ରାଜ୍ୟ

ସର୍ବାଧିକ ରବର ବତକ ରଖି ବିଶ୍ୱ ରେକର୍ଡ କଲେ ମହିଳା – Ibnodisha

[ad_1]

ନୂଆଦିଲ୍ଲୀ: ଆମେରିକାର ସିଆଟଲ ବାସିନ୍ଦା ଚାର୍ଲୋଟ୍ ଲି ନାମ୍ନୀ ଜଣେ ୫୪ ବର୍ଷୀୟା ମହିଳା କେବେ କଳ୍ପନା ସୁଦ୍ଧା କରିନଥିଲେ କି ସେ ଦିନେ କୌଣସି ବିଶ୍ବ ରେକର୍ଡର ଅଧିକାରିଣୀ ହେବେ। ତେବେ ପିଲାଦିନେ ରବର ନିର୍ମିତ ବତକ କଣ୍ଢେଇକୁ ପାଖରେ ରଖିବାର ସଉକ ରଖିଥିବା ଚାର୍ଲୋଟ ବିଶ୍ବରେ ସର୍ବାଧିକ ବତକ କଣ୍ଢେଇ ସଂଗ୍ରହ କରିବାର ଗିନିସ ବିଶ୍ବ ରେକର୍ଡ ହାସଲ କରିଛନ୍ତି। ୧୯୯୬ ମସିହାରେ ନିଜର ସ୍ନାନାଗାର ସଜାଇବାକୁ ସେ ପ୍ରଥମେ ଗୋଟିଏ ରବର ବତକ କିଣିଥିଲେ।
ତେବେ ପରେ ଆଉ ସାତଟି ରବର ବତକ ଆଣିଲା ପରେ ଆଉ ରବର ବତକ ସଂଗ୍ରହ କରିବେନି ବୋଲି ସେ ନିଷ୍ପତ୍ତି ନେଇଥିଲେ। ତେବେ ତାଙ୍କ ଘରକୁ ଆସୁଥିବା ବନ୍ଧୁମାନେ ତାଙ୍କର ଏହି ସଉକ ଦେଖି ତାଙ୍କୁ ଜନ୍ମଦିନରେ ଓ ଖ୍ରୀଷ୍ଟମାସ ବେଳେ ରବର ବତକ କଣ୍ଢେଇ ଉପହାର ଦେବା ଆରମ୍ଭ କରିଥିଲେ। ଫଳରେ ବତକ କଣ୍ଢେଇ ସାଇତିବା ନିଶା ପୁଣି ଥରେ ଉଜ୍ଜୀବିତ ହୋଇଥିଲା ଏବଂ ସେ ଆଉ ପଛକୁ ଫେରିନଥିଲେ। ଫଳସ୍ବରୂପ, ଚାର୍ଲୋଟ୍ ଆଜି ୫,୬୩୧ଟି ରବର ବତକର ସଂଗ୍ରାହକ ସାଜିଛନ୍ତି। ତାଙ୍କର ଏହି ସଂଗ୍ରହ ମଧ୍ୟ ଜାରି ରହିଛି ଏବଂ ବନ୍ଧୁମାନେ ତାଙ୍କୁ ନୂଆ ନୂଆ ରବର ବତକ ଖୋଜି ଆଣି ଦେଉଛନ୍ତି।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button