ଦୁଇପୁଅଙ୍କୁ ଦଂଶନ ପରେ ସହରରୁ ଘରକୁ ଆସିଥିବା ବାପାଙ୍କୁ ବି ଚୋଟ ମାରିଲେ ନାଗ-ନାଗୁଣୀ – Ibnodisha
[ad_1]
ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ପ୍ରତାପଗଡ଼ ଜିଲ୍ଲା ଧଧୁଆ ଗାଜନ ଗାଁରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି। ଏକ ନାଗ-ନାଗୁଣୀ ଯୋଡ଼ି ଗୋଟିଏ ପରିବାରର ତିନିଜଣଙ୍କ ଉପରେ ଆକ୍ରମଣ କରିଥିଲେ। ଫଳରେ ନାଗ-ନାଗୁଣୀଙ୍କ ଚୋଟରେ ଦୁଇଜଣ ଶିଶୁଙ୍କ ମୃତ୍ୟୁ ହୋଇଯାଇଥିବା ବେଳେ ତାଙ୍କ ବାପା ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି।
ସୂଚନାଯୋଗ୍ୟ, ଧଧୁଆ ଗାଜନ ଗାଁରେ ବବଲୁ ଯାଦବ କାମ ପାଇଁ ଅନ୍ୟ ସହରରେ ରହୁଥିବା ବେଳେ ତାଙ୍କ ସ୍ତ୍ରୀ ଓ ୯ ବର୍ଷୀୟ ଓ ୭ ବର୍ଷୀୟ ପୁଅ ଗାଁରେ ବସବାସ କରନ୍ତି। ଗତ ୧୭ ତାରିଖ ରାତିରେ ବବଲୁଙ୍କ ସ୍ତ୍ରୀ ଓ ଦୁଇପୁଅ ଖାଇ ସାରି ଶୋଇବାକୁ ଯାଇଥିଲେ। ହଠାତ ରାତିରେ ମା’ ଦୁଇ ପୁଅଙ୍କ ଚିତ୍କାର ଶୁଣିଥିଲେ।
ସେ ନିଦରୁ ଉଠି ପଡ଼ି କ’ଣ ହେଲା ବୋଲି ଘରର ଲାଇଟ ଅନ କରି ଦେଇଥିଲେ। ଏତିକି ବେଳେ ଏକ ନାଗ-ନାଗୁଣୀ ଯୋଡ଼ି ଘର ଅଗଣା ଦେଇ ଚାଲି ଯାଉଥିବା ସେ ଦେଖିବାକୁ ପାଇଥିଲେ। ଏହାପରେ ମା’ ଦୁଇପୁଅଙ୍କ ଶରୀରରେ ସର୍ପ ଦଂଶନର ଚିହ୍ନଥିବା ଦେଖିବାକୁ ପାଇଥିଲେ। ତୁରନ୍ତ ସେ ଗ୍ରାମବାସୀଙ୍କ ସାହାଯ୍ୟରେ ଦୁଇପୁଅଙ୍କୁ ହସ୍ପିଟାଲ ନେଇ ଯାଇଥିଲେ ହେଁ ଡାକ୍ତର ଦୁହିଁଙ୍କୁ ମୃତ ଘୋଷଣା କରିଥିଲେ।
ତେବେ ଦୁଇପୁଅଙ୍କ ମୃତ୍ୟୁ ଖବର ପାଇ ସହରରେ ରହୁଥିବା ବାପା ବବଲୁ ଘରେ ଆସି ପହଞ୍ଚିଥିଲେ। ଦୁଇପୁଅଙ୍କୁ ହରାଇ ବାପା ସମ୍ପୂର୍ଣ୍ଣ ଭାବେ ଭାଙ୍ଗି ପଡ଼ିଥିବା ବେଳେ ଗତ୨୦ ତାରିଖରେ ବବଲୁ ବାହାରକୁ ଶୌଚ ହେବାକୁ ଯାଇଥିଲେ।
ଏହି ସମୟରେ ସେ କିଛି ବୁଝିବା ପୂର୍ବରୁ ହଠାତ କେଉଁଆଡୁ ଏକ ନାଗ-ନାଗୁଣୀ ଯୋଡ଼ି ଆସି ତାଙ୍କୁ ଚୋଟ ପକାଇଥିଲେ। ଏହି ଚୋଟରେ ବବଲୁ ଘଟଣାସ୍ଥଳରେ ଅଚେତ ହୋଇ ପଡ଼ିଥିଲେ। ଗୁରୁତର ଅବସ୍ଥାରେ ପରିବାର ଲୋକେ ତାଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ତାଙ୍କ ଚିକିତ୍ସା ଚାଲିଛି।
[ad_2]