IBN ଓଡ଼ିଶା ବ୍ୟୁରୋ

ମନେ ରଖନ୍ତୁ ରାବଣ ଦ୍ଵାରା କୁହାଯାଇଥିବା ଏହି ତିନୋଟି କଥାକୁ, ଯାହା କି ବନେଇଦେବ ଆପଣଙ୍କୁ ଜୀବନରେ ସଫଳ

ରାମାୟଣ ସହ ଜଡିତ ଗୋଟିଏ କଥା ଅନୁସାରେ ଯେତେବେଳେ ରାବଣ ନିଜ ଜୀବନର ଅନ୍ତିମ ନିଶ୍ଵାସ ନେଉଥିଲେ, ସେତେବେଳେ ସେ ଲକ୍ଷ୍ମଣଙ୍କୁ ଜୀବନରେ ସଫଳ ହେବା ପାଇଁ ତିନୋଟି ମନ୍ତ୍ର କହିଥିଲେ । ଏମିତି କୁହାଯାଏ କି ରାମ ଲକ୍ଷ୍ମଙ୍କୁ କହିଥିଲେ କି ରାବଣଙ୍କ ଭଳି ମହାନ ପଣ୍ଡିତ କେହି ବି ନାହାନ୍ତି । ଯେତେବେଳ ରାବଣ ନିଜର ଅନ୍ତିମ ନିଶ୍ଵାସ ନେଉଥିଲେ ସେତେବେଳ ରାମଙ୍କ କହିବା ଦ୍ଵାରା ହିଁ ଲକ୍ଷ୍ମଣ ରାବଣଙ୍କ ପାଖକୁ ଯାଇଥିଲେ ଏବଂ ଲକ୍ଷ୍ମଣ ତାଙ୍କ ଠାରୁ ଜୀବନରେ ସଫଳ ହେବା ପାଇଁ ଜ୍ଞାନ ମାଗିଥିଲେ ।

ଏହି ତିନୋଟି ଜିନିଷକୁ ଆପଣାଇବା ଦ୍ଵାରା କେବେ ବି ମଣିଷ ପରାଜୟ ହୁଏ ନାହିଁ

ଯେତେ ଜଲ୍ଦି ହେବ ଶୁଭ କାର୍ଯ୍ୟକୁ କରନ୍ତୁ

ପ୍ରଥମ ଜ୍ଞାନ ଅନୁସାରେ, କୌଣସି ବି ଶୁଭ କାର୍ଯ୍ୟକୁ କରିବାରେ ଡେରି କରନ୍ତୁ ନାହିଁ । ଶୁଭ କାମକୁ ଶୀଘ୍ର ହିଁ ଆରମ୍ଭ କରି ଦିଅନ୍ତୁ । ଅନ୍ୟ ପଟେ ଅଶୁଭ କାମକୁ ଯେତିକି ପାରିବେ ସେତିକି ନଜର ଅନ୍ଦାଜ କରନ୍ତୁ । ଏହା ପରେ ରାବଣ କହିଲେ କି ସେ ବି ରାମଙ୍କ ଚରଣରେ ଆସିବାର ଶୁଭ କାର୍ଯ୍ୟକୁ କରିବାରେ ଡେରି କରିଦେଲେ, ଯେଉଁ କାରଣରୁ ଆଜି ତାଙ୍କର ଏହିଭଳି ଅବସ୍ଥା ହୋଇଛି ।

କେବେ ବି ନିଜ ଶତ୍ରୁକୁ ଛୋଟ ଭାବନ୍ତୁ ନାହିଁ

ରାବଣଙ୍କ ଅନୁସାରେ କେବେ ବି ନିଜ ଶତ୍ରୁକୁ ଛୋଟ କିମ୍ବା କମଜୋର ଭାବନ୍ତୁ ନାହିଁ । ରାବଣ ଆଗକୁ କହିଲେ କି,’ମୁଁ ଭୁଲ କରିଦେଲି, ମୁଁ ବାନରମାନଙ୍କୁ ଏବଂ ଭାଲୁକୁ କେବେ ବି ନିଜର ପ୍ରତିଦ୍ଵନ୍ଦୀ ଭାବିଲି ନାହିଁ ଏବଂ ଏମାନଙ୍କୁ ନିଜ ଠାରୁ ଛୋଟ ମାନିଥିଲି ।‘ ଏହା ଆଗକୁ ଯାଇ ମୋର ପରାଜୟର କାରଣ ହେଲା ।‘ କାରଣ ବାନର ଏବଂ ଭାଲୁମାନେ ମିଶି ମୋର ପୁରା ସେନାକୁ ମାରିଦେଲେ ।

ଆପଣ ନିଜ ଜୀବନର ରହସ୍ୟ କାହାକୁ କୁହନ୍ତୁ ନାହିଁ

ମଣିଷକୁ କେବେ ବି ନିଜ ଜୀବନର କୌଣସି ବି ରହସ୍ୟ ବିଷୟରେ ଅନ୍ୟ ବ୍ୟକ୍ତିକୁ କହିବା ଉଚିତ ନୁହେଁ । ରାବଣଙ୍କ ଅନୁସାରେ ସେ ନିଜର ମୁର୍ତ୍ୟୁ ସହ ଜଡିତ ରହସ୍ୟକୁ ନିଜ ଭାଇକୁ କହିଦେଇଥିଲେ ଏବଂ ତାଙ୍କର ଭାଇ ବିଭୀଷଣ ଏହି ରହସ୍ୟକୁ ରାମଙ୍କୁ କହିଦେଇଥିଲେ । ରାବଣ ଆଗକୁ କହିଲେ କି ଯଦି ମୁଁ ଏହି ରହସ୍ୟ ବିଭୀଷଣକୁ ନ କହିଥାନ୍ତି ତେବେ ଆଜି ମୁଁ ଜୀବିତ ଥାନ୍ତି । ଏହା ହେଉଛି ମୋ ଜୀବନର ସବୁଠୁ ବଡ ଭୁଲ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button