ରାଜ୍ୟ

ଏମିତି ଅଚାନକ କାହିଁକି ଚାକିରିରୁ ଇସ୍ତଫା ଦେଲେ ଆଇଏଏସ୍ ଦିବ୍ୟା ମିତ୍ତଲ ?

DIVYA MITTAL : ତେର ବର୍ଷର ଚାକିରିକୁ ଅଲବିଦା କହି ଦେଲେ ଆଇଏଏସ୍ ଦିବ୍ୟା ମିତ୍ତଲ । ନିଜ ପଦରୁ ଇସ୍ତଫା ଦେଇ ସମସ୍ତଙ୍କୁ ଚମକାଇ ଦେଇଛନ୍ତି । ନିକଟରେ କିଛି ଆଇପିଏସ୍ ଅଫିସର ଏଭଳି କରିବା ପରେ ଦିବ୍ୟାଙ୍କ ଇସ୍ତଫା ଏବେ ଖୁବ୍ ଚର୍ଚ୍ଚାରେ । ତେବେ କିଏ ଏହି ଦିବ୍ୟା ? କଣ ପାଇଁ ଏମିତି ଚାକିରି ମଝିରୁ ଆଇଏଏସ୍ ପଦପଦବିକୁ ଛାଡ଼ି ଦେଲେ ? ଆସନ୍ତୁ ଜାଣିବା ପୂରା ଘଟଣା ।

ଉତ୍ତର ପ୍ରଦେଶରେ ଘର । ୨୦୧୩ ବ୍ୟାଚର ଆଇଏଏସ୍ ହେଉଛନ୍ତି ଦିବ୍ୟା ମିତ୍ତଲ । ଆଜି (ଅଗଷ୍ଟ ୩୦) ନିଜ ସୋସିଆଲ ମିଡିଆ ପୋଷ୍ଟରେ ସେ ଇସ୍ତଫା କଥା ଲେଖିଛନ୍ତି । ଏଥିରେ କହିଛନ୍ତି…ମୋର ଯାହା ସ୍ବପ୍ନ ଥିଲା ପୂରଣ ହୋଇ ସାରିଛି… ଏବେ ଲୋକଙ୍କ ସ୍ବପ୍ନ ପୂରଣ କରିବା ହେଉଛି ମୋର ସ୍ବପ୍ନ । ଆଧ୍ୟାତ୍ମିକତା ଓ ଜନସେବା ଏବେ ତାଙ୍କର ପ୍ରଥମ କର୍ତ୍ତବ୍ୟ ହେବ । ମାଆ ବିନ୍ଧ୍ୟବାସିନୀଙ୍କ ଶରଣରେ ତାଙ୍କରି ଚରଣରେ ନିଜକୁ ସମର୍ପଣ କରିଛନ୍ତି ଦିବ୍ୟା ।

ଏକ ସାଧାରଣ ପରିବେଶରୁ ଆସି ସେ ବଡ଼ ସ୍ବପ୍ନ ଦେଖିଥିଲେ । ଆଇଆଇଟି, ଦିଲ୍ଲୀ ଓ ଆଇଆଇଏମ ବାଙ୍ଗାଲୋରରେ ପାଠ ପଢ଼ି ଲଣ୍ଡନରେ ଚାକିରି କରିଥିଲେ । ପାଠ ପାଇଁ ଖୁବ୍ ପରିଶ୍ରମ ବି କରିଥିଲେ । ଶେଷରେ ଲଣ୍ଡନରେ ତାଙ୍କୁ ଚାକିରି ମିଳିଥିଲା । ସ୍ବାମୀ ଗଗନଦୀପ ମଧ୍ୟ ଜଣେ ଆଇଏଏସ୍ ଅଧିକାରୀ । ଉଭୟ ଲଣ୍ଡନରୁ ଚାକିରି ଛାଡ଼ି ଆସିଥିଲେ ।

ତେବେ ନିଜ ଦେଶ ପ୍ରତି ଥିବା ଭଲ ପାଇବା ଏବଂ ଏଠାକାର ଲୋକଙ୍କ ପାଇଁ କିଛି କରିବା ଲାଗି ଦିବ୍ୟା ଭାରତ ଫେରିଥିଲେ । ତାପରେ ଆଇଏଏସ୍ ଭାବେ ବିଭିନ୍ନ ପଦ ପଦବିରେ କାର୍ଯ୍ୟ କଲେ । ବଡ଼ ପଦବି ମିଳିଲା…ପଇସା ବି ମିଳିଲା । ହେଲେ କୁଆଡ଼େ ଅନ୍ତର ଭିତରେ କିଛି ଅଭାବ ରହି ଯାଉଥିଲା । ସବୁବେଳେ ଏଇ କଥାଟି ତାଙ୍କୁ ବ୍ୟତିବ୍ୟସ୍ତ କରୁଥିଲା । ତଥାପି ନିଜର ସରକାରୀ ଚାକିରି ଭିତରେ ଅନେକ ଲୋକଙ୍କୁ ସାହାଯ୍ୟ କରିବା ଏବଂ ସମ୍ମାନର ସହ ଜିଇବାକୁ ଚାହୁଁଥିବା ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିଛନ୍ତି ସେ । ଏସବୁ ନିଜ କର୍ତ୍ତବ୍ୟ ବୋଲି ଭାବିବା ସହ ଦୁଃ    ଖୀଙ୍କ ମୁହଁରେ ହସ ଫୁଟା ନିଜକୁ ଖୁସି ଦେଇଛନ୍ତି ।

ତାଙ୍କ ଶିକ୍ଷା ହିଁ ତାଙ୍କର ଆତ୍ମବିଶ୍ବାସ ବୋଲି କହିଛନ୍ତି ଦିବ୍ୟା । ତେଣୁ ଯେଉଁଠି ବି କାମ କରିବେ ନିଜ ମୁଣ୍ଡ ଉଠାଇ ଚାଲିବେ ବୋଲି କହିଛନ୍ତି ।

କାହିଁକି ଇସ୍ତଫା ଦେଲେ ?

ତେବେ ଦିବ୍ୟାଙ୍କ ଇସ୍ତଫା ପଛର କାରଣ କଣ ? ସତରେ ସେ ଖୁସିରେ ନିଜ ଇସ୍ତଫା ଦେଇଛନ୍ତି । ତେବେ ତାଙ୍କ ସୋସିଆଲ ମିଡିଆରେ ସେ ଏଭଳି କାହିଁକି ଲେଖିଛନ୍ତି ଯେ ମୁଁ କିଛି ଦେବାକୁ ଆସିଥିଲି । ଏହା ଭାବିବା ମୋ ମୂର୍ଖତା ଥିଲା ? ଲାଗୁଛି କିଛି ଚାପ ରହିଥିଲା ତାଙ୍କ ଉପରେ । ତାଙ୍କ ବିକାଶମୂଳକ କାମରେ କେହି ବାଧକ ସାଜିଥିଲେ । ହେଲେ ସେ ଏ ସମ୍ପର୍କରେ ସିଧାସଳଖ କିଛି ବି କହି ନାହାନ୍ତି ।

ସୂଚନା ଅନୁସାରେ ଗତ ୪ ମାସ ହେଲା ତାଙ୍କୁ ପ୍ରଶାସନିକ ସ୍ତରରେ ଗୁରୁତ୍ବ ଦିଆଯାଉ ନଥିଲା । ଦିବ୍ୟାଙ୍କ କାର୍ଯ୍ୟଶୈଳୀ ଥିଲା କେବଳ ଲୋକଙ୍କ ବିକାଶ ଦିଗରେ । ଖୁବ୍ ସଂସ୍କାରୀ ଥିଲେ । ସାମନାରେ କେହି ବୟସ୍କ ଲୋକ ପହଞ୍ଚିଲେ ସେ ତାଙ୍କ ପାଦ ଛୁଇଁ ପ୍ରଣାମ କରୁଥିଲେ । ଆଉ କାମ ନହେଲେ ତଳ ଅଧିକାରୀଙ୍କୁ ଗାଳି କରିବାକୁ ପଛାଉ ନଥିଲେ । ଯାହା କୁହନ୍ତି ସିଧା ସିଧା କୁହନ୍ତି । ଲୋକଙ୍କ ସମସ୍ୟା ବୁଝିବାକୁ ସେ ଲୋକଙ୍କ ଭିତରକୁ ଯାଆନ୍ତି । ଦରକାର ପଡ଼ିଲେ ବିଧାୟକ ଓ ସାଂସଦଙ୍କ ସହ ଯୁକ୍ତିତର୍କ କରିବାକୁ ପଛାନ୍ତି ନାହିଁ । ତେଣୁ ତାଙ୍କର ଲୋକପ୍ରିୟତା ବଢ଼ି ଚାଲିଥିଲା ।

ହୁଏତ ଏହି ଲୋକପ୍ରିୟତା ତାଙ୍କ ପାଇଁ ସମସ୍ୟା ଆଣି ଦେଲା । କିମ୍ବା ଜଣା ପଡ଼ି ନଥିଲେ ମଧ୍ୟ କୌଣସି ନେତା ମନ୍ତ୍ରୀ କିମ୍ବା ବଡ଼ ଅଧିକାରୀଙ୍କ ସହ ମତାନ୍ତର ଅଥବା ମନାନ୍ତର ତାଙ୍କୁ ଭାରୀ ପଡ଼ିଥାଇ ପାରେ । ଯାହା ହୁଏତ ପରବର୍ତ୍ତୀ ସମୟରେ ଜଣାପଡ଼ିବ । କାରଣ ସୋସିଆଲ ମିଡି‌ଆ ପୋଷ୍ଟରେ ତାଙ୍କର ମନକଥାରୁ ସ୍ପଷ୍ଟ ଯେ ସେ ହୁଏତ ଜୀବନର ଅନ୍ୟ ଏକ ରାସ୍ତାରେ ଚାଲିବାକୁ ସ୍ଥିର କରିଛନ୍ତି ହେଲେ ସେ ନିଜର ବର୍ତ୍ତମାନର ପଦ ଛାଡ଼ଇବା ଘଟଣାରେ ବହୁତ ଦୁଃଖୀ ଅଛନ୍ତି ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button