ମନୋରଞ୍ଜନ

ପୁଅ ସହିତ ‘ଯବାନ’ ସିନେମା ଦେଖିବା ପରେ କୈଳାଶଙ୍କ ପ୍ରତିକ୍ରିୟା – Ibnodisha

[ad_1]

ନୂଆଦିଲ୍ଲୀ: ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କ ସଦ୍ୟତମ ଫିଲ୍ମ ‘ଯବାନ’ର ପ୍ରଶଂସା ଚାରିଆଡେ ଚାଲିଛି। ଯିଏ ‘ଯବାନ’ ସିନେମା ‌ଦେଖୁଛନ୍ତି ସିଏ ପ୍ରଶଂସା କରି ରହି ପାରୁ ନାହାନ୍ତି। ନିକଟରେ ଜଣେ ବୃଦ୍ଧା ବି ‘ଯବାନ’ ‌ଦେଖି ଶାହରୁଖଙ୍କ ଖୁବ ପ୍ରଶଂସା କରିଥିବା ବେଳେ ଭାରତୀୟ ଜନତା ପାର୍ଟି (ବିଜେପି) ବି ‘ଯବାନ’ ସିନେମାର ଖୁବ ପ୍ରଶଂସା କରିଛି।

ଏହି କ୍ରମରେ ଅଭିନେତା ଅଲ୍ଲୁଅର୍ଜୁନ ‘ଯବାନ’ର ସମ୍ପୂର୍ଣ୍ଣ ଷ୍ଟାରକାଷ୍ଟର ଭୁରିଭୁରି ପ୍ରଶଂସା କରିଛନ୍ତି। ‘ଯବାନ’ର ପ୍ରତିଟି ଷ୍ଟାରକାଷ୍ଟଙ୍କୁ ଶୁଭେଚ୍ଛା ଜଣାଇ ଅଲ୍ଲୁ-ଅର୍ଜୁନ ଏକ ପୋଷ୍ଟ ବି ସେୟାର କରିଥିଲେ।

ନିକଟ‌ରେ ‘ଯବାନ’ ସିନେମାକୁ କଣ୍ଠଶିଳ୍ପୀ କୈଳାଶ ଖେର ତାଙ୍କ ପୁଅ ସହିତ ଦେଖିଛନ୍ତି। ସେ ସିନେମା ଦେଖିବା ପାଇଁ ପରେ ବିଶେଷ ପତିକ୍ରିୟା ଦେଇଛନ୍ତି। କୈଳାଶ ଖେର ‘ଯବାନ’ ସିନେମାର ପ୍ରଶଂସା କରି ଲେଖିଛନ୍ତି, ‘ଯାତ୍ରା ଓ ସଙ୍ଗୀତ କାର୍ଯ୍ୟକ୍ରମ ମଧ୍ୟରେ ଲିଟିଲ ଟାଇମ ଆଉଟଲୁକ କବୀର ସହିତ ସିନେମା ଦେଖିବାର ଅନୁଭବ ନିଆରା ଥିଲା। ମୋର ଗୀତକୁ ଅଧିକାଂଶ ଦୃଶ୍ୟରେ ଶାହରୁଖ ଭାଇ ରଖିଛନ୍ତି।  ସିନେମାରେ ଏହି ଗୀତରେ ଥିବା ଦୃଶ୍ୟକୁ ଦେଖିବା ପରେ ଆଖିରେ ଲୁହ ଭରି ଯାଇଥିଲା।’

 

କୈଳାଶ ଖେରଙ୍କ ପ୍ରତିକ୍ରିୟାର ଉତ୍ତର ଦେଇ ଶାହରୁଖ ଖାନ ନିଜର ପ୍ରତିକ୍ରିୟାରେ କହିଥିଲେ, ‘କୈଳାଶ ତୁମ ସ୍ବରରେ ଯାଦୁ ଅଛି।’



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button