ଦେଶ

ପୁଣି ପରମାଣୁ ପରୀକ୍ଷା କରିପାରନ୍ତି ଆମେରିକା, ରୁଷ୍ ଓ ଚୀନ୍ – Ibnodisha

[ad_1]

ନୂଆଦିଲ୍ଲୀ: ପରମାଣୁ ପରୀକ୍ଷା ପାଇଁ ପୁଣି ଆମେରିକା, ରୁଷ୍ ଓ ଚୀନ୍ ଯୋଜନା କରୁଥିବା ଜଣାପଡ଼ିଛି। ଏକ ରିପୋର୍ଟ ଅନୁଯାୟୀ ଏହି ତିନି ଦେଶ ନିଜର ପରମାଣୁ ସାଇଟ୍ ପାଖରେ ନୂଆ ଫାସିଲିଟି ତିଆରି କରିଛନ୍ତି। ବର୍ଷକ ଭିତରେ ନୂଆ ସୁଡ଼ଙ୍ଗ ବି ଖୋଳାଯାଇଛି। ସିଏନ୍‌ଏନ୍‌ ଜାରି କରିଥିବା ସାଟେଲାଇଟ୍ ଛବି ଅନୁଯାୟୀ ଏହା ସ୍ପଷ୍ଟ ହୋଇଛି। ଏହି ତିନି ବୃହତ୍ ପରମାଣୁ ଶକ୍ତିସମ୍ପନ୍ନ ଦେଶ ଭିତରେ ସମ୍ପ୍ରତି ଉତ୍ତେଜନା ଯଥେଷ୍ଟ ବୃଦ୍ଧି ପାଇଥିବା ସମୟରେ ଏଭଳି ଖବର ସାମନାକୁ ଆସିଛି। ବିଶେଷଜ୍ଞଙ୍କ କହିବା ଅନୁସାରେ ତିନି ଦେଶର ନ୍ୟୁକ୍ଳିୟର ସାଇଟ୍‌ ପୂର୍ବାପେକ୍ଷା ଯଥେଷ୍ଟ ବୃଦ୍ଧି ପାଇଛି।

ମିଡଲବରୀ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍ ଇଣ୍ଟରନ୍ୟାସନାଲ ଷ୍ଟଡିଜ୍‌ରେ ଜେମ୍ସ ମାର୍ଟିନ ସେଣ୍ଟର ଫର୍ ନନ୍‌ପ୍ରୋଲିଫରେସନ ଷ୍ଟଡିଜ୍‌ର ପ୍ରଫେସର ଥିବା ଜେଫରୀ ଲୁଇସ କହିଛନ୍ତି, ନ୍ୟୁକ୍ଳିୟର ସାଇଟ୍‌ ପାଖରେ ପାହାଡ଼ ତଳେ ନୂଆ ସୁଡ଼ଙ୍ଗ, ସଡ଼କ ଓ ଷ୍ଟୋରେଜ ଫାସିଲିଟି ସହିତ ଗାଡ଼ିଗୁଡ଼ିକର ଯାତାୟାତ ବୃଦ୍ଧି ପାଇଛି।
ବିଶେଷଜ୍ଞମାନେ କହିଛନ୍ତି, ଏପରି କିଛି ସୂଚନାରୁ ଜଣାପଡ଼ିଛି ଯେ ଚୀନ୍ ଓ ଆମେରିକା ନୂଆ ପରମାଣୁ ପରୀକ୍ଷା ପୁଣି ଆରମ୍ଭ କରିପାରନ୍ତି। ୧୯୯୬ରେ ବ୍ୟାପକ ପରମାଣୁ ପରୀକ୍ଷଣ ପ୍ରତିବନ୍ଧ ସନ୍ଧି (ସିଟିବିଟି) ହୋଇଥିଲା। ସେହି ଅନୁଯାୟୀ ମାଟିତଳେ ପରମାଣୁ ପରୀକ୍ଷା ଉପରେ ପ୍ରତିବନ୍ଧକ ଲଗାଯାଇଥିଲା। ଏହାପରେ ଏହି ଦେଶଗୁଡ଼ିକ ଆଉ କୌଣସି ପରମାଣୁ ପରୀକ୍ଷା କରି ନ ଥିଲେ। ଚୀନ୍ ଓ ଆମେରିକା ସନ୍ଧି ଉପରେ ସ୍ବାକ୍ଷର ତ କରିଥିଲେ, କିନ୍ତୁ ସେମାନେ ଏହାକୁ ଅନୁମୋଦନ କରି ନ ଥିଲେ। ଆର୍ମସ କଣ୍ଟ୍ରୋଲ ଆସୋସିଏସନ ଅନୁସାରେ, ସାରା ପୃଥିବୀରେ ୯ଟି ଦେଶ ପାଖରେ ପରମାଣୁ ଅସ୍ତ୍ର ମହଜୁଦ ରହିଛି। ସେମାନେ ହେଉଛନ୍ତି ଆମେରିକା, ରୁଷ୍, ବ୍ରିଟେନ, ଫ୍ରାନ୍ସ, ଇସ୍ରାଏଲ, ପାକିସ୍ତାନ, ଭାରତ, ଚୀନ୍ ଓ ଉତ୍ତର କୋରିଆ।



[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button