ଦେଶ

ଆମକୁ ଗର୍ବ ଅଟେ ଏହିଭଳି ଭାରତୀୟ ନାରିଙ୍କ ଉପରେ ଯିଏକି ନିଜର ସ୍ଵାମୀଙ୍କ ପରେ ନିଜର ପୁଅକୁ ବି କରିଦେଲେ ଦେଶ ନାଁରେ…. କରିଲେ ଏମିତି କାମ ଜାଣିଲେ ଆପଣ ବି କହିବେ..

୧୯ ବର୍ଷ ପୂର୍ବେ ସୀମାରେ ଭାରତୀୟ ସେନାର ଯବାନମାନେ ଶତ୍ରୁମାନଙ୍କୁ ହରାଇ କାରଗିଲ ଯୁଧ୍ୟ ଜିତିଥିଲେ । ଏଥିରେ କେତେ ବୀର ପୁତ୍ର ନିଜର ପ୍ରାଣର ଆହୁତି ଦେଇଥିଲେ । ଏହି ସହିଦ ମାନଙ୍କ ମଧ୍ୟରେ ଜଣେ BSFର ଡେପୁଟି କମାଣ୍ଡେନ୍ଟ ଏବଂ ରାଷ୍ଟ୍ରପତିଙ୍କ ଦ୍ୱାରା ଗ୍ୟାଲେଂଟ୍ରୀ ଆୱାର୍ଡରେ ସମ୍ମାନିତ ହୋଇଥିବା କୋଟା ରାଜସ୍ଥାନର ସୁଭାଷ ଶର୍ମା ବି ସାମିଲ ଥିଲେ ।

କାରଗିଲ ଯୁଧ୍ୟରେ ଦେଶର ରକ୍ଷା କରୁଥିବା ସମୟରେ ସୁଭାଷ ଶର୍ମା ସହିଦ ହୋଇ ଥିଲେ, ସେତେବେଳେ ସେ ତାଙ୍କ ପଛରେ ଛାଡି ଯାଇଥିଲେ ତାଙ୍କର ସ୍ତ୍ରୀ ବବିତା ଶର୍ମା ଏବଂ ୯ ମାସର ପୁଅ କ୍ଷିତିଜ ।

ସାମାନ୍ୟତ: ଗୋଟିଏ କ୍ଷୀର ପିଉଥିବା ପିଲା ସହିତ ଜଣେ ମହିଳା ଜୀବନର ଏହି ସଂଘର୍ଷରେ ହାରିଯିବ । ଏବଂ ପିଲାକୁ ତ ବର୍ତ୍ତମାନ ପିତାର ଅର୍ଥ ବି କଣ ଜଣା ନଥିଲା । କିନ୍ତୁ ତଥାପି ବବିତା ଶର୍ମାଙ୍କର ଅଦମ୍ୟ ଇଚ୍ଛାଶକ୍ତି ଏବଂ ସମର୍ପଣ ଆଗରେ ନିୟତି ବି ତାଙ୍କର ମାର୍ଗ ଦର୍ଶକ ଏବଂ ସହାୟକ ସାଜିଛି । ସେହି ସମୟରୁ ନେଇ ବର୍ତ୍ତମାନ ପର୍ଯ୍ୟନ୍ତ ବହୁତ ବର୍ଷ ବିତି ଯାଇଛି, ବବିତାଙ୍କ ଆଖିରେ କେବଳ ତାଙ୍କର ପ୍ରତିଜ୍ଞା ହିଁ ଜୀବତ ଥିଲା ।

ସ୍ଵାମୀଙ୍କର ସହିଦରେ ସେ ପ୍ରତିଜ୍ଞା କରିଥିଲେ କି ପୁଅକୁ ବି ଆର୍ମୀ ଅଫିସର କରିବେ । ତାଙ୍କର ପ୍ରତିଜ୍ଞା କିଛି ଦିନ ପୂର୍ବେ ହିଁ ପୂରଣ ହୋଇଛି । ଯେତେବେଳେ ତାଙ୍କର ୨୨ ବର୍ଷୀୟ ପୁଅ କ୍ଷିତିଜ IMA ଦେହରାଦୂନରୁ ଆର୍ମୀ ଅଫିସର ହୋଇ ବାହାରିଲେ । କ୍ଷିତିଜ ସେହି ଜାଗାରେ ଦେଶର ରକ୍ଷା କରିବେ ଯେଉଁଠି କେବେ ତାଙ୍କର ବୀର ପିତା ବନ୍ଧୁକ ଧରି ଛିଡା ହୋଇଥିଲେ ।

ବବିତା ଶର୍ମାଙ୍କର ସମର୍ପଣ ଏବଂ ଦେଶ ପାଇଁ କରିଥିବା ବଳିଦାନ ପାଇଁ ତାଙ୍କୁ ଆମେ ଶତ ଶତ ପ୍ରଣାମ କରୁଅଛୁ । ଏହିଭଳି ବୀରର ମାତାଙ୍କୁ ଦେଶ ସଲାମ କରୁଛି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button