙ୍କୁ ଟାର୍ଗେଟ, ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ମିଳିଲା ଧମକ

ସଲମାନ ଖାନଙ୍କ ପରେ ଏବେ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗର ଟାର୍ଗେଟରେ ଆମର ଖାନ୍ । ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଆରଜୁ ବିଷ୍ନୋଇ ଏବଂ ଟାଇସନ ବିଷ୍ନୋଇ ସୋସିଆଲ ମିଡିଆରେ ଆମିର ଖାନଙ୍କୁ ଧମକ ଦେଇ ପୋଷ୍ଟ ଏବଂ ଅଡିଓ ମେସେଜ ପଠାଇଛନ୍ତି ।
ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ପକ୍ଷରୁ ଆରଜୁ ବିଷ୍ନୋଇ ଏବଂ ଟାଇସନ ବିଷ୍ନୋଇଙ୍କଠାରୁ ଆମିର ଖାନଙ୍କୁ ଏକ ସୋସିଆଲ ମିଡିଆ ପୋଷ୍ଟ ମାଧ୍ୟମରେ ମିଳିଥିବା ଧମକରେ ଲେଖାଯାଇଛି, “ଜୟ ଶ୍ରୀ ରାମ, ଜୟ ସୀତା ରାମ । ମୁଁ ଲରେନ୍ସ ବିଷ୍ନୋଇ ଗ୍ୟାଙ୍ଗ ଆରଜୁ ବିଷ୍ନୋଇ ଏବଂ ଟାଇସନ ବିଷ୍ନୋଇ ଆମିର ଖାନଙ୍କ ପରି ଲୋକମାନେ ଆମ ଦେଶରେ ଲଭ ଜିହାଦ ନାମରେ ଆମ ସଂସ୍କୃତି ବିରୁଦ୍ଧରେ ଏହାକୁ ପ୍ରୋତ୍ସାହିତ କରୁଛନ୍ତି । ଆମେ ଏହି କୁକୁରକୁ ସହି ପାରିବୁ ନାହିଁ ଏବଂ ଖୁବ୍ ଶୀଘ୍ର ତାଙ୍କୁ ଉଚିତ୍ ଜବାବ୍ ଦେବୁ । ଏହା ଆମର ସନାତନ ଧର୍ମ ଏବଂ ଦେଶ ବିରୁଦ୍ଧ କାର୍ଯ୍ୟ ।




