IBN ଓଡ଼ିଶା ବ୍ୟୁରୋ

କିଂଗ କୋବ୍ରା କୁ ବଞ୍ଚେଇବା ପାଇଁ କୂଅକୁ ଡେଇଁଲା ଯୁବକ, ତା ପରେ କଣ ହେଲା.. ଦେଖନ୍ତୁ ଭିଡିଓ

ଦେଶ ଦୁନିଆରେ ଯେଉଁଠି ଲୋକମାନେ ଏକ ଟଙ୍କା ପାଇଁ ଅନ୍ୟ ଲୋକଙ୍କର ଜୀବନ ନେବା ପାଇଁ ପଛଉ ନାହାନ୍ତି । କିନ୍ତୁ କିଛି ଲୋକମାନେ ଏମିତ ବି ଅଛନ୍ତି, ଯେଉଁମାନେ ଦେଶ, ଗାଁ, ସମାଜ ପାଇଁ କାମ କରିବା ପାଇଁ ତତ୍ପର ଥାଆନ୍ତି । ଏଥିପାଇଁ ତାଙ୍କୁ ନିଜର ଜୀବନ ବିପଦରେ ପକାଇବା ପଡୁ ପଛେ ସେ କେବେ ବି ଡରନ୍ତି ନାହିଁ । ଏମିତ ଏକ ଭିଡିଓ ବର୍ତ୍ତମାନ ସୋସିୟାଲ ମିଡିୟାରେ ଭାଇରାଲ ହେଉଛି । ସୋସିୟାଲ ମିଡିୟାରେ ଆସିଥିବା ଫୋଟରେ କର୍ଣାଟକ ର ଏକ ଗାଁ ର ଅଟେ ।

 

ଯେଉଁଠି ଗୋଟିଏ ବିଷଧର ସାପ କୂଅ ରେ ପଡି ଯାଇଥିଲା । ଲୋକମାନେ ସାପ କୁ ଦେଖି କୁଅର ପାଣି ବିଷ ହୋଯାଇଥିବା ଡରକି ପଳାଉ ଉଥିଲେ । ଏବଂ ସାପ କୂଅ ରୁ ବାହାରକୁ ଆସିବା ପାଇଁ ଚେଷ୍ଟା କରୁଥିଲା ।

ଗ୍ରାମର ଯୁବକ ନେଲା ଦାୟିତ୍ଵ

ଗ୍ରାମରେ ମାତ୍ର ଗୋଟିଏ କୂଅ ଥିଲା । ଏହି ସମସ୍ୟାର ସମଧାନ ପାଇଁ ଏକ ଯୁବକ ଆଗକୁ ଆସିଲା ଏବଂ ସେ କୂଅ ରୁ ସାପ ବାହାର କରିବା ପାଇଁ ପ୍ରସ୍ତୁତ ହେଲା । ଯୁବକଟି ଗୋଟିଏ ଦଉଡି ସାହାର୍ଯ୍ୟ ରେ କୂଅ ଭିତରକୁ ଓହ୍ଲାଇ ହାତରେ ବାଡି ଧରି, ପ୍ରଥମେ ସେ ସାପକୁ ବାଡି ସାହାର୍ଯ୍ୟ ରେ ଗାତରୁ ବାହାରକୁ ବାହାର କରିଲା ।

ବାଡି ସାହାର୍ଯ୍ୟ ରେ ଧରିଲା ସାପ

କୂଅ ଟି ବହୁତ ଛୋଟ ଥିଲା । ବହୁତ କଷ୍ଟରେ ଯୁବକଟି ବାଡିରେ ସାପକୁ ଧରି ପକାଇଲା । କିନ୍ତୁ କୂଅ ରୁ ବାହାର କୁ ବାହରିବା ପାଇଁ ଯୁବକଟିକୁ ବହୁତ ଅସୁବିଧା ହେଲା । ଏହା ଭିତରେ ସାପଟି ବାରମ୍ବାର ବାଡିରୁ ଖସି ଯାଉଥିଲା କିନ୍ତୁ ଯୁବକଟି ନିଜର ହିମ୍ମତ ହରାଉ ନଥିଲା । ତାକୁ କୌଣସି ପ୍ରକାର ର ଏକ ଦଉଡି ରେ ବାନ୍ଧି ସାପଟିକୁ ବାହାର କରିଲା । କୁଆରୁ ବାହାରିଲା ପରେ ସାପ ତ ନିଜକୁ ସୁରକ୍ଷିତ ଭବିଲା ଏବଂ ନିଜକୁ ଲୁଚାଇବା ପାଇଁ ଚେଷ୍ଟା କରିଲା । ଯାହା ପରେ ଯୁବକଟି ତାହାର ଲାଞ୍ଜ ଧରି ତାକୁ କାବୁ କରିନେଲା ।

ଗାଁ ବାହାରେ ଛାଡିଲା ସାପ

ସାପଟି ଦେଖିବାକୁ ଏତେ ଭୟଙ୍କର ଥିଲା କି କାହାର ବି ହାଲତ ଖରାପ ହୋଇଯିବ । ସାପକୁ ସମସ୍ତଙ୍କ ଠାରୁ ବଞ୍ଚିବା ପାଇଁ ତାକୁ ପ୍ରଥମେ ଏକ ମୁଣି ରେ ବାନ୍ଧି ତାକୁ ଗାଁ ବାହାରକୁ ନେଇ ଛାଡିଦେଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button