ରାଜନୀତି

ବିଧାନସଭା ମୁଲତବୀ ପ୍ରସଙ୍ଗ, ବିବୃତ୍ତି ରଖିଲେ ମୁଖ୍ୟମନ୍ତ୍ରୀ – Ibnodisha

[ad_1]

ଭୁୁବନେଶ୍ୱର: ଗୃହରେ ବିବୃତି ରଖିହଲେ ମୁଖ୍ୟମନ୍ତ୍ରୀ । ବିଧାନସଭାରେ ବିବୃ୍‌ତି ରଖିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କହିଛନ୍ତି ମୋ ସରକାର ସର୍ବଦା ଲୋକଙ୍କ ସମସ୍ୟା ସମାଧାନକୁ ଗୁରୁତ୍ୱ ଦିଏ । କୋଭିଡ ପୂର୍ବରୁ ସିଏମଓ ଭୁବନେଶ୍ୱରରେ ଅଭିଯୋଗ ଶୁଣୁଥିଲା । କୋଭିଡ ଯୋଗୁଁ ପ୍ରାୟ ୨ ବର୍ଷ ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ବନ୍ଦ ରହିଲା । କିନ୍ତୁ କୋଭିଡ ପରେ ଏହାକୁ ଠିକ ରୂପେ ପରିଚାଳିତ କରାଗଲା ।  ସେଥିପାଇଁ ଲୋକଙ୍କ ପାଖକୁ ଯାଇ ଅଭିଯୋଗ ଆଣିବାକୁ ଚିନ୍ତା କଲି । ମୋ ନିର୍ଦ୍ଦେଶରେ ସିଏମଓ ଅଫିସରମାନେ ଜିଲ୍ଲା ଜିଲ୍ଲା ବୁଲି ଅଭିଯୋଗ ଆଣିଲେ । ଗତ ୬ ମାସ ମଧ୍ୟରେ ୧୯୦ ଜାଗାରେ ୫୭,୪୪୨ ଅଭିଯୋଗ ଅଣାଯାଇଛି । ସେଥିମଧ୍ୟରୁ ୪୩, ୫୩୬ ଅଭତଯୋଗର ସମାଧାନ ହୋଇଛି । ସମସ୍ତ ପ୍ରକ୍ରିୟା ଅତ୍ୟନ୍ତ ସ୍ୱଚ୍ଛ ଏବଂ ବୈଷୟିକ ଜ୍ଞାନକୌଶଳ ପରିଚାଳିତ । ୨/୩ ମାସ ମଧ୍ୟରେ ଦିୀର୍ଘ ଦିନରୁ ପଡିଥିବା ସମସ୍ୟା ସମାଧାନ ହୋଇଯିବ ।

କୋଭିଡ ସମୟରେ ଏହି ସମାନ ଟିମ ଜିଲ୍ଲା ବୁଲି ତଦାରଖ କରୁଥିଲା । ଅନ୍ୟମାନେ ଘରେ ଥିବାବେଳେ ସିଏମଓ ଟିମ ଜୀବନକୁ ବାଜି ଲଗାଇ ବୁଲୁଥିଲା । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠ ସର୍ବଦା ସିଏମଓଙ୍କ ଦ୍ୱାରା ପରିଚାଳିତ ହୁଏ । ମୁଖ୍ୟମନ୍ତ୍ରୀଙ୍କ ଅଭିଯୋଗ ପ୍ରକୋଷ୍ଠରେ ମନ୍ତ୍ରୀମାନଙ୍କ ଆବଶ୍ୟକତା ନଥାଏ । ବିଭାଗୀୟ ମୁଖ୍ୟ ହିସାବରେ ସମାଧାନରେ ମନ୍ତ୍ରୀଙ୍କ ଯଥେଷ୍ଟ ଭୂମିକା ରହିଛି । ଯଦି ୫୭ ହଜାର ଆବେଦନକାରୀ ଭୁବନେଶ୍ୱର ଆସିଥାନ୍ତେ ତେବେ କେତେ ଖର୍ଚ୍ଚାନ୍ତ ହୋଇଥାନ୍ତେ ।  ସିଏମଓ ସେମାନଙ୍କ  ନିକଟକୁ ଯାଇ ସେମାନଙ୍କ ଅର୍ଥବ୍ୟୟକୁ ରୋକି ପାରିଛି । ହେଲିକପ୍ଟର ବ୍ୟବହାର ନେଇ ମଧ୍ୟ ସ୍ପଷ୍ଟୀକରଣ ଦେଲେ ମୁଖ୍ୟମନ୍ତ୍ରୀ । ୧୦ଟାରୁ ୩ ଭିତରେ ଦିନକରେ ୩ରୁ ୫ଟି ମିଟିଂ କରିବା ଅସମ୍ଭବ । ଯଦି ସଡକ ପଥରେ ଯାଇ ଏତକ କରାଯାଇଥାନ୍ତା, ତେବେ ଦେଢ଼ବର୍ଷ ଲାଗିଯାଇଥାନ୍ତା । ତେବେ ଅଧିବେଶନ ଆରମ୍ଭରୁ ଗୃଡରେ ହଟ୍ଟଗୋଳ ଯୋଗୁଁ ଗୃହକୁ ପ୍ରଥମେ ଦିନ ୧୧.୩୦ ଯାଏଁ ମୁଲତବୀ ରଖାଯାଇଥିଲା । ଏହାପରେ ମୁଖ୍ୟମନ୍ତ୍ରୀ ବିବୃତ୍ତି ଦେଇଥିଲେ । ତାପରେ ପୁନର୍ବାର ଗୃହକୁ ୪ଟା ଯାଏଁ ମୁଲତବୀ ରଖିବାକୁ ବାଚସ୍ପତି ଘୋଷଣା କଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button