ମନୋରଞ୍ଜନ

ସବୁଠି ହିଟ, ଏହି ରାଜ୍ୟରେ ଫ୍ଲପ, କାନ୍ଦୁଛନ୍ତି ସିନେମା ହଲ ମାଲିକ! – Ibnodisha

[ad_1]

ନୂଆଦିଲ୍ଲୀ: ବର୍ଷ ଆରମ୍ଭରେ ଶାହରୁଖ ଖାନଙ୍କ ଫିଲ୍ମ ‘ପଠାନ’ ମୁକ୍ତିଲାଭ କରିଥିଲା, ଯାହା ବକ୍ସ ଅଫିସରେ ବହୁତ ଭଲ ଆୟ କରିଥିଲା। ଏହା ପରେ ଚଳିତ ମାସରେ ଶାହାରୁଖଙ୍କ ଅଭିନୀତ ଫିଲ୍ମ ଯବାନ ରିଲିଜ୍ ହୋଇଛି, ଯାହା ସୁପରହିଟ୍ ବୋଲି ପ୍ରମାଣିତ ହୋଇଛି। ଏହି ଚଳଚ୍ଚିତ୍ରଟି ବକ୍ସ ଅଫିସରେ ଭଲ ରୋଜଗାର କରୁଥିବା ଦେଖାଯାଇଛି। ଅନେକ ଭାଷାରେ ମୁକ୍ତିଲାଭ କରିଥିବା ଏହି ଚଳଚ୍ଚିତ୍ରଟି ପାଖାପାଖି ୧୦୦୦ କୋଟି ଟଙ୍କା ଆୟ କରିଛି | ତେବେ ଫିଲ୍ମ ଯବାନକୁ ନେଇ ଏକ ନୂତନ ଅପଡେଟ ସାମ୍ନାକୁ ଆସିଛି | ଯେଉଁଥିରେ ଜଣାପଡିଛି ଯେ ସବୁଠି ହିଟ ହୋଇଥିଲେ ବି କେରଳରେ ଏହା ଫ୍ଲପ ସାବ୍ୟସ୍ତ ହୋଇଛି | ପରିସ୍ଥିତି ଏପରି ଯେ ବ୍ଲକବଷ୍ଟର ଚଳଚ୍ଚିତ୍ର ‘ଯବାନ’କୁ ଏଠାରେ ଫ୍ଲପ ଘୋଷିତ କରାଯାଇଛି।

ଟ୍ରେଡ଼ ଆନାଲିଷ୍ଟ ମନୋବାଲା ବିଜୟବାଲାନଙ୍କ ସୂଚନା ଅନୁଯାୟୀ, ‘ଯବାନ’ କେରଳରେ ଫ୍ଲପ୍ ହୋଇଛି। ସେ କହିଛନ୍ତି ଯେ ଏହି ଚଳଚ୍ଚିତ୍ର ଥିଏଟର ରାଇଟ୍ସର ମୂଲ୍ୟ ସହିତ ସମାନ ରୋଜଗାର ମଧ୍ୟ କରିପାରି ନାହିଁ | ଯାହାଦ୍ୱାରା କେରଳର ସିନେମା ହଲ ମାଲିକମାନଙ୍କୁ ବଡ ଧରଣର କ୍ଷତି ସହିବାକୁ ପଡିଛି | ମାଲାୟାଲମ୍ ଦର୍ଶକ ଏହି ଚଳଚ୍ଚିତ୍ରକୁ ପସନ୍ଦ କରିନଥିବାବେଳେ ଏବଂ ‘ଯବାନ’ କେରଳରେ ମାତ୍ର ୧୩ କୋଟି ଟଙ୍କା ରୋଜଗାର କରିପାରିଛି। ସୂଚନା ଥାଉ କି ଯେ ସେପ୍ଟେମ୍ବର ୭ ରେ ମୁକ୍ତିଲାଭ କରିଥିବା ‘ଯବାନ’ ସମଗ୍ର ଦେଶରେ ୫୬୦ କୋଟିରୁ ଅଧିକ ଟଙ୍କା ସଂଗ୍ରହ କରିଛି। ଦକ୍ଷିଣରେ ଚଳଚ୍ଚିତ୍ରର ରୋଜଗାର ବିଷୟରେ କହିବାକୁ ଗଲେ ଶାହରୁଖଙ୍କ ଫିଲ୍ମ କର୍ଣ୍ଣାଟକ ବକ୍ସ ଅଫିସରେ ୫୨.୮୫ କୋଟି, ଆନ୍ଧ୍ରପ୍ରଦେଶରେ ୫୬.୭ କୋଟି ଏବଂ ତାମିଲନାଡୁରେ ୪୮.୨୩ କୋଟି ଟଙ୍କା ଆୟ କରିଛି। ଏହି ଚଳଚ୍ଚିତ୍ର ସାରା ବିଶ୍ୱରୁ ୨୦୦୫ କୋଟି ଟଙ୍କା ରୋଜଗାର କରିଛି |



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button