IBN ଓଡ଼ିଶା ବ୍ୟୁରୋ

ଏନର୍ଜୀ ଡ୍ରିଙ୍କ ପିଇବା ଦ୍ଵାରା ଏହି ଯୁବକର ମସ୍ତିଷ୍କର ହେଲା କିଛି ଏମିତି ଅବସ୍ଥା କି ଦେଖି ଡରିଗଲା ସ୍ତ୍ରୀ, ଜାଣନ୍ତୁ ପୁରା ଘଟଣା

ଲିମିଟ ବାହାରେ କୌଣସି ବି ଜିନିଷର ଅଧିକ ସେବନ କ୍ଷତିକାରକ ହୋଇଥାଏ, ତାହା ଔଷଧ ବି ହୋଇଥାଉ ନା କାହିଁକି । ଏମିତିରେ ଏନର୍ଜୀ ଡ୍ରିଙ୍କର ଅଭ୍ୟାସ କେତେ ହାନିକାରକ ହୋଇପାରେ ଏହା ଦେଖିବାକୁ ମିଳିଛି, ଯେତେବେଳ ଏକ ବିଦେଶୀ ମହିଳା ଫେସବୁକରେ ଏକ ପୋଷ୍ଟ କରି ଲେଖିଲା କି ତା’ର ସ୍ଵାମୀର ମସ୍ତିଷ୍କର ଉପର ଅଂଶଟି ଭିତର ଆଡକୁ ଦବି ଯାଇଛି । କହିବାକୁ ଗଲେ ଏହା ପଛର କାରଣ ଥିଲା ଏନର୍ଜୀ ଡ୍ରିଙ୍କର ଅତ୍ୟଧିକ ସେବନ କରିବା ।

ଏନର୍ଜୀ ଡ୍ରିଙ୍କର ଅଭ୍ୟାସ କାରଣରୁ ହୋଇଗଲା ବ୍ରେନହ୍ୟାମ୍ରେଜ

ବ୍ରିଆନା ନାମକ ମହିଳା ଏହା ବିଷୟରେ ବିସ୍ତାର ରୂପରେ କହିଲା କି ଅସଲରେ ତା’ର ସ୍ଵାମୀ ଅସ୍ଟିନ ଅଫିସ କାମ ସମୟରେ ବହୁତ ଏନର୍ଜୀ ଡ୍ରିଙ୍କ ପିଉଥିଲା । ଯାହା ତାଙ୍କର ଅଭ୍ୟାସରେ ପଡିଗଲା । ଯାହାର ଫଳ ସ୍ୱରୂପ ଅସ୍ଟିନର ବ୍ରେନହ୍ୟାମ୍ରେଜ ହୋଇଗଲା । କ୍ରିଟିକଲ ସିଚୁଏଶନ ହେବା କାରଣରୁ ଅସ୍ଟିନର ମସ୍ତିଷ୍କର ସର୍ଜରୀ କରିବାକୁ ପଡିଲା ଯାହା ପରେ ତାହାର ମୁଣ୍ଡର ଅବସ୍ଥା କିଛି ଏହିଭଳି ହୋଇଗଲା ।

କରିବାକୁ ପଡିଲା ସର୍ଜରୀ, ମୁଣ୍ଡର ହୋଇଗଲା ଏହିଭଳି ଅବସ୍ଥା

ମହିଳା ଜଣକ ପୋଷ୍ଟରେ ଲେଖିଥିଲା କି ଗର୍ଭବତୀ ଥିବା ସମୟରେ ମୁଁ ନିଜର ସବୁଠୁ ଭଲ ସମୟ ବିତାଉ ଥିଲି । କିନ୍ତୁ ଏହି ସମୟରେ ମୋତେ ଏମିତି ଏକ ସୂଚନା ମିଳିଲା କି ଯାହା କି ସବୁକିଛି ବଦଳାଇ ଦେଲା । ସେ ଆଗକୁ ଲେଖିଥିଲା କି, ମୋତେ ମନେ ଅଛି ମୋର ଶାଶୁ ମୋତେ ସକାଳେ ଡାକିଲେ ଓ ଅସ୍ଟିନ ସହିତ ଘଟି ଥିବା ଘଟଣା ବିଷୟରେ ସୂଚନା ଦେଲେ । ଏହା ପରେ ଅସ୍ଟିନକୁ ହସ୍ପିଟାଲରେ ଭର୍ତ୍ତି କରାଗଲା ।

ତାହା ପର ଦିନ ହିଁ ଅସ୍ଟିନର ସର୍ଜରୀ ହେଲା ଓ ବହୁ ଦିନ ପରେ ହସ୍ପିଟାଲରୁ ଛୁଟି ବି ମିଳି ଗଲା । କିନ୍ତୁ ତାହା ପରେ ଅସ୍ଟିନର ମୁଣ୍ଡ କିଛି ଏହିଭଳି ଦେଖାଗଲା । ଯାହାକି ବ୍ରିଆନାକୁ ଅଜବ ଲାଗୁଛି ।

କିନ୍ତୁ ମହିଳା ଜଣକ କିଛି ସମୟ ମଧ୍ୟରେ ହିଁ ନିଜର ଏହି ଫେସବୁକ ପୋଷ୍ଟକୁ ଡିଲିଟ ବି କରି ଦେଇ ଥିଲା । କିନ୍ତୁ ସେତେବେଳ ପର୍ଯ୍ୟନ୍ତ ପୋଷ୍ଟଟି ଭାଇରାଲ ହୋଇ ଯାଇଥିଲା । ମହିଳା ଜଣକ ନିଜର ପୋଷ୍ଟରେ ଜାଗା, ତାରିଖ ଓ ଅନ୍ୟ କୌଣସି ସୂଚନା ଦେଇ ନଥିଲା ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button