ଦେଶ

ବିହାରର ଏହି ରିକ୍ସା ଚାଳକଙ୍କୁ 5 ଥର ଚିଠି ଲେଖି ସାରିଛନ୍ତି ପିଏମ ମୋଦୀ, ଜାଣନ୍ତୁ କଣ ରହିଛି ଏହା ପଛର କାରଣ?

ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଦେଖା କରିବାର ଇଚ୍ଛା ପ୍ରତ୍ୟେକ ବ୍ୟକ୍ତିର ଥାଏ, ଏହି କାରଣ ହୋଇଥାଏ କି ପିଏମ ମୋଦୀ ଯେଉଁଠାକୁ ଯାଆନ୍ତି, ସେଠାରେ ଭିଡ ଲାଗିଯାଏ । କିନ୍ତୁ ଯଦି ଆମେ କହିବୁ କି ପିଏମ ମୋଦୀ ଜଣେ ରିକ୍ସା ଚାଳକଙ୍କୁ ନିଉ ଇୟର ୱିଶ କରିଛନ୍ତି ତେବେ ବୋଧ ହୁଏ ଆପଣଙ୍କୁ ବିଶ୍ଵାସ ହେବ ନାହିଁ । ପିଏମ ମୋଦୀ ଜଣେ ରିକ୍ସା ଚାଳକଙ୍କୁ ନୂଆ ବର୍ଷର ଅଭିନନ୍ଦନ ଦେଇଛନ୍ତି ଯାହା କାରଣରୁ ସେହି ରିକ୍ସା ଚାଳକ ଗତ କିଛି ଦିନରୁ ଚର୍ଚ୍ଚାରେ ଅଛନ୍ତି । ତେବେ ଚାଲନ୍ତୁ ଜାଣିବା ମାମଲା କଣ ?

ମାମଲା ବିହାରର ଖଗାଡିୟା ଜିଲ୍ଲାର ଅଟେ । ଏଠାରେ ଜଣେ ରିକ୍ସା ଚାଳକଙ୍କୁ ପିଏମ ମୋଦୀ ପତ୍ର ଲେଖି ନୂଆ ବର୍ଷର ଶୁଭକାମନା ଜଣାଇ ଛନ୍ତି । ନୂଆ ବର୍ଷକୁ ଗୋଟିଏ ମାସ ହୋଇଯାଇଥିଲେ ମଧ୍ୟ ରିକ୍ସା ଚାଳକଙ୍କ ପାଇଁ ନୂଆ ବର୍ଷ ଏବେ ଆସିଛି । ଏତିକି ନୁହେଁ ପିଏମ ମୋଦୀ ଙ୍କର ପତ୍ର ମିଳିବା ପରେ ରିକ୍ସା ଚାଳକଙ୍କର ଜୀବନ ବଦଳି ଯାଇଛି ଓ ପୁରା ଗାଁ ରେ ତାକୁ ଖୁବ ପଚାରୁଛନ୍ତି । ସମସ୍ତେ ତାକୁ ଦେଖା କରିବାକୁ ଚାହୁଞ୍ଚନ୍ତି । ପିଏମ ମୋଦୀଙ୍କର ପତ୍ର ଦ୍ଵାରା କେବଳ ତାଙ୍କର ନୁହେଁ ବରଂ ସେହି ଜାଗାର ଦୃଶ୍ୟ ବଦଳି ଯାଇଛି ।

କିଏ ଅଟେ ଏହି ରିକ୍ସା ଚାଳକ

ବିହାରର ଖଗଡିଆ ଜିଲ୍ଲାର ଗୋଗରୀ ଜମାଲପୁରରେ ରହୁଥିବା ଶମ୍ଭୁ ପାଶବାନ ଯିଏ ପେଷାରେ ରିକ୍ସା ଚାଳକ ଅଟନ୍ତି । ସେ ଜଣେ ଗରିବ ମଣିଷ ଅଟନ୍ତି ଯିଏ ରିକ୍ସା ଚଳାଇ ନିଜ ପରିବାର ପାଳନ୍ତି । କିନ୍ତୁ ଶମ୍ଭୁ ପାଶବାନ ଏକ ଦ୍ଵାଇତ୍ଵବାନ ନାଗରିକ ଅଟନ୍ତି । ସେ ତାଙ୍କ ଜାଗାର ଭରପୁର ଧ୍ୟାନ ରଖନ୍ତି ଓ ଯେଉଁଠି କିଛି ବି ଭୁଲ କାମ ହୋଇଥାଏ ତାହା ବିଷୟରେ କହିଥାନ୍ତି । ଏମିତିରେ ଏବେ ତାଙ୍କୁ ପିଏମ ମୋଦୀଙ୍କର ଚିଠି ମିଳିବାରୁ ସେ ସେହି ଚିଠିକୁ ମିଡିଆକୁ ବି ଦେଖାଇଛନ୍ତି ।

କାହିଁକି ମିଳିଲା ପିଏମ ମୋଦୀଙ୍କ ପତ୍ର

ଶମ୍ଭୁ ପାଶବାନ ପିଏମ ମୋଦୀଙ୍କୁ ଜାନୁୟାରୀ ରେ ନୂଆ ବର୍ଷର ଶୁଭକାମନା ସହିତ ଗୋଟିଏ ପତ୍ର ଲେଖିଥିଲେ, ଯାହାର ଉତ୍ତର ଏବେ ପିଏମ ମୋଦୀଙ୍କ ତରଫରୁ ଆସିଛି । ଆଜ୍ଞା ହଁ, ପିଏମ ମୋଦୀ ଏବେ ଶମ୍ଭୁ ପାଶବାନ ଙ୍କୁ ନୂଆ ବର୍ଷର ଶୁଭକାମନା ସହିତ ପତ୍ର ଲେଖିଛନ୍ତି, ଯାହାକୁ ପାଇ ସେ ବହୁତ ଉତ୍ସାହିତ ଅଛି ଓ ଗାଁ ସାରା ଲୋକ ତାକୁ ନେଇ ଗର୍ବ କରୁଛନ୍ତି ।

ମିଡିଆ ରିପୋର୍ଟ ଅନୁସାରେ ଶମ୍ଭୁ ପାଶବାନ ପିଏମ ମୋଦୀଙ୍କୁ ପୂର୍ବରୁ ବି ଚିଠି ଲେଖି ସାରିଛନ୍ତି । ଥରେ ଶମ୍ଭୁ ପାଶବାନଙ୍କର ପତ୍ନୀ ବେମାର ହୋଇଯାଇଥିଲେ ଓ ହସ୍ପିଟାଲ ଦ୍ଵାରା ଲେଖାଯାଇଥିବା ଔଷଧ ତାଙ୍କୁ ମିଳୁ ନଥିଲା, ଏଥି ପାଇଁ ସେ ପିଏମ ମୋଦୀଙ୍କୁ ପତ୍ର ଲେଖିଥିଲେ ଓ ପିଏମ ମୋଦୀ ତାଙ୍କ ପତ୍ନୀଙ୍କର ଚିକିଶ୍ଚା କରାଇଥିଲେ ଓ ହସ୍ପିଟାଲ ରେ ବହୁତ ପ୍ରକାରର ଔଷଧ ଉପଲବ୍ଧ କରାଇଥିଲେ । ଏମିତି ବହୁତ ଥର ଶମ୍ଭୁ ପାଶବାନ ପିଏମ ମୋଦୀଙ୍କୁ ବିଭିନ୍ନ ସମସ୍ୟାରେ ଚିଠି ଲେଖିଥାନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button